Sunday, January 10, 2021

ଏ ତ ଅଜବ ଦୁନିଆଁର ଗଜଵ ନୀତି

କଳ୍ପନା ରାୟ

ଗରୀବ କାନ୍ଦୁଛି ଭୋକରେ
ତ କେବେ ଭେକ ଅଭାବରେ
କିନ୍ତୁ ଗରୀବ ଙ୍କ ଖାଦ୍ୟ ମାରି ଧନୀ
ନାଚୁଛି ଗାଉଛି ଖାଦ୍ୟକୁ ଫିଙ୍ଗିରେ
  ଏ ତ ଅଜବ ଦୁନିଆଁର ଗଜଵ ନୀତି

ଗରୀବ କାନ୍ଦୁଛି ଆଜି ଭୟରେ
ସୁନ୍ଦରୀ ବଢିଲା ଝିଅର ପିନ୍ଧା ଖଣ୍ଡେ ପାଇଁ ରେ
କିନ୍ତୁ ଗରୀଵଙ୍କୁ ଭୟ ଦେଇ ସଇତାନ
ପିନ୍ଧିଛି ଚିରାଫଟା ନାଚିଵାପାଇଁ ଷ୍ଟାଇଲରେ
  ଏ ତ ଅଜବ ଦୁନିଆଁର ଗଜଵ ନୀତି

ପାଠ ପାଇଁ ଏତେ ନାଟକ କରିବାକୁ ପଡେରେ
ମାଆ ଦିନରାତି ଖଟେ ବାପା ଗାଳି ଖାଏରେ
ପାଠ ହେଉ ନ ଥିବା ଧନୀ ପିଲା ସାର୍ ଙ୍କଠୁ ମିଠା ବଚନ ଶୁଣେରେ
ପାଠ ହେଉ ନ ଥିବା ପିଲା ନିତିନୂଆ କୋର୍ସ କରେରେ
 ଏ ତ ଅଜବ ଦୁନିଆଁର ଗଜଵ ନୀତି

ଝିଅ ଵାହାପାଇଁ କିଏ ଟଙ୍କା ଚାନ୍ଦା କରେରେ
ହାତଗୋଡ ତଳେ ପଡି ଦିନ ଯାଏ ଭଙ୍ଗା ଚାଳରେ
ଆଉ ଧନୀ ସାର୍ଟ୍‌ପ୍ୟାଣ୍ଟ ବଦଳେଇବା ପରି ସ୍ଵାମୀ/ସ୍ତ୍ରୀ ବଦଳାଏ
ତାଙ୍କ ପାଇଁ ପୁଣି କିଏ ଆହା ତୁ ଚୁ କରେରେ
  ଏ ତ ଅଜବ ଦୁନିଆଁର ଗଜଵ ନୀତି

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy