Friday, January 15, 2021

ସ୍ବାମୀ ବିବେକାନନ୍ଦଂକ ସ୍ମରଣେ ମୋ କଲମରୁ କିଛି

💖💖
ଜ୍ଞାନୀ, ତ୍ୟାଗୀ, ସନ୍ୟାସୀ , ଋଷି
                   ସାଧନାମାର୍ଗରେ ,
ହୁଅନ୍ତି ସର୍ବଦା ପଥ ପ୍ରଦର୍ଶକ
               ପ୍ରତ୍ୟେକ ସମାଜରେ ।

ସେମାନଂକୁ ସମାଜେ ଦାର୍ଶନିକ ଅବା
                       ବିଜ୍ଞାନୀ କୁହନ୍ତି ,
ଇତିହାସ ଯାଏ ଲେଖି ବିଶ୍ଵ ବିଜୟୀ
                         ମୃତ୍ୟୁକୁ ଜିଣନ୍ତି ।

ସେହି ବାଣୀ ରହେ ଉଚ୍ଚ ସ୍ଥାନେ ତାହା
                       ଧାରା ସଂସ୍କୃତିରେ ,
ପାର୍ଥକ୍ୟ ଦେଖି ପାରେନା ପ୍ରାଚ୍ୟ ଓ
                    ପାଶ୍ଚାତ୍ୟ ମଧ୍ୟରେ ।  

ଈଶ୍ୱର ନାହାନ୍ତି ମନ୍ଦିର ମଠରେ
             ମଣିଷ ଦେହରେ ବ୍ରହ୍ମ ,
ଅଜ୍ଞ ଭାବନାରେ ସ୍ବାର୍ଥ ସାଧନରେ
              ହରେଇଛେ ଏହି ମର୍ମ ।

ଅଭାବରେ ଦାର୍ଶନିକ ଅବା ବିଜ୍ଞାନୀ
            ସାଧନା ଛାଡିନି କେବେ ,
ମନ ହୃଦୟରୁ ସ୍ୱାଭିମାନ ଫି
           ଦେଇନାହିଁ ସେ ତ କେବେ ।

ପରାଧୀନ ପୂର୍ଣ୍ଣ କୁସଂସ୍କାରଛନ୍ନ 
           ଆମ ଭାରତ ଦେଶ ଥିଲା,
ମହାନ ସନ୍ତାନର ବାଣୀ ସମଗ୍ର
        ବିଶ୍ବର ପଥ ପ୍ରଦର୍ଶକ ହେଲା ।

ମାଆ ଭୁବନେଶ୍ଵରୀ ପିତା ବିଶ୍ଵନାଥ
             ଜନ୍ମ ସ୍ଥାନ କଲିକତା ,
ଗୁରୁ ରାମକୃଷ୍ଣ ସ୍ବାମୀ ବିବେକାନନ୍ଦ
                 ତାଙ୍କ ଜୀବନର ଗାଥା ।

ଅଠର ଶହ ତେଶଠି ମସିହାର
             ଜାନୁୟାରୀ ବାର ଦିନ ,
ଜନମ ଲଭିଲେ ଭାରତ ଦେଶରେ
            ବିବେକାନନ୍ଦ ମହାନ  ।

ଜନମି ଥିଲେ ସେହି ବିଶ୍ୱ ପ୍ରସିଦ୍ଧ
       ଦାର୍ଶନିକ ଆଜିର ଦିନରେ ,
ସାଧନା ବଳରେ ସତ୍ୟ ଧର୍ମ ବାଣୀ
          ବାଣ୍ଟିଲେ ଗୁରୁଙ୍କ ବାଣୀରେ ।

ଭୋକିଲା ମୁହଁରେ ଆହାର ପ୍ରଦାନ
                 ପ୍ରକୃତ ମାନବ ଧର୍ମ ,
ନର ରୂପୀ ନାରାୟଣ ସେବା
       ଜୀବନର ଅଟେ ଶ୍ରେଷ୍ଠ କର୍ମ । 

ତୁମେ ନବ ଜୀବନର ପଥ ଦେଖାଇ
      ମାନବର ଧର୍ମ ଯାଇଚ ଶିଖାଇ ,
ଜ୍ଞାନ ସୁଗୁଣ ବୈଜ୍ଞାନିକ ପାଇଁ ଆମେ
     ଗର୍ବିତ ମୋରହେ ଭଉଣୀ ଭାଇ ।

ନାରୀଙ୍କୁ ସଭିଏଁ ସମ୍ମାନ ଦେଲେ ଯାଇ
         ଫେରିବ ଆମର ଖୁସିର ଦିନ, ହଜିଯିବ ସବୁଦୁଃଖ ଦିନ ଭାବନାରେ
               ହୋଇଗଲେ ସଚେତନ ।

ଜାତି ଭେଦ ଭାବ ମନରେ ରଖିଛେ
             ଦୂରାଇବା ଏ ଭାବନାକୁ ,
ମନେ ଉଚ୍ଚ ନୀଚ ଭାବନା ରଖି
       ଆମେ ଭୂଲିଯିବା ସେ ସବୁକୁ ।

ବଦଳିଲେ ଘୃଣ୍ଯ ଭାବନା ଆମେ
      ତାଙ୍କର ଦାୟାଦ ବୋଲାଇବା,
ସେଦିନ ଯାଇଁ ସେ ଦେଖାଇଛନ୍ତି
     ଆଇନା ବୋଲି ଆମେ କହିବା ।
🌷🌷🌷🌷🌷🌷🌷
 ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
💖💖#######💖💖

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy