Friday, January 15, 2021

ମକର ସ°କ୍ରାନ୍ତି

କବିସୌରଭ କୈଳାଶଚନ୍ଦ୍ର ବେହେରା

ମକର ସ°କ୍ରାନ୍ତି ଭାରତ ବାସୀଙ୍କ
              ଅଟଇ ଯେ ଗଣପର୍ବ ,
ଆନନ୍ଦ ମନରେ ପାଳନ୍ତି ସଭିଏଁ
              ଆମର ଗର୍ବ ଗୌରବ ।
ଅରୁଆ ଚାଉଳ କ୍ଷୀର ଗୁଡ଼ ଅଦା
             ପକାଇ କରନ୍ତି ଏହା ,
ମନ୍ଦିର ଭିତରେ ଠାକୁର ନିକଟେ
             ପୂଜା କରାଯାଏ ତାହା ।
ପୂଜା କରିସାରି ପ୍ରସାଦ ରୂପରେ 
             ସଭିଙ୍କୁ ବାଣ୍ଟି ଦିଅନ୍ତି ,
ପରିବାର ମଧ୍ୟେ ସମସ୍ତ ସଭ୍ୟଙ୍କ 
             ମଙ୍ଗଳ ମନାସି ଥାନ୍ତି ।
ଝିଅ ସାଥେ ଝିଅ ପୁଅ ସାଥେ ପୁଅ
             ବସି ଥାଆନ୍ତି ମକର ,
ଏକ ଆରେକକୁ ଖୁଆଇ ଚାଉଳ 
             ହୁଅନ୍ତି ଖୁସି ଅପାର ।
ବାଦ୍ୟ ତାଳେ ତାଳେ ନାଚ ଗୀତ କରି
             ହସି ହସି କଟେ ଦିନ ,
ନୂଆଲୁଗା ପିନ୍ଧି ପିଠାପଣା ଖାଇ
            ସଭିଙ୍କ ଆନନ୍ଦ ମନ ।
କାଠଗଣ୍ଡି ମଧ୍ୟେ ନିଆଁ ଲଗାଇଣ
            ଶୀତକୁ ଦ୍ୟନ୍ତି ବିଦାୟ ,
ଋତୁମାନଙ୍କର ରାଜା ବସନ୍ତର 
           କରିଥାନ୍ତି ଜୟ ଜୟ ।
ବରଷକେ ଥରେ ମକର ସ°କ୍ରାନ୍ତି
           ଏହି ଶୀତକାଳେ ଆସେ ,
ବନ୍ଧୁ ବାନ୍ଧବଙ୍କ ମେଳରେ କଟଇ 
            କେତେ ଅଭିନବ ବେଶେ ।
---------------------------------------
ବାଲିଗୁଡ଼ା  , କନ୍ଧମାଳ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy