Friday, January 15, 2021

ମକର ସଂକ୍ରାନ୍ତି

ଆମ ଦେଶେ ଆମେ ପାଳୁ ବାର ମାସେ 
ତେର ପରବ 
ସେଥି ମଧ୍ୟରୁ ପଉଷ ମାସେ ଏଇ ମକର 
ପରବ

ସୂର୍ଯ୍ୟଦେବଙ୍କର ଗତି ହୁଏ ଏହି ଦିନ 
ଉତ୍ତରାୟନ 
ତାକୁ ମକର ସଂକ୍ରାନ୍ତି ପାଳନ୍ତି ସର୍ବ 
ଓଡିଆ ଜନ

ସର୍ବ ଭାରତୀୟ କୃଷି ଭିତ୍ତିକ ପର୍ବ 
ଅଟେ ଏହା
ନୂତନ ଫସଲ ଧନ ଖୁସିରେ ପର୍ବ 
ପାଳନ୍ତି ତାହା

ଭିନ୍ନ ସ୍ଥାନେ ଭିନ୍ନ ନାମେ ପାଳିତ ହୁଏ 
ଏ ମେଳା
ଦକ୍ଷିଣେ ପୋଙ୍ଗଲ ଆସାମେ ବିହୁ 
ଉତ୍କଳେ ମକର ମେଳା 

କରି ନାଚ ଗୀତ ଟୁସୁ ପର୍ବ ରୂପେ ପାଳନ୍ତି
 ଆଦିବାସୀ
ପଞ୍ଜାବେ ଲୋହାରି ପର୍ବ ରୂପେ ପାଳନ୍ତି
 ପଞ୍ଜାବୀ ବାସୀ

ଗୁଡ ଘିଅ ଛେନା ନଡ଼ିଆ କଦଳୀ ଅରୁଆ 
ଚାଉଳ 
କ୍ଷୀର ଅଳେଇଚ ଗୋଳେଇଲେ ହୁଏ ମକର
ଚାଉଳ

ମକର ଚାଉଳ ଖାଇ ଶାନ୍ତି, ମୈତ୍ରୀ 
ଭାବନା ନେଇ
ଲୋକ ମାନେ ମକର ବସନ୍ତି ବନ୍ଧୁ 
ବାନ୍ଧବ ହୋଇ

ନଟେଇରୁ ଗୁଡି ଉଡାଇ ଅପରାଜୟ 
ରଖନ୍ତି ମନରେ
ଉଡା ଗୁଡି ଆକାଶ ଛୁଇଁଲେ ଖୁସି ଆସେ
 ତ ମନରେ

ଶାନ୍ତି ମୈତ୍ରୀ ସାଥେ ବଢଇ ସମ୍ପର୍କ 
ମିଳଇ ଖୁସି
ମକର ଚାଉଳରେ ବନ୍ଧା ହୋଇ ଚଳନ୍ତି 
ମିଳିମିଶି 

ଆଖୁ ଗୁଡ ଚିନି କ୍ଷୀର ମହୁ ସାଥେ
 ଅରୁଆ ଚାଉଳ
ଦେବାଦେବୀ ଠାରେ ନୈବେଦ୍ୟେ 
ବଣ୍ଟା ଯାଏ ଘର ଘର 

ସ୍ନେହ,ପ୍ରେମ ଆଉ ଭାବନାର ପର୍ବ
ଏ ଭାରତୀୟ ସଂସ୍କୃତି 
ସଦ୍ଭାବ ବୃଦ୍ଧି ପାଇଁ ଏଇ ସଂସ୍କୃତି
ଜୟ ଜୟ ମକର ସଂକ୍ରାନ୍ତି
*******************
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
 *******************

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy