ଡ.ଗୁରୁ ମୂର୍ତ୍ତି ନାୟକ
ଡର ଏ ସମାଜକୁ
ସାହି,ପଡିଶା,ସଂପର୍କୀୟଙ୍କୁ
ସବୁ ମଣିଷକୁ
ଲୋଲୁପ ଆଖିକୁ
ସେହ୍ନବୋଳା କଥାକୁ
ସେଥିରେ ଯେ
କେତେ ହଳାହଳ ବିଷ
ନିଜକୁ କରିଛି ଗ୍ରାସ
ପରକୁ ବି କରାଇଛି
ସବୁ ଗରଳ ଠାରୁ
ମଣିଷ ଗରଳ
ସ୍ବତନ୍ତ୍ର ତାର ପରିଚୟ ।
ଦେଖ ଏ ସମାଜକୁ
ନିରୀହ ଶିଶୁର ଶବ
ପଡିଛି ରାସ୍ତା କଡରେ
ଅଜ୍ଞାତ ରୁହେ ନାହିଁ କଥା
କାହାର କ୍ଷଣିକ ଉତ୍ତେଜନାର
ଜରାଜୀର୍ଣ୍ଣ ପ୍ରେମ ସଂପର୍କର ଫଳ
କୁକୁରଟି ଭୁକି କହୁଛି
ମୋ ଶିଶୁ ଠାରୁ
ମଣିଷ ଶିଶୁ ନିଃସହାୟ ।।
ଦେଖ ଏ ସମାଜକୁ
ନିଜ ସ୍ବାର୍ଥ ଭୋକ ପାଇଁ
କେତେ ଖେଳ
ରାଜନୀତିର କାଦଛିଟା
ପରପଦାନତ ମଣିଷ
କାହାର ନୁହେଁ
ଧର୍ମ ଚାଲେ ତା ବାଟରେ
କାଳେ କାଳେ ଭକ୍ତଙ୍କୁ
ଉଦ୍ଧାର କରି
ଜାଣିବା ବା କେମିତି ?
ଦେଖ ତମକୁ ,ତାକୁ
ନିଜ ଆଡକୁ
ଆମେ କରିଛେ ବା କଣ ?
ନିଜ ଆଡକୁ ନିଆଁଝୁଲ ଆସିଲେ
କେମିତି ଟିକିଏ ବାଗ କି
ଅବାଗ ହୁଅନ୍ତି
ନିଜ କଥା ନିଜେ ଭାବ
ଏଇତ ଦୁର୍ଲ୍ଲଭ ମଣିଷ ଜୀବନ !
ମଣିଷ କେତେ ବୁଦ୍ଧିମାନ
କିଏ ନଜାଣେ
କୁଆ ଚତୁର
କିଏ ନଜାଣେ
କେଶରୀ କେତେ ବଳବାନ
ତଥାପି ତ
ସମସ୍ତେ ଡରନ୍ତି କାହିଁକି?
ଷଡଯନ୍ତ୍ର କରନ୍ତି କାହିଁକି ?
ଦେଖ ତ ସମାଜକୁ
ନିଜ ସୃଷ୍ଟି ନିଜେ
କରିଥାଏ ନାଶ
କାଳେ ନିଜେ ଚାଲିଛି
ନିଜର କରି ସର୍ବନାଶ ।
ଅଧ୍ୟାପକ
ଭଂଜନଗର, ଗଂଜାମ
No comments:
Post a Comment