ପଞ୍ଚମ ଓ ଶେଷଭାଗ।
ସାନ୍ୟାର ମନରେ ନିଜପ୍ରତି ଉପୁଜିଥିବା ଜିଜ୍ଞାସାର ଉତ୍ତର କେବଳ ତା ବାପା ମନ୍ମଥ ପାଖରେ ଥିଲା।ତେଣୁ ସେ କିଏ ଜାଣିବାକୁ ଘରକୁ ଆସିଲା।ଅବେଳରେ ଫେରିଆସିବାର କାରଣ ମନ୍ମଥ ପଚାରିଥିଲେ।ସେ ତା ସହ ଘଟିଥିବା ଘଟଣା ସବୁ ବାପାଙ୍କୁ କହିଲା।ମନ୍ମଥ ସେ ସବୁ ଶୁଣି ଚିନ୍ତିତ ଜଣା ପଡିଲେ।ତାଙ୍କ ଝିଅର ଜୀବନ ସଙ୍କଟରେ ଜାଣି କୋଉବାପା ସୁଖରେ ରହିପାରିବ।ହେଲେ ସବୁବେଳେ ଝିଅକୁ ଜଗିକି ତ ରହି ପାରିବେନି।ପାଠପଢା ବନ୍ଦକରି ଘରେ ବସବୋଲି କେମିତି କହିବେ।ଝିଅ ବାରମ୍ବାର ପଚାରୁଥିଲା ବାପା ମୋ ବିଷୟରେ ସବୁ ବତାଅ।
ବାଧ୍ୟ ହୋଇ ମୂଳରୁ ଚୂଳ ଗୋଟିଗୋଟିକରି ସବୁକଥା ଗପିଗଲେ।ତା ମାଆ ରମ୍ୟା ଜଣେ ପରୀଥିଲା।ତାରି ଶକ୍ତି ତାକୁ ଦେଇକି ଯାଇଛି।ଯାରି ଫଳରେ ଏସବୁ
ଅସମ୍ଭବ ଘଟଣା ଘଟୁଛି।ସେ ଦିନଠୁ ନିଜ ଉପରେ ତାର ଆହୁରିଭରଷା ବଢିଗଲା।ଏବେ ସେ କୌଣସି ବି ସମସ୍ୟାକୁ ସମ୍ମୁଖିନ କରିପାରିବ।
ସେ ଜଣେ ପରୀ ଜାଣିଲାପରେ ଲୋକେ ତା ପାଖକୁ ଧାଇଁବାକୁ ଲାଗିଲେି।ଯାହାର ଯୋଉ ସମସ୍ୟା ଅଛି ଦୂରାରୋଗ୍ୟ ବିମାରି ଅଛି ସମସ୍ତେ ତା ପାଖକୁ ଧାଇଁ ଆସିଲେ।ତାର ହାତସ୍ପର୍ଶ ବାଜିବା କ୍ଷଣି ସବୁ ସମସ୍ୟା ଦୂର ହେଇ ଯାଉଥିଲା ତାଙ୍କର।କୁଜା କେମ୍ପା ଜଳାପୋଡା ସବୁ ଭଲ ହେଇଯାଉଥିଲା କ୍ଷଣକେ।ରମ୍ୟା ପରି ତାକୁ ବି ଲୋକେ ଦେବୀ ମାନି ପୂଜା କରିବା ଆରମ୍ଭ କରିଦେଲେ।ଧିରେ ଧିରେ ଏକଥା ଚାରିଆଡେ ରାଷ୍ଟ୍ରହେଇଗଲା।ଦେଶରୁ ଯାଇ ବିଦେଶରେ ପହଞ୍ଚିବା ପରେ ଗୋଟିଏ ବିଦେଶୀ ସାଇଣ୍ଟିଷ୍ଟ ତାକୁ ନେଇ ପରୀକ୍ଷଣ କରିବାକୁ ଭାରତ ଆସିଲେ।ସେ ପ୍ରଥମେ ଅନେକ ଟଙ୍କା ଦେବେ ବୋଲି ଲୋଭ ଦେଖାଇଲେ।କିନ୍ତୁ ସାମ୍ୟା ତାଙ୍କ କଥାରେ ରାଜି ହେଲାନି।କିଏ ଜାଣି ଜଣି ନିଜକୁ କଟାଛଟା କରିବାକୁ ଦେବ।ସେମାନେ ତାର ଡିଏନ୍ଏ ପରୀକ୍ଷା କରିଥାନ୍ତେ।କ୍ଲୋନ ତିଆରି କରିଥାନ୍ତେ। ଆହୁରି କଣକଣ କରିଥାନ୍ତେ କେଜାଣି?
ଖାଲି ସେତିକି ସମସ୍ୟା ନଥିଲା।ସେ ପରୀ ଓ ତାପାଖେ ଅନେକ ଅସମ୍ଭବ ଶକ୍ତିଅଛିଜାଣି ଅନେକ ଯୁବକ ବିବାହର ପ୍ରସ୍ତାବ ନେଇ ଆସୁଥିଲେ।କେତେକ ତାକୁ ନିଜ ସ୍ପେସିଆଲ ପ୍ରତିଭା ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ।ହେଲେ ସେ କହାରି ଜାଲରେ ପଡୁନଥିଲା।ସେ ଜାଣୁଥିଲା ଏମାନେ ସମସ୍ତେ ତାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।ତେଣୁ ଦୂରେଇ ରହୁଥିଲା ଏସବୁ ପଲୋଭନରୁ।
ଅନେକ ଦୁଷ୍ଟ ଲୋକ ତାକୁ ଜବରଦସ୍ତି ଉଠାଇ ନେବାକୁ ଚାହୁଁଥିଲେ।ସେଇ ବିଦେଶୀ ସାଇଣ୍ଟିଷ୍ଟ ବି ଦିନେ ଗୁଣ୍ଡା ମାନଙ୍କ ଦ୍ବାରା ତାକୁ ଉଠାଇନେଇଗଲା।ଏକ ହେଲିକପ୍ଟରରେ ତାକୁ ଧରି ଉଡାଇ ନେବାକୁ ଚେଷ୍ଠା କରୁଥିବା ବେଳେ ସେ ହେଲିକପ୍ଟର୍ ରୁ ତଳକୁ ଲମ୍ଫ ମାରି ଦେଇଥିଲା।ତା ଦେହରେ ଦୁଇଟା ପର ସୃଷ୍ଟିହେଇ ଯାଇଥିଲା ସେତେବେଳେ।
ଏତେବେଳକୁ କୁଆଡୁ ଆଉ ଏକ ପରୀ ଆସିତାକୁ ସାଙ୍ଗରେ ନେଇ ବାଦଲ ଭିତରେ ଅଦୃଶ୍ୟ ହେଇ ଯାଇଥିଲା।
ସେମାନେ ତାର କିଛି କରି ପାରିନଥିଲେ।
ଏ ଖବର ମନ୍ମଥ ପାଖେ ପହଞ୍ଚିଲା ପରେ ସେ ବଡ ଦୁଃଖି ହେଇଗଲା।ସେ ନିଜ ପ୍ରାଣପ୍ରିୟା ସହ ଝିଅକୁ ବି
ହରେଇ ଦେଇଥିଲା।ହେଲେ ମନରେ ଏତିକି ସନ୍ତୁଷ୍ଟି ଥିଲା ଯେ ସାନ୍ୟା ତା ମାଆ ପାଖରେ ସୁରକ୍ଷିତ ଓ ଖୁସି ଥିବ।ଏଠି ତା ପ୍ରତି ସବୁବେଳେ ବିପଦ ଲାଗି ରହିଥିଲା।ସେ ତାକୁ ସୁରକ୍ଷା ଦେବାରେ ଅସମର୍ଥ ହେଉଥିଲା ସବୁବେଳେ।
ଏ ସଂସାରର ଲୋକେ ବଡ ସ୍ବାର୍ଥପର।କାହାର ଭଲ ସହି ପାରନ୍ତିନି।ଯଦି କାହା ପାଖରେ କିଛି ଦିବ୍ୟ ଗୁଣ ଦେଖନ୍ତି ତାକୁ ହାସିଲ କରିବାକୁ ଚେଷ୍ଟା କରନ୍ତି।
ତାକୁ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି।ତାର ଜୀବନର ଚିନ୍ତା ନ ଥାଏ ତାଙ୍କର।ସେମାନେ ତ କେବଳ ନିଜ ସ୍ବାର୍ଥ କଥାହିଁ ଭାବନ୍ତି।ବରଂ ଭଲ ହେଲା
ସେ ଏ ମର୍ତ୍ତ୍ୟକୁ ଛାଡି ଚାଲିଗଲା। ସ୍ବର୍ଗରେ ଏମିତି
ସ୍ବର୍ଥପର ଲୋକ ତ ନ ଥିବେ ତା ଉପରେ ଜୁଲୁମ୍ କରିବାପାଇଁ।
ଏ ଭିତରେ କିଛିଦିନ କଟିଯାଇଥିଲା।
ଏକ ଚନ୍ଦ୍ରାଲୋକିତ ରଜନୀ।ଚାନ୍ଦିନୀର ରୂପେଲି ଚାନ୍ଦୁଆ
ବିଛେଇହେଇଥିଲା ପୃଥିବୀ ଉପରେ।ମୃଦୁ ସମୀରରେ ରାତ୍ରିରାଣୀର ମହକ ମିଶି ବାସ୍ନାୟିତ କରୁଥିଲା ଆଖପାଖ।ଦୂରରୁ ଶୁଭୁଥିଲା ଚକୋର ଚଖୋରୀର
ବିରହ କ୍ରନ୍ଦନ।ଆଉ ତା ସାଙ୍ଗରେ ମନ୍ମଥର ବିରହୀ ମନବି କନ୍ଦୁଥିଲା ଚୁପିଚୁପି।ସେ ରମ୍ୟା ଓ ସାନ୍ୟାକୁ ନିଜ ସ୍ମୃତି ପଟଳରେ ଆଣି ଛୋଟପିଲାପରି କନ୍ଦିବାକୁ ଲାଗିଲେ।ଜୀବନର ସାୟାହ୍ନରେ ସେ ଆଜି ଏକାକୀ ପଡି ଯାଇଛନ୍ତି।ଠିକ୍ ସେତିକି ବେଳେ ଆକାଶରେ ଦୁଇଟି ତାରକା ଙ୍କ ଆବିର୍ଭାବ ହେଲା।ଧିରେ ଧିରେ ତାରା ଦୁଇଟା ପୃଥିବୀ ଆଡକୁ ଖସୁଥିବାର ଦେଖାଗଲା।ମନ୍ମଥ ଭାବୁଥିଲା ଦୁଇଟା ଉଲ୍କା ବୋଧହୁଏ ଖସି ପଡୁଛନ୍ତି ଏକା ସାଙ୍ଗରେ ତଳକୁ।ହେଲେ ସେ ଆଲୋକ ପିଣ୍ଡ ଦୁଇଟି ତା ବଗିଚା ଭିତରେ ଆସି ଅଟକିଲା।
ପ୍ରଥମେ ତ ତାଆଖି ଜ୍ୟୋତିରେ ଚୌଧାଇ ଗଲା।କିଛି ଦିଶିଲାନି।ଆଖିକୁ ମଳି ସେ ଭଲକି ଦେଖିବା ପରେ ଜାଣିଲା ସେ ଜ୍ୟୋତି ଦୁଇଟି ରମ୍ୟା ଓ ସାନ୍ୟାଥିଲେ।
ସାନ୍ୟା ଆସି ବାପାଙ୍କ ପାଦସ୍ପର୍ଶ କଲା।ସେ ବାପାଙ୍କ ଦୁଇ ହାତ ପାପୁଲିକୁ ଧରି ଦୁଃଖ ନ କରିବାକୁ ବୁଝେଇଲା।ସେମାନେ ସ୍ବର୍ଗରେ ସୁଖରେ ସ୍ବାଧିନରେ
ଅଛନ୍ତି ବୋଲି କହିଲା।ରମ୍ୟା ବି ତାକୁ ସମ୍ମାନ ଜଣାଇ
ବୁଝେଇବାକୁ ଲାଗିଲା।ସେମାନେ ସ୍ବର୍ଗର ଜୀବ ପୃଥିବୀରେ ସବୁଦିନ ପାଇଁ ରହି ପାରିବେନି।ପୃଥିବୀବାସୀ ମରଣଶିଳ ହେଲେ ସେମାନେ ଅମର ସବୁଦିନ ପାଇଁ ।ସେମାନଙ୍କର ସମନ୍ଧ ସବୁଦିନ ପାଇଁ ଅସମ୍ଭବ।ହେଲେ ସେମାନେ ମଝିମଝିରେ ଆସି ଏମିତି ତାଙ୍କୁ ଦେଖାକରିଯିବେ ବୋଲି ସାନ୍ତ୍ବନା ଦେଇଗଲେ।ଯିବାଆଗରୁ ମନ୍ମଥର ମାଆସହ ବି ଭେଟକରି ବୁଝେଇ ଦେଇଗଲେ।ଦୁଃଖ ନକରି ଖୁସିରେ ରହିବ ବୋଲି।
ଏବେ ମନ୍ମଥର ମନରେ ଟିକେ ଶାନ୍ତି ଆସିଥିଲା।ଏମିତି ଭାବରେ ଦୁଇଜଣ ପରୀଙ୍କ କାହାଣୀ ଶେଷ ହେଇଯାଇଥିଲା ପୃଥିବୀ ମାଟିରୁ।
ମାଧବୀ ପଟେଲ।
ଝାରସୁଗୁଡା।
No comments:
Post a Comment