ଶୀତ
କେବେ ଏକା ଆସେନି
ଆଣେ କାକର ଫୁଲଋତୁ......
ମହମହ ବାସ୍ନାରେ ହସେ ଧରା
ତାର ଚାରିଦିଗ,
ମାଟିର ଶୁଷ୍କତ୍ବଚାକୁ ଓଦାକରେ
କାକରର ଭିଜାଟୋପା.......
ଧୂଳିବୋଳା ପତ୍ରକୁ ଧୋଇ
ସତେଜ କରେ
ତାର ତୋଫାପଣ......।
ସୂରୁଜର ତେଜ କମିଲେ
ବଉଳ ହସେ.....
କୋଇଲିର କୁହୂତାନରେ ଖେଳେ
ଚଞ୍ଚଳତା ଶିହରଣ,
ସେଇଥିରେ
ଫୁଲଝଡି ଫଳଧରେ ଡାଳରେ
ପ୍ରକୃତିରୁ ସାଉଁଟେ ତାର
ପୂର୍ଣ୍ଣତା ପରିପକ୍ବତା.......।
ଋତୁରାଣୀର ଏଇ ତ ଅମଳଋତୁ
ଧାନ କୋଳଥ ମୁଗର.....
ଜାତି ଜାତିକା ପରିବା ଆଉ
ସୋରିଷ ସୂର୍ଯ୍ୟମୁଖୀର
ମନୋଲୋଭା ରୂପ।
ସେ ବି ଲୋଡେ
ଉଷ୍ମତା......
ରେଜେଇ କମଳ କନ୍ଥାର,
ନୂଆ ହେଉ କି ପୁରୁଣା
ସେ ଆଦୋରେ........
ଲୋମଟାଙ୍କୁରା ମନୁଷ୍ୟର ଦେହରେ
ଛପିଛପି ଖୋଜେ
ତାର ମୁକୁଳିବାର ପଥ......।
ସରୋଜ କୁମାର ସାହୁ
ଆଠଗଡ,କଟକ
No comments:
Post a Comment