ନଳିନୀ ପ୍ରଭା ମିଶ୍ର
ନେତାଙ୍କ ର ନେତା ନେତାଜୀ
ତୁମକୁ ଝୁରଇ ଆଜି ଏ ଜାତି
ଧନ୍ୟ ! ତୁମର ଦେଶପ୍ରେମ ଭାବ
ଶୃଙ୍ଖଳ,ସାହସ , ଧୈର୍ଯ୍ୟ ,ଶକତି।
ତୁମ ରକ୍ତ ଦାନେ ଲେଖା ସ୍ଵାଧୀନତା
ସ୍ଵର୍ଣ୍ଣ ଇତିହାସ ଗାଉଛି ଆଜି
ମରି ନାହଁ ତୁମେ ରହିଛ ଅମର
ଭାରତ ମାଟିର ନମସ୍ୟ ସାଜି।
ଆଜାଦ୍ ହିନ୍ଦ୍ ଫୋୖଜ ଗଢିଲ
ସେନାଙ୍କ ମନରେ ସାହସ ଭରି
ସଦପ ରେ ସର୍ବେ ହେବେ ଅଗ୍ରସର
ବିଦେଶୀ ରକ୍ତରେ ଖେଳିବେ ହୋଲି।
ଫୋୖଜ ମାନଙ୍କୁ ଆହ୍ବାନ ଦେଇ
କରିଥିଲ ସେହି ଉଦବୋଧନ
ସାହସ,ବୀରତ୍ବ, ଶୃଙ୍ଖଳା ପଥରେ
ଏ ଭାରତ ଦିନେ ହେବ ସ୍ଵାଧୀନ।
କଲ ପରାଜିତ ବ୍ରିଟିଶ ସେନାଙ୍କୁ
ଇମ୍ଫାଲ କରିଗଲ ଦାଖଲ
ପ୍ରଜ୍ଜ୍ଵଳିତ ହେଲା ଏ ଦେଶ ମାଟିରେ
ଭାରତ ପ୍ରଥମ ମୁକ୍ତି ମଶାଲ।
ବିବେକାନନ୍ଦ ଓ ଅରବିନ୍ଦ ବାଣୀ
ଚିତ୍ତରଞ୍ଜନ ଙ୍କ ପ୍ରେରଣା ନେଇ
ଘୋର ଦୁର୍ଦ୍ଦିନ ରେ ଦେଶ ମାତୃକାର
ସେଵା ଲାଗି ଆସିଗଲ ଆଗେଇ।
ଦେଶ ସେବା ପାଇଁ କରିଲ ଗଠନ
ରାଷ୍ଟ୍ର ସ୍ଵୟଂ ସେବକ ସଂଘ
ସାଜିଲ ନାୟକ ହେ! ଅମର ନେତା
ବିଦେଶୀ ଶାସନ କରିଲ ଭଙ୍ଗ।
ଗଗନେ ପବନେ ହୁଏ ପ୍ରକମ୍ପିତ
ତୁମରି ଆଗ୍ନେୟ ଆହ୍ବାନ ଆଜି
ବୀରତ୍ବର ପ୍ରେରଣା ହେଉ ଆମ
ଧେୟ ଜୀବନକୁ ଦେବୁ ଲଗାଇ ବାଜି।
ନିଜ ପାଇଁ ଆମେ ହେବୁ ନାହିଁ ବଡ଼
ଦେଶ ଲାଗି ଲଢି ହୋଇବୁ ବଡ଼
ଦେଶ ସେବା ପଥେ ଦେଶ ପ୍ରେମୀ
ଆମେ ବିପ୍ଳବେ କରିବୁ ମନକୁ ଦୃଢ଼।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment