Friday, January 15, 2021

😭 ମକର ଆଖିରେ ଲୁହ 😭

°°°°°°°°°°°°°°°°°°°°°°°°°°°°°°°°°
         ସୁକାନ୍ତ କୁମାର ନାୟକ (ଶିକ୍ଷକ )
*****************************
ବରଷକୁ ଥରେ 
ଆସଇ ମକର 
ପର୍ବ ମଧ୍ୟେ ହୋଇ ସାର, 
ଆସୁଛି ବୋଲିସେ 
ମନା କରନ୍ତି ନି 
ହେୟ କରନ୍ତି ଅପାର |
ମକର ମନରେ 
ଦୁଃଖର ଯନ୍ତ୍ରଣା 
କାହାକୁ ଅବା ସେ କହିବ, 
ସ୍ନେହ ପ୍ରେମ ଠାରୁ 
ବହୁତ ଦୂରରେ 
ସୁଖ ଶ୍ରଦ୍ଧା କିଏ ଦେବ |
ଭାବିଥିଲା ତହିଁ 
ଆସିଛି ସେ ଧାଇଁ 
ଖାଇବ ମକର ଭୋଗ, 
ଭୋଗ କି ଖାଇବ 
ଭୋଗ ମିଳେନାହିଁ 
ତାକୁହିଁ କରନ୍ତି ତ୍ୟାଗ |
ପୂଜାରୀ ଦେଉନି 
ଆଗ ଭଳି ପୁଣି 
ହାତେ ଆଉ କ୍ଷୀର ଖୁଆ, 
ମକର ବସିବା 
ସପନ ହେଲାଣି 
ହଜିଲାଣି ଆଖୁ ମୁଆଁ |
ମକର କାନ୍ଦୁଛି 
ମୁହଁକୁ ଲୁଚାଇ 
ଭାବି ତାର ପିଲାଦିନ,  
ଏ ମଣିଷ ଆଜି 
ଧୂନି ଭୁଲିଲାଣି 
ଦେଇ ଖାଲି ଅପମାନ |
ଗୁଡ଼ି ଉଡାଇବା 
ସାଙ୍ଗରେ ଖେଳିବା 
ହେଲାଣି ସାତ ସପନ, 
ମଳୟ ପରଶ 
ଶିଶିରର ସ୍ପର୍ଶ 
ହଜିଲାଣି ତାର ଦିନ |
ଖାଇ ପିଠା ପୁଳି 
ଖେଳି ଲୁଚ କାଳି 
ଢାଳି ଦେଇ ଯିବ ସ୍ନେହ, 
ବରଷକ ପାଇଁ 
ଆସି ନ ପାରିବ 
ମକର ଆଖିରେ ଲୁହ |
>>>>>>>>>>>•<<<<<<<<<<<<
ନୁଣିପଡା ଶାସନ, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy