ଡ. ପ୍ରିୟମ୍ବଦା ସାମଲ
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ସୁନ୍ଦରକୁ ନେଇ
ହେଲା ସେ ସୌନ୍ଦର୍ୟ୍ଯମୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ସହିଷ୍ଣୁତାକୁ ନେଇ
ହେଲା ସେ ପ୍ରାଣ ଦାୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ପ୍ରେରଣାକୁ ନେଇ
ହେଲା ସେ ପ୍ରେରଣାମୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ମଂଗଳ କୁ ନେଇ
ହେଲା ସେ ମଂଗଳମୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ଦୁଃଖକୁ ପାନ କରି
ହେଲା ସେ ଦୁଃଖହାରୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ପ୍ରକୃତିର ସୁନ୍ଦରତା କୁ ନେଇ
ହେଲା ସେ ସୁନ୍ଦରୀ ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ଅପମାନକୁ ସହି
ହେଲା ସେ ମାନମୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ କଷ୍ଟକୁ ସହି
ହେଲା ସେ ପ୍ରେମମୟୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ଧୈର୍ଯ୍ୟ କୁ ନେଇ
ହେଲା ସେ ଧୈର୍ଯ୍ୟ ବତୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ପ୍ରେମକୁ ନେଇ
ହେଲା ସେ ପ୍ରେୟସୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁ ମହାନତାକୁ ନେଇ
ହେଲା ସେ ମହିୟସୀ ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସବୁକିଛି ଦେଇ
ହେଲା ସେ ଦୟାବତୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସଭିଙ୍କୁ ପାଳନ କରି
ହେଲା ସେ ପାଳନକାରୀ।
ସ୍ରୁଷ୍ଟି ହେଲା ଯେବେ ନାରୀ
ସୁଖଦୁଃଖ ହସକାନ୍ଦ
ମାନ ଅପମାନ ସବୁକିଛିକୁ
ଆପଣାଇ ଆପଣାଇ
ସେ ହୋଇଯାଏ ଈଶ୍ବରୀ,
ସେ ହୋଇଯାଏ ନିଜେ ହିଁ ଈଶ୍ବରୀ।
ଜବାହର ନବୋଦୟ ବିଦ୍ଯାଳୟ, ଗଜପତି।
No comments:
Post a Comment