Friday, January 15, 2021

ଅନ୍ଧକାର

ନିର୍ମଳ ନାୟକ 
***********
(କବିତା)
******** 

ହଁ ସେ ଅମା ଅନ୍ଧାର ରୁ  ଗାଢ଼... 
ଦୀପ ତଳ ଅନ୍ଧାର ଠୁଁ ବି  ଗୁଢ... 
ବୁଝି ପାରେନା ବାଇଆ ମତିମୁଢ.. 
ଅଜ୍ଞାନତା  ମାନବ ଜାତିର ଜଡ !! 

ତମସା, ତିମିର ଘୋର ଅନ୍ଧକାରେ... 
ଜୀବନ ତରି ଭବ ସାଗର ମଧ୍ୟରେ... 
କୁଳ କିନାରା ରୁ  ଅନେକ ଦୂରରେ... 
ବ୍ରହ୍ମ ନାମ  ତୁଣ୍ଡରେ  ମାତ୍ର ଉଚାରେ !! 

ମୋହ,ମାୟା,ଲୋଭ,କ୍ରୋଧ ସାଙ୍ଗରେ.. 
ପ୍ରୀତି ଭିଆଇଲୁ  ଦିବସ ଓ ରଜନୀରେ..
ଭୁଲି ଗଲୁ ସୃଷ୍ଟିକର୍ତ୍ତାର ନିୟମପୃଷ୍ଠା ରେ.. 
ଅନ୍ଧାରେ ରହିବା ଜୀବନ ବ୍ରତ ମନରେ !! 

ମନର ମଶୃଣ ପଥରୁ ଫେରିଆସ ବାରେ.. 
ଘାଣ୍ଟି ଚକଟି କାହିଁ ହେଉ ଅମା  ଅନ୍ଧାରେ.. 
ଭୁଲିଲୁ ତୁ ହରିନାମ  ତୁଣ୍ଡରେ  ଉଚ୍ଚାରେ.. 
ସେହିଏକା ସାହା ତୋତେ ଅମା ଅନ୍ଧାରେ !! 

ସମୟ ବ୍ୟତୀତ କଲୁ ସୁରା ଓ  ସାକୀ ରେ 
ଆଲୋକ ରୁ ଦୂର ହେଲୁ  ଅନ୍ଧାର ପ୍ରୀତିରେ.. 
ଭଲ ମନ୍ଦ ବୁଝିଲୁନି  ଅନ୍ଧାକାର ର ଭ୍ରମରେ.. 
ପ୍ରଭୁ ନାମ ମୁଖେ ଉଚ୍ଚାରଣ କରିଲୁନି ଥରେ !! 

ଜୟ ଜଗନ୍ନାଥ 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy