Friday, January 15, 2021

ବ୍ୟାସକବିଫକିର ମୋହନ ସେନାପତି

ଓଡିଆ ସାହିତ୍ୟର କର୍ଣଧାର ସେନାପତି
ସମାଜ ସଂସ୍କାରକ କୁଟନୀତିଜ୍ଞ ସେବକ ଯାହା କହିବି।
ତାହା ତୁମପାଇଁ ସମୁଦ୍ରକୁ ଶଙ୍ଖେ
ଆହେ ମହନୀୟ କଥାକାର କବି।
ଉଣେଇଶ ତେୟାଳିଶ ମକର ସଂକ୍ରାନ୍ତିରେ
ହୋଇଥିଲା ତୁମ ଜନ୍ମ।
ବାଲେଶ୍ବର ଜିଲ୍ଲା ମଲ୍ଲିକାଶ ପୁର
ତୁମ ପୁଣ୍ୟ ଜନ୍ମସ୍ଥାନ।
ସାହିତ୍ୟ କ୍ଷେତ୍ରରେ ଉନ୍ନତିର ଲକ୍ଷ
ଥିଲା ତୁମ ଜୀବନର।
ଝଡ ଝଞ୍ଜାଥିଲା ତୁମ ଜୀବନେ ଅନେକ
ରୋଗ କଷ୍ଟେ ଭରପୁର।
ତଥାପି ରୁନ୍ଧିନି ତୁମରି ଯାତ୍ରା
ସାହିତ୍ୟର ସ୍ରୋତସ୍ବିନୀ
ସ୍ଥାପିଥିଲ ସମ୍ବାଦବାହିକା ପତ୍ରିକା
ତା ସଙ୍ଗେ ବୋଧଦାୟିନୀ।
ଶାନ୍ତି କାନନରେ ବସି ଲେଖୁଥିଲ
ଗଳ୍ପ କବିତା ତୁମରି।
ଛମାଣ ଆଠଗୁଣ୍ଠ ମାମୁଁ ଲଛମା
ପ୍ରାୟଶ୍ଚିତ ଏଇ ଚାରି।
ଧୂଳିଆବାବା ରେବତୀ ରାଣ୍ଡିପୁଅ ଅନନ୍ତା
ଡାକମୁନ୍ସୀ କାଳଜୟୀ।
ଏପରି ସୃଷ୍ଟିର ରଚୟିତା ତୁମେ
ଆହେ ସାହିତ୍ୟ ବିଜୟୀ।
ଉତ୍କଳ ଭ୍ରମଣକାହାଣୀ ଲେଖିଲ
ଲେଖି ଆତ୍ମଜୀବନ ଚରିତ।
ବୌଦ୍ଧବତାର କାବ୍ୟ ରଚନା କରିଲ
ଛାନ୍ଦେସ୍ୟ ଉପନିଷଦ ପ୍ରସ୍ତୁତ।
ପୁଷ୍ପମାଳ ଅବସର ବସରେ ପୁଜାଫୁଲ ଆଉ ଧୂଳି
ଏ ସବୁ କବିତାର ସମାହାର କରି ଗୁନ୍ଥି ଦେଇଗଲ ମାଳି।
ଶିଶୁ ସାହିତ୍ୟିକ ରମ୍ୟରଚନାକାରୀ ଅବା ଭ୍ରମଣକାହାଣୀ
ଅନୁବାଦକ୍ଷେତ୍ରେ ହାତ ତୁମ ଥିଲା ଲେଖିଛ ଆତ୍ମଜୀବନୀ।
ଶେଷ ଜୀବନରେ ରୋଗକଷ୍ଟ ସହି ଉଣେଇଶ ଅଠର ଜୁନ୍ ଚଉଦରେ।
ଉଜ୍ବଳନକ୍ଷତ୍ରଟି ଅସ୍ତମିତ ହେଲା ଆମ ସାହିତ୍ୟ କ୍ଷେତ୍ରରେ।
ମାଧବୀ ପଟେଲ।

ସେନାପତିଙ୍କ ଜନ୍ମଦିନ ଉପଲକ୍ଷେ ଲିଖିତ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy