Friday, January 15, 2021

ସ୍ମୃତି ତୁମେ : ପ୍ରକାଶ

✍️ନିରଞ୍ଜନ ମହାରଣା 

ସ୍ବପ୍ନ ଦେଖୁ ଦେଖୁ 
ରାତି ପାହିଗଲା କି..... 
ନିଦ ଭାଙ୍ଗି ଗଲା 
କିଛି ନ କହି 
ଠକି ଦେଇଗଲ 
ଭୁଲିଗଲ ସେ କଅଁଳ ଆଖିକୁ    I
ସକାଳ ସୁରୁଜ ର 
କିରଣ ଫିକା ଲାଗେ 
ତୁମ ହସ ଆଗେ 
ତୁମ ପ୍ରକାଶରେ 
ଚମକକୁ ଥିଲା
 ବିକଳ ନିରୀହ ଚେହେରା 
ଅପେକ୍ଷା ରହିଲା 
ସେ ଗରମ କ୍ଷୀର ଗିଲାସକୁ   II
କର୍ମ ହିଁ ଧରମ ତୁମ 
କର୍ମ ହିଁ ଜୀବନ 
ସତ୍ୟ ଅହିଂସା ର ପୂଜାରୀ 
ସବୁ କିଛି ନେଇ ଗଲ 
ଅନାଥ  କରିଗଲ ସଭିଙ୍କୁ.... I
ମାଆ ର ପଣତ 
ବାପା ର ଆକଟ 
ସବୁ ନେଇଗଲ 
ଅଧା ରହିଗଲା 
ଶିକ୍ଷିତ କରାଇବାର ପଣ 
ବିଶ୍ୱାସ ହେଉନି 
ଅମର ହୋଇଲ କାଳ କାଳ 
କେବେ ନ ଭୁଲିବୁ ତୁମକୁ    II
ହେ..... ପ୍ରକାଶ 
ହେ..... ପ୍ରକାଶ

               🙏🙏🙏🙏🙏

........................................
ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା 
ମାଲକାନଗିରି 
........................................

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy