ବାସନ୍ତୀ ଲତା ଜେନା
ସତ କହୁଛି ମୁଁ କାଳିଆ ଠାକୁର
ତୁମ ଠାରୁ ବେଶୀ କେ ନୁହେଁ ନିଜର
ପତିତପାବନ ଜଗତର ନାଥ
ହୃଦୟରେ ଅଛ ପ୍ରତିକ୍ଷଣେ ମୋର
ସତ ମୁଁ କହାଉଛି......( 0 )
ତଥାପି କାହିଁକି ଦୁଃଖ ସହୁ ଅଛି
ଆଖି ଲୁହକୁ ମୁଁ ଓଠରେ ପିଉଛି
ହୃଦୟ ଜଳୁଛି ଯlତନରେ ମୋର
ଖଣ୍ଡ ଖଣ୍ଡ ହୁଏ ମୋ ହୃଦ ମିନାର
କୃପାମୟ ତୁମେ ମୋ ପ୍ରାଣ ଈଶ୍ବର
ସତ ମୁଁ କହୁଛି..... ( ୧ )
ମୋ ଗୁହାରୀ ତୁମ କାନେ ପଡ଼ୁ ନାହିଁ
କେଉଁ ଅପରାଧେ ଦେଉଛ ଏଡାଇ
ସହିବାର ଶକ୍ତି ମୋର ନାହିଁ ଆଉ
ଦୁଃଖ ଦେବା ତୁମ ସେତିକିରେ ଥାଉ
କରୁଣା ବାରିଧି ଜଗତ ଈଶ୍ବର
ସତ କହୁଛି ମୁଁ........ ( ୨)
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment