Thursday, January 7, 2021

ସମ୍ପର୍କ

ତିନି ଅକ୍ଷରରେ ଗଢ଼ା 

ସୃଷ୍ଟି ର କୋଣାର୍କ 

ଏ ତ ସନ୍ନିବିଷ୍ଟ ନିରାଟ

ସତ୍ୟ ,ଦୟା,କ୍ଷମା,ଧର୍ମ

ଚେତନା ସ୍ୱରୂପ   ।

ମରି ମଧ୍ୟ ଅମର ରହିହୁଏ

ପବିତ୍ର ଏ ଶବ୍ଦ ପଞ୍ଜୁରୀରେ

ମହାନତା ମାପିହୁଏ

ଅଦୃଶ୍ୟ ଏ ବିରାଟ ସତ୍ତାରେ ।

ଲୋଡାନାହିଁ ବିଶାଳ ଭୂଖଣ୍ଡ 

ଆଉ ଆଧିପତ୍ୟ ଭୂମିଠାରୁ 

ଭୁମା ପର୍ଯ୍ୟନ୍ତ

ଲୋଡ଼ା ଖାଲି  ନିରୁତା ପ୍ରେମର

ମିଠା କଥା ଦୁଇ ପଦ

ଆଉ ବିପଦ ବେଳେ ନିଷ୍କପଟ

ହୃଦୟରୁ ସାହାଯ୍ୟର ହାତ    ।।

ସମ୍ପର୍କ ସୂଚାଇ ଦିଏ 

ମନ ଆଉ ହୃଦୟର ଦୂରତା

ମାପଫିତା ହୋଇ.... 

ପଡେନାହିଁ ଲୋଡ଼ା ଗଣିବା 

କେତେ ଅଛି ସ୍ନେହ ,ମମତାର ବତା ।।

ହେ ସମ୍ପର୍କ  !  କାହାପାଇଁ ରେଶମୀ ସୂତା

କାହାପାଇଁ ହୃଦେ ଭରି ତିକ୍ତତା 

ତୁମେ ରହିଥାଅ କୀଟ ଠାରୁ ଦାରୁ,

ଜଳ ସ୍ଥଳ ଆକାଶ ପାତାଳ

ସମଗ୍ର ବସୁଧାର ତୁମେ ହିଁ ତ

ଶ୍ରେଷ୍ଠ ରକ୍ଷା ସୂତ୍ର !


ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର --758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy