କବି ଗଗନ କୁମାର ଦାଶ
ତୁମେ ଗଲାପରେ ସିନା
ମୁହଁରେ ମୋ ବିଷାଦ ରେଖା
ମନର ଦୀପରେ
ହୁତ୍ ହୁତ୍ ହୋଇ ଜଳୁଛି
ହୃଦୟ ଭିତରେ ବ୍ୟଥା
ନୀରବରେ ଜଳୁଅଛି
ଅବାଞ୍ଛିତ ପ୍ରେମ ପାଇଁ
ପ୍ରେମର ସଲିତା ।
ତୁମେ
ସବୁ କିଛି ନେଇଗଲା ପରେ
ମମତା ଓ ସ୍ନେହରୁ ଟୋପାଏ
ଛାଡି କିଆଁ ଚାଲିଗଲ
ଏକାନ୍ତରେ ମତେ
ଯାହା ପାଇଁ ନୀରବ ଆଖିରୁ
ସବୁବେଳେ ଝରୁଅଛି
ଅମାନିଆ ବର୍ଷା ।
ତୁମ ସହ
କେଉଁ ଏକ ଅଜଣା ତିଥିରେ
ପରିଚୟ ମାହେନ୍ଦ୍ର ଲଗ୍ନରେ
ମୁଁ ତ ଜାଣିପାରୁନି
ତଥାପି
ପୋଡି ଯାଉ ମୋ'ର ପରିଚୟ
ଜଳିଯାଉ ମୋର ଚେତନ ମନ
ଭାଙ୍ଗି ଯାଉ ମୋ ଆଶାର
କାଚର ଦର୍ପଣ ।
ତଥାପି ଗୋ ପ୍ରିୟତମା
ଭୁଲି ହୁଏନା ସାଇତା ସ୍ମୃତିକୁ
ମନର ସେ ଅକ୍ଷୟ ଡାଇରିକୁ
ସେ ଦିନର ସମୁଦ୍ରର
ନୀଳ ଜଳରାଶି
ଆଉ
ଅସ୍ତ ସୂର୍ଯ୍ୟ ଓ ଉଦୟ ଚନ୍ଦ୍ରକୁ ।
ତୁମେ ଚାଲିଗଲ
ଠିକ୍ କଲ
ଦୁଃଖ ନାହିଁ
ମୋର ସମ୍ପର୍କକୁ
ଆମର ଏ ଭଲି ପ୍ରେମକୁ
No comments:
Post a Comment