ଜଗଦୀଶ ଶତପଥୀ।
ସେମାନେ ଚାହିଁଥିଲେ,
ଆକାଶ କୁ।
ଆକାଶ ର ସାଦ୍ରତାକୁ,
କାଳେ ଟୋପେ ବର୍ଷିବ।
କାହିଁ !
ଘଟଣା ର ଘନଘଟା।
ଅଜାଗା ଘା'ରେ ମୃଦୁ କମ୍ପନ ପରି,
ଶିରି ଶିରି ଥରି ଉଠିଲା ଛାତି।
କମ୍ପି ଉଠିଲା ପାଦ।
ଥନଥନ ଯୈବନ ରେ,
ନାଁ ହଂ ମନ,
ପଛକୁ ଫେରିବାକୁ ବାଧ୍ୟ କଲା।
ଅଂଧାର ର ଛାଇ ପରି,
ଗ୍ରାସିଗଲା ଅମଡ଼ା ବାଟ।
ପହଞ୍ଚାଇବାକୁ ପଡ଼ିବ,
ପୁଣି ଥରେ !
ଲେଖିବାକୁ ହେବ,
ଭଂଗା ତାଟିଆ ର ଇତିହାସ।
ନଚେତ୍,
ଉଜାଣି ନଈର ସୁଅରେ,
ପତର ପରି ଭାସିଯିବ ,
ଜୀବନ।
ଧର୍ମଶାଳା। ଯାଜପୁର।
No comments:
Post a Comment