Friday, January 15, 2021

ମଣିଷ ପ୍ରକୃତି

*🌸🌻🌹ଓଡ଼ିଆ କବିତା🌹🌻🌸*
      
ବିଶ୍ବାସୀ ମଣିଷ କହେ ଅପ୍ରିୟ ସତ୍ୟ ବଚନ 
ବିଶ୍ବାସ ଘାତକ କହେ ଉପରେ ମଧୁର ବଚନ 

ନିନ୍ଦୁକ ସର୍ବଦା ସତ୍ୟକୁ ଜାଣି ଅସତ୍ୟ ମଣଇ
ଚୋର ମୁହଁ ତ ଟାଣ ଏହା ଜାଣ ଭଉଣୀ ଭାଇ

ଯଦି କାମ ହୋଇ ଯିବ ଭଲରେ ଭଲରେ 
ବାହାବା ନବାକୁ ଲୋକ ଧାଇଁ ଆସିବେରେ

ଯଦି କଛି ଭୁଲ ବଶତଃ ଅଘଟଣ ଘଟିଥାଏ
ଲୋକ ରହନ୍ତି ଚାହିଁ ଫଳରେ ରାଜନୀତି ହୁଏ 

ଭାତୃ ଭାବନାରେ ମିତ୍ର ଥିଲେ ଶତ୍ରୁର ସର୍ବନାଶ
ଭାତୃ ଶତ୍ରୁ ପଣେ କାର୍ଯ୍ୟ କରେ କୁମ୍ଭୀର ସଦୃଶ  

ମାତୃଭୂମିର ମମତାରେ ଯଦି ଗାଇବା ତାର ଗାଥା
ଦେଶର ସୁରକ୍ଷା ପାଇଁ କେବେ ନଇବନି ଆମ ମଥା
     *· · • • • • • • ✤ • • • • • • · ·*     
            ଚିତ୍ତ ରଞ୍ଜନ ନନ୍ଦ
            ଜଗତପୁର, କଟକ
       
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy