Friday, January 15, 2021

ବ୍ୟାସ କବି ଫକିର ମୋହନ ସେନାପତି ସ୍ମରଣେ

ଉଣେଇଶ ତେୟାଳିଶ ଜାନୁଆରୀ ତେର 
ମକର ସଂକ୍ରାନ୍ତିରେ
ଜନ୍ନ ନେଲ ଓଡିଶାର ବାଲେଶ୍ବର ଜିଲ୍ଲା
ମଲ୍ଲିକାଶ ପୁରେ

ଲକ୍ଷ୍ମଣ ଚରଣ ତୁଳସୀ ଦେବୀଙ୍କ କୋଳ 
କରିଲ ମଣ୍ଡନ
5 ମାସେ ମାତା 19 ମାସେ ପିତା କଲେ 
ସ୍ୱର୍ଗାରୋହଣ

ଓଡ଼ିଆ ଜାତିର ପ୍ରିୟ ମାତୃଭାଷା ଅନ୍ଧକାରେ
 ଥିଲା ସମ୍ମୁଖୀନ 
ଭାଷା ଆନ୍ଦୋଳନ ସଂକ୍ରାନ୍ତି ପୁରୁଷ ନାମ 
ଫକୀର ମୋହନ 

ଅସ୍ତମିତ ହେଲ ଉଣେଇଶ ଅଠର 
ଜୁନ୍ ଚଉଦରେ
ହରାଇଲା ଉଜ୍ବଳ ନକ୍ଷତ୍ରଟି ଆମ
 ସାହିତ୍ୟ କ୍ଷେତ୍ରରେ

ହେ ମହାନ୍ ଲେଖକ ସମାଜର କଥା 
ଲେଖି ଯାଇଛ ଭାବି
ଲେଖା ପଢିଲେ ଆଖି ଆଗରେ ନାଚି 
ଯାଏ ସମାଜର ଛବି

ବ୍ୟାସ କବି ଫକିର ମୋହନ ସେନାପତି
 ଭାଷା ଯାଦୁକର
ସାହିତ୍ୟ ମାଧ୍ୟମେ ହେ କବି ଆଣି ପାରିଲ 
ସମାଜେ ସଂସ୍କାର

ତୁମ ମାମୁଁ , ପ୍ରାୟଶ୍ଚିତ, ଲଛମା ସହିତ 
ଛଅ ମାଣ ଆଠ ଗୁଣ୍ଠ 
ଦର୍ଶାଏ ଜମିଦାର ଲୁଟ ଶାରୀଆ ଭଗିଆ
 ଶୋଷଣ କଷଣର ଚିତ୍ର

 ରେବତୀ ସାଜିଲା ମାର୍ଗ ଦର୍ଶକ ସମାଜରେ 
ନାରୀ ଶିକ୍ଷା ପାଇଁ
ଡାକ ମୁନିସି ଚେତେଇଲା ବିଦେଶୀ ଶିକ୍ଷା ବ୍ୟବସ୍ଥାର
 ପରିବର୍ତ୍ତନ ପାଇଁ

ସୁଲୋଚନା ଚନ୍ଦ୍ରମଣିଂକୁ ଛାଞ୍ଚୁଣୀରେ ଦେଲା
 କଷି ମନ ଭରି 
ନାରୀକୁ ଶିକ୍ଷା ଦେଲା ଅନ୍ୟାୟକୁ ଲଢ଼ିବାକୁ 
କେବେ ନଡରି

ଧୂଳିଆ ବାବା ରାଣ୍ଡି ପୁଅ ଅନନ୍ତା ଉତ୍କଳ ଭ୍ରମଣ 
କାହାଣୀ ଲେଖା କାଳଜୟୀ
ବୌଦ୍ଧବତାର କାବ୍ୟ ଆତ୍ମଜୀବନ ଚରିତ ରଚନା 
କରି ହୋଇଛ ସାହିତ୍ୟ ବିଜୟୀ

ବୀର ପ୍ରସବୀନି ଏ ମାଟି ତୁମକୁ ପରା 
ଜନ୍ମ ଦେଇଛି
ଆହେ ସେନାପତି ତୁମ କୀର୍ତ୍ତିରେ ଗର୍ବିତ
 ବି ହୋଇଛି

ଓଡିଆର ଯୁଗ ଯୁଗର ସ୍ୱପ୍ନକୁ ପୂର୍ଣ୍ଣ କରିଛି 
ତୁମ ପରାକାଷ୍ଠା
ତୁମ ଲେଖା କାବ୍ୟ କବିତା ଦେଖାଏ ମାଟି ପାଇଁ
ତୁମ୍ଭର ନିଷ୍ଠା
            
ତୁମେ ଆଣିଥିଲ ବୋହି ଛାପାକଳ ଟିଏ 
ଶଗଡ଼ ଗାଡ଼ିରେ
ବହୁ ଲେଖା ଛାପା ହେଲା ଓଡ଼ିଆଙ୍କ ପାଇଁ
 ଓଡ଼ିଆ ଭାଷାରେ

ଗର୍ବିତ ଆମ ଜାତି ଆହେ ସେନାପତି 
ଅଭୂଲା ଅଟେ ତୁମ କୀର୍ତ୍ତି
ସ୍ମରଣେ ତୁମରି ଯାତ୍ରା ଅମର ହେ ତୁମେ 
ସଦା ଝୁରୁଥିବ ଏ ଜାତି 
---------+-+-+--------+++----------
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
---------+-+-+--------+++----------

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy