Friday, January 15, 2021

ମକର ସଂକ୍ରାନ୍ତି

ବାସନ୍ତୀ ଲତା ଜେନା

ଶୀତ ସକାଳରେ ମକର ଆସିଛି   
ଶୀତକୁ ବିଦାୟ ଦେବ 
ସୂର୍ଯ୍ୟଙ୍କର ଗତି ଉତ୍ତରାୟଣ ଯେ
 ଆଜି ଠାରୁ ହୋଇ ଯିବ   l୧l

ସଂକ୍ରାନ୍ତି ହେଉଛି ସୂର୍ଯ୍ୟ ସଂକ୍ରମଣ
ଅନ୍ୟ ରାଶିକୁ ଚଳନ 
ଧନୁ ରାଶିରୁ ଯେ ମକର ରାଶିକୁ
କରି ଥାନ୍ତି ପଦାର୍ପଣ       l୨l

ମକର ସଂକ୍ରାନ୍ତି ହିନ୍ଦୁ ପର୍ବ ଏକ
ଘରେ ଘରେ ପାଳା ଯାଏ
ଚାଷିର ଅମଳ ଶେଷ ହୋଇ ଥାଏ
ଆନନ୍ଦେ ବିଭୋର ହୁଏ      l୩l

ନଡ଼ିଆ କଦଳୀ ଛେନା ଗୁଡ଼ ଘିଅ
ନୂଆ ଅରୁଆ ଚାଉଳ
କ୍ଷୀର ଅଳେଇଚ ମିଶାଇଣ ଦେଲେ
ହୁଏ ମକର ଚାଉଳ        l୪l

ଲଷ୍ମୀ ସୁରୁଜଙ୍କୁ ପୂଜା କରା ଯାଏ
ନୈବେଦ୍ୟ ଅର୍ପଣ କରି
ମକର ଚାଉଳ ପୂଜା କରା ଯାଏ
ବନ୍ଧୁତ୍ୱରେ ପ୍ରେମ ଭରି       l୫l

ଦିନ ବଡ଼ ହୁଏ ଏହି ଦିନ ଠାରୁ
ରାତି ଛୋଟିଆ ହୁଅଇ 
ଶୀତର ପରଶ କମି କମି ଯାଏ
ସୂର୍ଯ୍ୟଙ୍କର ତେଜ ପାଇଁ      l୬l

ଦ୍ୱାଦଶ ଯାତରା ମକର ସଂକ୍ରାନ୍ତି
ଶ୍ରୀମନ୍ଦିରେ ପଳା ଯାଏ
ମହୋଦଧି ଠାରେ ପ୍ରତ୍ୟୁଷର ସ୍ନାନ
ଶୁଭ ଫଳ ମିଳି ଥାଏ          l୭l

ଏହି ଦିନ ଲୋକେ ଗଙ୍ଗା ସାଗରରେ
ବୁଡ ପକାଇଣ ଥାନ୍ତି
ମକର ସଂକ୍ରାନ୍ତି ଗୁଡ଼ି ଉଡ଼ା ପର୍ବ
ଆନନ୍ଦେ ମାର୍ଜି ରହନ୍ତି        l୮l

ସ୍ନେହ ପ୍ରେମ ମୈତ୍ରୀ ସଦ୍ଭାବନା ଜାଗେ                                   ପର ଆପଣlଙ୍କୁ ଭୁଲି
ଦକ୍ଷିଣ ଭାରତେ ବଡ଼ ପର୍ବ ଏହା
କହନ୍ତି ପୋଙ୍ଗଲ ବୋଲି      l୯l

ଗାନ୍ଧିନଗର, ନବରଙ୍ଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy