Friday, January 15, 2021

ମକର ସଂକ୍ରାନ୍ତି ଦିନେ

ସୁକାନ୍ତ ଖଣ୍ଡା
ମକର ଲୋ ତୁମେ ଆସିବ ନାହିଁକି
ମକର ସଂକ୍ରାନ୍ତି ଦିନେ
କେନ୍ଦୁଆ ତୁମକୁ ଆବାହନ କରେ
ଖୋଲିକି ହୃଦୟ କୋଣେ।୧
ଆମ ଆଡେ଼ ଆଜି ପତଙ୍ଗ ଉଡା଼ଇ
କେତେ ହେଉଅଛୁ ଖୁସି 
ତୁମେ ଆସିଥିଲେ ସାଙ୍ଗ ହୋଇଯାନ୍ତେ
ମନ ନ ଯାଆନ୍ତା ଋଷି।୨
ମକର ଲୋ ମୁହିଁ ରାତି ପାହାନ୍ତାରୁ
କୁମୁଟିଆ ନଦୀ ଜଳେ
ଗାଧୋଇ ପବିତ୍ର ମନରେ ଆସିଛି
ଏ ନୀଳକଣ୍ଠ ଦେଉଳେ।୩ 
ମକର ଲୋ ଆଜି ତୁମରି ନାମରେ
ଶହେ ବେଲପତ୍ର ନେଇ
ଏ ଶୁଭ ମକର ସଂକ୍ରାନ୍ତି ଦିନରେ
ଶୁଭାଶିଷ ମାଗୁଥାଇ।୪
ମୋହର ପାଖକୁ ଆସିବନି ଜାଣି
ରାତିରେ ଦେଖି ସପନ
ସେ ପାଇଁ ତ ଚାହେଁ ସୁଖ ଓ ସମୃଦ୍ଧି
ତୁମର ହେଲେ ମୁଁ ଧନ୍ଯ।୫ 
ବାରହାଟିପୁରାରେ ହେବନି ଏ ବର୍ଷ
ମକର ଯାତରା ବୋଲି
ଆସବନି ତୁମେ ଲେଖିଦେଇ ଥିଲ
ଚିଠିଟା ଏବେ ପଢି଼ଲି।୬
କଅଣ କରିବା କରୋନା ଖାଇବ
ବୋଲି ସରକାର ନୀତି
ପ୍ରଣୟନ କରି ଶାସନ କରନ୍ତି
ହୃଦୟରେ ଥୋଇ ଭିତି।୭
ମକର ଏ ବର୍ଷ ମାନ୍ଦା ହୋଇଯିବ
ଯାତରା ହେବନି ଆଉ
ଭଲ ହେଲା ଏଠି ନ ହେଉ ଯାତରା
କରୋନା ମରିଲେ ହେଉ।୮
ମକର ଲୋ ତୁମେ ନ ଆସିଲ ନାହିଁ
ଭଲରେ ଥାଅ ସେଠାରେ
ଏ କେନ୍ଦୁଆ ସଦା ମନେ ରଖିଥିବ
ହୃଦୟେ ଥୋଇଛି ବାରେ।୯
ମୋର ପାଇଁ ମୋଟେ ଭୁଲ ବୁଝିବନି
ଡାକି ପାରୁନାହିଁ ଯମା
କରୋନାକୁ ଡରି ଲୁଚି ରହିଥାଅ
ଏତିକି କରେ କାମନା।୧୦
                    ***
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy