Sunday, January 10, 2021

ଅବକ୍ଷୟର କବଳରେ ପୃଥିବୀ

ଶୀର୍ଷକ :- ଅବକ୍ଷୟର କବଳରେ ପୃଥିବୀ
******************************
         ବଡିସକାଳୁ ରାଧାକାନ୍ତ ବାବୁଙ୍କ ଉଠିବା ଅଭ୍ୟାସ । ତାଙ୍କର ଶୀତର କାକର,ଝଡ଼ିବରଷା,ଡହଡ଼ହ ତାତି କାହାରିକୁ ଖାତିର ନଥାଏ । ଛୁଆ ବେଳରୁ ଶିକ୍ଷକତା କରିବା,ଏପରିକି ଚାକିରିରୁ ଅବସର ନେବାପରେ ମଧ୍ୟ ସେଇ ଏକା ଅଭ୍ୟାସର ସାଥି ହୋଇଗଲେଣି । ପ୍ରକୃତି ସହ ଖାପଖୁଆଇ ଚଳିବାରେ ସେ ଏକଦମ 
ମାହୀର। ଅନେକ ଦେଖି ତାଙ୍କୁ ଇର୍ଷାରେ ଜଳନ୍ତି । କାହିଁକି ଜାଣନ୍ତି? କାଳେ ସେ ଚିର ସବୁଜ ପରି ସୁନ୍ଦର,ସତେଜ ଆଉ କର୍ମଠ।
ଏ ବୟସରେ ବି କଠିନ ଶ୍ରମ କରିବାକୁ ପଶ୍ଚାଦପଦ ନୁହନ୍ତି। ତାଙ୍କୁ ଦେଖିଲେ କେହି ବୟସକୁ ଅନୁମାନ କରିପାରନ୍ତି ନାହିଁ। ନାଁ ମୁଣ୍ଡରୁ ଛିଡ଼ିଛି ଚୁଟି, ନାଁ ପାଟିରୁ ଭାଙ୍ଗିଛି ଗୋଟେ ବି ଦାନ୍ତ! ଖାଲି ସେତିକି ନୁହେଁ। ସେ ସଭ୍ୟ,ଶିକ୍ଷିତ,ସଂସ୍କୃତିସମ୍ପନ୍ନ,ଉଚ୍ଚ ଆଦର୍ଶ ଶୋଭିତ,ସ୍ନେହୀ,ବିବେକୀ,ଧର୍ମ ପରାୟଣ,ମେଳାପୀ, ଉଦ୍ୟୋଗୀ,ମିଷ୍ଟଭା- ଷୀ,ସତ୍ୟାନୁରାଗୀ ଆଦି ସମସ୍ତ ବିଶେଷଣର ଅଧିକାରୀ । କେହିକେହି ତ ତାଙ୍କୁ ସତ୍ୟଯୁଗର ମଣିଷଟିଏ ବୋଲି ଆଖ୍ୟା ଦେଇଥାନ୍ତି । ସମସ୍ତ ଦେବସୁଲଭ ଗୁଣ ତାଙ୍କରି ନିକଟରେ ପ୍ରତୀୟମାନ ହୁଏ
ସତସଙ୍ଗରେ ଭିଡ଼ ଜମିବା ଭଳି ସକାଳ ଆଉ ସଂଜରେ କୌଣସି କାରଣର ସମାଧାନ ନିମନ୍ତେ ରାଧାକାନ୍ତ ବାବୁଙ୍କ ପାଖରେ ଆସି କିଏ ନା କିଏ ପହଞ୍ଚନ୍ତି । ଏଇ ଯିବାଆସିବାର ଘଟଣା ତାଙ୍କର ୧୪ବର୍ଷର ନାତି ରମଣ ସବୁ ଦେଖୁଥାଏ। କିନ୍ତୁ ଏହାର ରହସ୍ୟକୁ ଉନ୍ମୋଚନ କରିବାର ସାମର୍ଥ୍ୟ ତାର ନଥାଏ। ବହୁତ ଥର ବୁଝିବାକୁ ଚେଷ୍ଟା କରି ସେ ପାରେନି ଜେଜେଙ୍କୁ ପଚାରି। ପାଠର ବୋଝ ତାକୁ ଏ ଦୁନିଆରୁ ଅନେକ ଦୂରକୁ ନେଇଯାଏ। ତାକୁ କେବଳ ୯୦ ଶତକଡ଼ା ନମ୍ବର ରଖି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ପଡିବ 
ଏହା ତା ବାପାମାଆଙ୍କ ଇଛା। ଯେମିତି ଏଇଠି ତାର ଉତ୍ତମ ଭବିଷ୍ୟତର ଶୀର୍ଷ ପାହାଚ। ନହେଲେ ଜୀବନ ପଥରେ ଅଗ୍ରସର ହେବାର ପଥ ରୁଦ୍ଧ ହୋଇଯିବ। ଭବିଷ୍ୟତ ଅନ୍ଧାର ହୋଇଯିବ। ଏଇ ଅଭିଳାଷ ଶୁଣିଶୁଣି ସେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଏଥିରୁ ମୁକୁଳିବାର ବାଟ ବି ପାଉନାହିଁ। ଟ୍ୟୁସନ ଯାଆ, ସ୍କୁଲ ଯାଆ, ପାଠ କର, ବିଷୟ ସାର ଏଇ ନିର୍ଦ୍ଧିଷ୍ଟ ବାକ୍ୟର ନିୟନ୍ତ୍ରିତ ଜୀବନ। ଅନ୍ତତଃ ସବୁ ସମୟରେ ଜେଜେଙ୍କ ପାଖକୁ ଏତେ ଲୋକ ଆସିବାର ଅଭିପ୍ରାୟ ତ ଟିକିଏ ସେ ଜାଣିପାରନ୍ତା ? କିନ୍ତୁ ନିରୁପାୟ ଏକବାର ସେ । 
         ଦିନେ କୌଣସି କାରଣବଶତଃ ବାପାମାଆ ତାର ମାମୁଁ ଘରକୁ ଯାଇଛନ୍ତି । ରବିବାର କାରଣରୁ ଉପରଓଳି ଟ୍ୟୁସନ ବି ବନ୍ଦ ଅଛି । ହଠାତ ତାର ନିଦ ଭାଙ୍ଗିଗଲା
ଘଣ୍ଟାକୁ ଚାହିଁଲା । ଦେଖିଲା ମାତ୍ର ୪ଟା ବାଜିଛି। ତୁରନ୍ତ ଯାଇ ଜେଜେଙ୍କୁ ନିଦରୁ ଉଠାଇଲା। ଜେଜେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିରେ ନାତିଆ ଟୋକା ଆଜି ତୋର କଣ ହୋଇଛି? ଏମିତି ଛାନିଆଁ ହୋଇ କଣ ପାଇଁ ଡାକୁଛୁ? କଣ ଘରେ ଚୋର ପଶିଗଲେ କିରେ! ରମଣ ଜେଜେଙ୍କ ପାଟିରେ ହାତ ଦେଇଦେଲା। କହିଲା ସେମିତି କିଛିନାହିଁ। ତମେ ପାଟି ଚୁପ କର। ବାପାବୋଉ ଆଜି ଘରେ ନାହାନ୍ତି। ମୁଁ ଟିକେ ତୁମ ସହ କଥା ହେବାକୁ ଚାହୁଁଛି। ମୁଁ ପୁରା ବିରକ୍ତ ହେଲିଣି 
ଖାଲି ପାଠ,ପାଠ,ପାଠ। ଜମା ବି ଭଲ ଲାଗୁନି। ଯେମିତି ପାଠକୁ ଛାଡିଦେଲେ ଆଉ କିଛିନାହିଁ ମୋର। ରମାକାନ୍ତ ବାବୁ ଟିକେ ଚିଡାଇ କହିଲେ, କିରେ ନାତିଆ କଣ ପାଠକୁ ଡ଼ରିଗଲୁ କି ! ନାଇମ ଜେଜେ, ମୁଁ କାହିଁକି ଡରିବି, ମୁଁ କଣ ଗଧ ନା କ'ଣ ? ମୁଁ ତ କେବଳ ନଇ ଆଡେ ଟିକେ ତମ ସହ ବୁଲିବାକୁ ଚାହୁଁଥିଲି। ଆଉ ପ୍ରତିଦିନ ତୁମେ ଲୋକଙ୍କ ସହ କ'ଣ କଥା ହେଉଛ, ଜାଣିବାକୁ ଚାହୁଁଛି। ଜେଜେ ଠୋ ଠୋ ହସିଲେ। କହିଲେ, ଆରେ ଏଇ କଥାକୁ ଏତେ ମେହେନତ। ହଉ ଚାଲ- ଚାଲ ଦୁଇ ବୁଢ଼ା ଯାଇ ଟିକେ ଖୁସିରେ ବୁଲି ଆସିବା । ଆଉ ତୋ ପ୍ରଶ୍ନର ସମାଧାନ ବି ସେଇଠି ହୋଇଯିବ। ସାଙ୍ଗରେ ମୋ ଶିଙ୍ଗ ବାଡିଟା ଆଣିଥା। ରମଣ କୌତୁହଳପୂର୍ବକ ପଚାରିଲା,କାହିଁକି ତମେ କଣ ଠିକରେ ଚାଲିପାରୁନ କି? ଛୋଟା ହେଇଗଲ। ଜେଜେ ବି ମଜାକିରେ କହିଲେ, ଆରେ ନାତିଆ ଯେଯାଏଁ  ଏ ପ୍ରାଣ ଶ୍ମଶାନକୁ ନଯାଇଛି, ସେ ଯାଏଁ ଏ ଜେଜେର ଗୋଡ଼ ଛୋଟା ହେବାର ପ୍ରଶ୍ନ ହିଁ ଉଠୁନି। ନଈକୂଳ ଟା ତ କାଳେ ବାଟରେ କେଉଁ ଜୀବଜନ୍ତୁ ଦେଖାହେବେ, ସେଇଥିପାଇଁ ଲୋଡ଼ା ହେଉଛି। ନହେଲେ ତୁ ବି ହାରିଯିବୁ ମୋ ସହ ବାଜି ମାରିଲେ। ଆରେ ମୁଁ ଏ ପାଟିରେ ଏବେବି ଅଧସେର ଚାଉଳଭଜା ଚୋବାଇ ପାରିବି। ତମେମାନେ ତ ଛତୁଆ ଗୋଳେଇ ବିନା ଚୋବାଇବାରେ ମଣିଷ ହେଇଛ। ତମେ ପୁଣି ଆମ ସହ ତାଳ ଦେଵ। ଏହିପରି ଥଟା ତାମସା ଭିତରେ କେତେବେଳେ ନଈକୂଳେ ପହଂଚି ସାରିଥିଲେ ଜେଜେ ନାତି। 
         ମୃଦୁମୃଦୁ ପବନ ବହୁଥାଏ। ପକ୍ଷୀ ମାନେ କଳରବ କରି ଆକାଶ ମାର୍ଗରେ ଉଡିଯାଉଥାନ୍ତି । ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡିଯାଉଥାନ୍ତି। ତାଙ୍କର ରକ୍ତିମ ଆଭାରେ ନଦୀଜଳର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରୁଥିଲା ରମାକାନ୍ତ ବାବୁ ରମଣର ପିଠିକୁ ଟିକେ ଥାପୁଡ଼େଇ ପଚାରିଲେ, ହଉ ନାତିଆ କ'ଣ ପଚାରିବୁ ପରା ପଚାର। ରମଣ କହିଲା ଜେଜେ ଆସର ନଈପଠାରେ ଟିକେ ବସିବା, ତାପରେ ଆଲୋଚନା କରିବା।  
ରମଣ ପଚାରିଲା, ଜେଜେ ଆମ ଘରକୁ ସବୁ ସନ୍ଧ୍ୟାରେ ଲୋକେ କାହିଁକି ଆସୁଛନ୍ତି
ସତସଙ୍ଗ ମାନେ କଣ କୁହନା ଟିକେ।ମୋର ଜାଣିବାକୁ ବହୁତ ଇଛା ହେଉଛି। ଏଇକଥା ଶୁଣ ତେବେ କହୁଛି। ବର୍ତ୍ତମାନ ପୃଥିବୀ ଅବକ୍ଷୟ ହେବାରେ ଲାଗିଛି। ମାନେ ଏ ଯେଉଁ ବିଜ୍ଞାନରେ ଆମର ଲେଖା ହୋଇଛି ତ । ହଁ ସେ ବି ଅବକ୍ଷୟ। କିନ୍ତୁ ପୃଥିବୀ ଏବେ ଅବକ୍ଷୟର ବଳୟରେ ସମ୍ପୂର୍ଣ୍ଣରୂପେ ବୁଡ଼ିଯାଇଛି। ଏମିତି ସମୟ ଆସିବ, ଏହାକୁ ନିୟନ୍ତ୍ରଣ କରିବାକୁ କାହାର ବି ଶକ୍ତି ଅଣ୍ଟିବ ନାହିଁ। ହେଲେ ଏହାକୁ ନିୟନ୍ତ୍ରଣ କରିହେବ ବୋଲି ବିଜ୍ଞାନ କହୁଛି, ରମଣ କହିଲା। ଜେଜେ ହସିଉଠିଲେ , ଆଉ କହିଲେ ଧେତ ଇଏ ସାଧାରଣ କଥାନୁହେଁ ନାତିଆ। ଏହାକୁ ନିୟନ୍ତ୍ରଣ କରିବାକୁ ଆମ ସମସ୍ତଙ୍କୁ ସଜାଗ ଓ ପରିବର୍ତ୍ତନ ହେବାକୁ ପଡ଼ିବ। ହେଲେ ମୋ ପ୍ରଶ୍ନର ଉତ୍ତର କଣ ଏଇଆ। ଠକୁଛ ମତେ ନା। ମୁଁ ଆଉ ତୁମ ସହ ଆସିବିନି କହୁଛି । ଆରେ ନାତିଆ ଏମିତି ରାଗେନା ବାପା। ମୁଁ ଯାହା କହୁଛି ଧୈର୍ଯ୍ୟର ସହ ଶୁଣ। ସେଥିରେ ହିଁ ତୋ ପ୍ରଶ୍ନର ପ୍ରକୃତ ସମାଧାନ ରହିଛି। ହଉ ଶୁଣୁଛି, ଶୀଘ୍ର କୁହ। ନହେଲେ ବାପା ବୋଉ ପଳାଇଆସିବେ। ହଉହଉ କହୁଛି ଶୁଣ। ଧ୍ୟାନ ଦେଇ ଶୁଣ। ରମଣ ଶୁଣିଲା:-
         ଜେଜେ ଆରମ୍ଭ କଲେ, ଜାଣିଲୁରେ ବାବା ବର୍ତ୍ତମାନ ଆଉ ସେବର ସମୟ ଭିତରେ ଆକାଶ ପାତାଳ ତଫାତ। ପାଦେ ପାଦେ ବିଷ ଭରିଗଲାଣି। ବିଷ ନପଡ଼ିଲେ ଧାନ ବି ଫଳିବା ମୁସ୍କିଲ ହୋଇପଡ଼ିଲାଣି। ବିଲ ହଳ ହେବାଠାରୁ ଶସ୍ୟ ପାଚିବା ଯାଏଁ ରାସାୟନିକ ପଦାର୍ଥର ପ୍ରୟୋଗ।  ମାଟି ତାର ଜୈବିକ ଗୁଣଟିକୁ ହରାଇଛି। ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟ ବିଷ ଦ୍ୱାରା ହିଁ ପରିପୁଷ୍ଟ ହୋଇଛି। ସେଇ ବିଷର ପ୍ରଭାବ
ଭୂତଳ ଜଳକୁ ମଧ୍ୟ ବିଷାକ୍ତ କରିଛି। ଯାହା ଫଳରେ ମଣିଷ ବିଭିନ୍ନ ଅଚିହ୍ନା ରୋଗର ଶିକାର ହୋଇ ଅକାଳ ମୃତ୍ୟୁବରଣ କରୁଛି
ଅସମୟରେ ବାର୍ଦ୍ଧକ୍ୟରେ ଉପନୀତ ହେଉଛି । ପୁଣି ମଣିଷ ବଂଚିବା ପାଇଁ ଉଚ୍ଚ ଅଟାଳିକା ଆଉ କଳକାରଖାନାର ପ୍ରତିଷ୍ଠା ପାଇଁ ଜଙ୍ଗଲ ଧ୍ୱଂସ କରିଚାଲିଛି। ଯାହାର ଫଳସ୍ୱରୂପ ମୃତ୍ତିକାର ଅବକ୍ଷୟ ହେଉଛି। ପୁଣି ଶିଳ୍ପ ପ୍ରସାର ଯୋଗୁଁ ମାଟି,ବାୟୁ,ଜଳ ସବୁର ଅବକ୍ଷୟ ହେବାରେ ଲାଗିଛି। ଏହା ମଧ୍ୟ ମନୁଷ୍ୟ,ପଶୁ,ପକ୍ଷୀ ସମସ୍ତଙ୍କ ଉପରେ କୁପ୍ରଭାଵ ପକାଉଛି। ଧୀରେଧୀରେ ଏସବୁର ଏକପ୍ରକାର ଅବକ୍ଷୟ ହିଁ ହେଉଛି
ତେବେ ଏଇ ଅବକ୍ଷୟ କଥା କହୁଛଟି। ନାଁରେ ଆହୁରି ଅନେକ କଥା ରହିଛି, ଜେଜେ କହିଲେ। ଯୁଗ ବହୁତ ଆଗରେ, ଲୋକ ଉଚ୍ଚଶିକ୍ଷା ପ୍ରାପ୍ତ ହେଲେଣି। କିନ୍ତୁ ମଣିଷ ନିକଟରୁ ମାନବିକତା ଶବ୍ଦଟି ସମ୍ପୂର୍ଣ୍ଣ ଶୂନ୍ୟ ହୋଇଛି। ଅତ୍ୟାଧୁନିକତା ପ୍ରଭାବରେ ମଣିଷ ଭ୍ରାତୃତ୍ବ,ମଣିଷପଣିଆ, ସ୍ନେହ,ଶ୍ରଦ୍ଧା,ସାହାଯ୍ୟ,ପରୋପକାର,ଗୁରୁଭକ୍ତି ଆଦି ସମସ୍ତ ସଦଗୁଣ ବିସ୍ମରଣ ହୋଇଛି।ବସ୍ତୁବାଦୀ ଜିନିଷକୁ ଆପଣେଇ ସମ୍ପର୍କର ମୂଲ୍ୟକୁ ଭୁଲିଗଲାଣି। ପଡ଼ୋଶୀ ପଡ଼ୋଶୀ,ସାହିସାହି,ଗାଁଆଗାଁଆ, ଦେଶଦେଶ ମଧ୍ୟରେ ସମ୍ବନ୍ଧ,ଏପରିକି ବିଶ୍ଵଭ୍ରାତୃତ୍ବ ମଧ୍ୟ ଅବକ୍ଷୟ ହେବାରେ ଲାଗିଛି। ଆଚାର ବିଚାର,ସମ୍ମାନ,ସଂସ୍କୃତି ଆଦି ସମସ୍ତ ଜିନିଷ ଅବକ୍ଷୟ ହେଉଛି। 
ଓଃ ଓଃ ତେବେ ଏମିତି ଅବକ୍ଷୟ ହେଉଛି। 
ହଁ ଏହାକୁ ରୋକାଯିବାର ଉପାୟ କ'ଣ ଅଛି ଯେ ? ମଣିଷ ହାତରେ ସବୁ କ୍ଷମତା ରହିଛି। କାରଣ ତା ନିକଟରେ ବୁଝିବା
ର ଜ୍ଞାନ ଅଛି। ସେ ଇଛାକଲେ ଏସବୁର ସମାଧାନ ହେବ। ବୁଝିଲି ଏବେ ସମସ୍ତେ ଆସି ତୁମ ପାଖେ ରୁଣ୍ଡ ହୁଅନ୍ତି କଣ ପାଇଁ। କହିଲୁ ନାତିଆ କଣ ପାଇଁ। ଏଇଥିପାଇଁ ଯେ ଏକାଠି ହୋଇ ଆଲୋଚନା କରି ନିଜ ନିଜ ମଧ୍ୟରେ କଥାକୁ ସମାଧାନ କରିବାର ବାଟ ବାହାରିପାରିବ। ତେବେ ପୃଥିବୀକୁ ଅବକ୍ଷୟର ବିପଦ ମୁହଁରୁ ରକ୍ଷା କରାଯାଇପାରିବ । ଠିକ୍ କହିଲୁରେ ନାତି। ଯଦି ଆମେ ସମସ୍ତେ ପ୍ରତିଦିନ ଏହାର କୁପ୍ରଭାଵ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନତା ପ୍ରଦାନ କରିବା, ତେବେ କିଛିକାଂଶରେ ଏହାକୁ ନିୟନ୍ତ୍ରିତ କରିହେବ। ଜେଜେ ଯାହାହେଉ ତୁମେ ବହୁତ ଭଲ କାମଟିଏ କରୁଛ । ବହୁତ ଧନ୍ୟବାଦ ତୁମକୁ କହିଲା ରମଣ। ଆରେ ନାତିଆ ସେଥିରେ ଆମର ମଙ୍ଗଳ ହେବା ସହ ଜଗତର କଲ୍ୟାଣ ମଧ୍ୟ ରହିଛି, ଆମର ସ୍ୱାର୍ଥକୁ ରକ୍ଷା କରିବା କଣ ଉଚିତ କଥା ନୁହେଁ। ନିଶ୍ଚୟ ନିଶ୍ଚୟ ମୁଁ ଆଜି ବହୁତ ଖୁସି ଯେ, ମୋ ଜେଜେ ସମାଜର ମଙ୍ଗଳ ପାଇଁ ଛୋଟ ପ୍ରୟାସଟିଏ ଜାରୀ ରଖିଛନ୍ତି। ଜେଜେ ନାତି ଦୁହେଁ ଆନନ୍ଦରେ ହସିଉଠିଲେ.........।
       ରମଣର ଆଖି ହଠାତ ଆକାଶରେ ପଡ଼ିଥିବା ଧ୍ରୁବତାରା ଆଡ଼କୁ ପଳାଇଗଲା। ସେ କହିଲା ଜେଜେ ତୁମ ସହକଥା  ହେଉ ହେଉ ସନ୍ଧ୍ୟା ହୋଇଗଲାଣି । ବାପାବୋଉ ଆସି ଘରେ ପହଂଚି ସାରିଥିବେ। ଆଜି ମୋ ବେଳା ବୁଡ଼ିଲା। ରମାକାନ୍ତବାବୁ ବୋଧ ଦେଇ କହିଲେ, ବ୍ୟସ୍ତ ହୁଅନି। ମୁଁ ଅଛି ନାଁ ତୋ ଜେଜେ। ମୁଁ ଥାଉଥାଉ ମୋ ନାତିକୁ କିଏ କଣ କହିବ? ରମଣ ହସିଲା। ଦୁହେଁ ମିଶି କେତେବେଳେ ଘରେ ପହଂଚି ସାରିଥିଲେ ଜଣାନଥିଲା।

          ସରସ୍ବତୀ ନାୟକ, ପୁରୀ
              

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy