Friday, January 15, 2021

ମକର ସଂକ୍ରାନ୍ତି

ଵାରମାସେ ବାର ରାଶି
ମନରେ ଥିଲା ଘୋଷି ଘୋଷି
ସୂର୍ଯ୍ୟ ରହନ୍ତି ଏକ ଘରେ
ଏକ ରାଶିରେ ବାରେ ବାରେ
ମକର ସଂକରାନ୍ତି ଦିନ
ସୂର୍ଯ୍ୟଙ୍କର ଉତ୍ତରାୟଣ
ଧିରେ ଧିରେ ବଢିବ ଦିନ 
ଶୀତ କାକରର ପ୍ରସ୍ଥାନ
ଚାଷୀ ପାଳିବ ଏ ପରବ
ଅରୁଆ ଚାଉଳ ର ଭୋଗ
ତା ସାଥେ ଆଖୁ ଗୁଡ ଛେନା
ସୁସ୍ୱାଦୁ ମିଷ୍ଠାନ ବର୍ଣ୍ଣନା
ଗୁଡ଼ି ଉଡାର ମଜା ନେଇ
ହୁଅନ୍ତି ସବୁ ଭାଇ ଭାଇ
ମକର ମେଳା ଏହି ଦିନ
ଆନନ୍ଦେ କରନ୍ତି ପାଳନ
ଗଙ୍ଗାରେ ଦେଇ ଶୁଭ ବୁଡ
ମୁକ୍ତି ବିଶ୍ୱାସ ଯେ ପ୍ରଗାଢ଼
ସାରା ଭାରତର ପରବ
ନାନା ନାମରେ ନାନା ଭାବ
ସମସ୍ତେ କରନ୍ତି ପାଳନ
ଉତ୍ସବେ ଆନନ୍ଦିତ ମନ।

ଅରୁଣ କୁମାର ମହାପାତ୍ର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy