ବାସନ୍ତୀ ଲତା ଜେନା
କବିର କଳ୍ପନା ସୃଜନର ସୃଷ୍ଟି
କବିତାରେ ପ୍ରକାଶିତ
କବିତା ମଧ୍ୟମେ ଦେଶର ପ୍ରଗତି
ଶତ୍ରୁ ହୁଏ ପ୍ରିୟ ମିତ୍ର l 1l
କବିତା ଅଟଇ ସାଶ୍ୱତ ପ୍ରେମ ଯେ
ସ୍ନେହ ପ୍ରୀତି ବନ୍ଧନର
କବିତା ମl ଧ୍ୟମେ ଗ୍ଲାନି ଦୂର ହୁଏ
ପର ହୁଏ ଆପଣାର l 2l
କବିତା ଅଟଇ ମଣି ମୁକ୍ତା ହୀରା
ତୁଳନା ତାହାର ନାହିଁ
କବିତା ମl ଧ୍ୟମେ ଦେଶର ସଂସ୍କୃତି
ହୋଇ ଥାଏ ଚିର ସ୍ଥାୟି l 3l
କବିତା ମl ଧ୍ୟମେ ଲୋକ ଗୀତ ହୁଏ
ପରମ୍ପରାରେ ଜଡିତ
ସାମ ବେଦ କହେ ଶୃତି ଚିରନ୍ତନ
ଗାଇବା ବଉଳ ମିତ l 4l
ପରାଧୀନ ଦେଶେ କବିତା ତ ଥିଲା
ସଂଗ୍ରାମର ଆବାହନ
ବୀର କିଶୋରଙ୍କ କବିତାର ମର୍ମ
ସଂଗ୍ରାମେ ମାତିଲେ ଜନ l 5l
ପରିବର୍ତ୍ତନ ଆସେ କବିତା ମl ଧ୍ୟମେ
ସହାୟକ ଶିକ୍ଷା ଗୁରୁ
ତାଙ୍କ ଆଦର୍ଶରେ ଅନୁଗାମୀ ହେଲେ
ନ ହୋଇବା ଆମେ ଭୀରୁ l 6l
* ""''''""" ""'''''' *
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :ନବରଙ୍ଗପୁର
No comments:
Post a Comment