ହରିହର ଭୂକ୍ତା
ଭୂଧର ବେଷ୍ଟିତ ଗିରିଧର ପ୍ରସାଦ
ହିନ୍ଦୋଳ ଗଡର ଗ୍ରାମ
ମାତା ଆଦିଶକ୍ତି ଅନାଦି ପୁରୁଷ
ପବିତ୍ର ତାଙ୍କର ଧାମ
ମହୀରେ କେ' ତାଙ୍କ ସମ
ବଡ ଜୋଡା ନଦୀ ଚରଣ ପଖାଳେ
ସବୁଜିମା ଭରା ଗ୍ରାମ ।
ପାହାଡ ଚୁଡାରୁ ରବିଙ୍କର କର
ସ୍ପର୍ଶ କରେ ଯେବେ ମାଟି
ସବୁଜ ବନାନୀ ନୃତ୍ୟ ରଚୁ ଥାଇ
ଯେହ୍ନେ ଝଟକଇ ମୋତି
କାହା ମନେ ନାହିଁ ଭିତି
ଗ୍ରାମର ପ୍ରାନ୍ତରେ ବଡଜୋଡା ତୀରେ
ପୂଜିତା ମାଆ ଆଦିଶକ୍ତି ।
ନବ କିଶୋର ମଦରାଜ ଦେବ
ଧର୍ମ ପରିୟଣ ରାଜା
ଅଲେଖ ଧର୍ମରେ ଦୀକ୍ଷିତ ହୋଇଲେ
ସୁଖେ ପାଳୁଥିଲେ ପ୍ରଜା
ତାଙ୍କ ସମ କେ ମନୁଜା ( ମଣିଷ)
ସେହି ସମୟରୁ ଆଦିଶକ୍ତି ମାତା
ପାଉଛନ୍ତି ଏଠି ପୂଜା ।
ଗିରି ଝର ନାମ ଅପଭ୍ରଶଂ ହୋଇ
ଗାଁ ' ଗିରିଧର ପ୍ରସାଦ
ବୁଢୀ ପରବତ ବେଢି ରହିଅଛି
ମିଳେ ତାଙ୍କ ଆର୍ଶିବାଦ
ପୂର୍ବରୁ ଅଛି ପ୍ରବାଦ
କାହ୍ନୁ ପଟ୍ଟନାୟକଙ୍କୁ ସ୍ବପ୍ନ ହୋଇଥିଲା
ଗ୍ରାମର ପଶ୍ଚିମ ଦିଗ ।
ଗ୍ରାମ ଚଉପାଢୀ ପଶ୍ଚିମ ଦିଗରେ
ମୃତିକା ମଧ୍ୟେ ମୁ' ଅଛି
ଯାଅ ବେଗେ କାହ୍ନୁ ଆରମ୍ଭ ଖନନ
ଆର୍ଶିବାଦ ଦେଉଅଛି
ନିଦ୍ରା ତେଜ ଆଜ୍ଞା ଅଛି
ଆଦି ଅନାଦିଙ୍କ ସ୍ବପ୍ନ ଆଜ୍ଞା ନେଇ
କାହ୍ନୁ ବାବୁ ଧାଇଁ ଛନ୍ତି ।
କାହ୍ନୁ ବାବୁ ଯାଇ ଆରମ୍ଭି ଖନନ
ନ' ମିଳିଲା ଆଦି ଅନ୍ତ
ଦୁଃଖିତ ମନରେ ଗୃହକୁ ଫେରିଲେ
ହୋଇ କେତେ ହନ୍ତ ସନ୍ତ
ଦିବସର ହେଲା ଅନ୍ତ
ଯାମିନୀ ପ୍ରବେଶି ମଧ୍ୟ୍ୟ ରାତ୍ରି ହେଲା
ସ୍ବପ୍ନ ହେଲାନାହିଁ ସତ୍ୟ ।
ମଧ୍ୟ୍ୟ ରାତ୍ରେ ପୁଣି ସପନ ହୋଇଲା
ଶୁଣ ପଟ୍ଟନାୟକ ପୁଅ
ରାଜା ସେବାକାରି ସନିଆଁ ବାରିକ
ପାସେ ବେଗେ ତୁମେ ଧାଅଁ
ମୋର ବାର୍ତ୍ତା ଯାଇ କୁହ
ମୋହରି ସ୍ବରୁପ ସନିଆଁ ଦେଖିବ
କାଳିସିରେ ହେଲେ ମୋହ ।
ଜନ ସମାଗମେ ଆସିଲା ସନିଆଁ
ଧରିଲା ହସ୍ତେ ଶାବଳ
କାଳିସି ମୋହରେ ବଡଜୋଡା ତୀରେ
ଛେଦ କରିଲା ଶାବଳ
ମୃତ୍ତିକା ଗର୍ତେ ଶାବଳ
ଶାବଳ ଯାଇଣ ସ୍ପର୍ଶ କଲା ମୂର୍ତ୍ତି
ଭଗ୍ନ ଆଦିଶକ୍ତି ଚୁଳ ।
ଧନ୍ୟ ହେଲା ମାଆ ଗିରିଧର ପ୍ରସାଦ
ଲଭି ତୋ ' କରୁଣା ବାରି
ସେହି ଦିନ ଠାରୁ ପୂଜା ପାଉ ମାଆ
ଆଶିଷ ପଡୁଛି ଝରି
ଦୁଃଖ କଷ୍ଟ ଦୁର କରି
ଭକତି ଭାବରେ ଗୁହାରି ଯେ କରେ
ବେଦନା ଦୁର ତାହାରି ।
ପ୍ରକୃତି କୋଳରେ ପ୍ରକୃତି ପୁରୁଷ
ଆଦି ଅନାଦି ମିଳନ
ବଡଜୋଡା ନଦୀ ଚରଣ ପଖାଳେ
ଭକତଙ୍କ ସମାଗମ
ମେରୁ ପର୍ବ ବଡ ପୁଣ
କେତେ ଗୁହାରିଆ ଭକତ ଆସନ୍ତି
ଆଦିଶକ୍ତି କୃପା ଧନ୍ୟ ।
ରାକସ,ତାଳଚେର, ଅନୁଗୋଳ
No comments:
Post a Comment