Monday, January 11, 2021

ଅଭୁଲା ସ୍ମୃତି


ତୁମ ଓଠ ଧାରେ ଚେନାଏ ହସ ରେ
ମୋତି ର ଚମକ ଲାଜେଇ ଯାଏ
ତୁମ ନୟନର କଜ୍ବଳ ଗାରରେ
ଅଭୁଲା ସ୍ମୃତି ମୋ ହୃଦୟ ଛୁଏଁ     ।।

ଝଲସାଇ ତା'ର ଶବ୍ଦ ର ଆଲୋକ
ଅଳିକ  ସପନେ ଗଭୀର ଧ୍ୟାନେ
ତୁମ ସେ  ପହିଲି ପ୍ରେମ ର ପୁଲକ
କାହାଣୀ ଲେଖେ ମୋ ସାରା ଜୀବନେ   ।।

ଋଷି ଗଲେ ତୁମେ ତାରା ଫୁଲ ମେଳେ
ଅଭିମାନେ ଚାହେଁ ଚାନ୍ଦର ଆଖି  
ତୁମ ମଉନତା ଭାଙ୍ଗିବା ପାଇଁ କି
କଇଁ ର ପ୍ରେମ ଯେ ରହିଛି ସାକ୍ଷୀ        ।।

ଫଗୁଣ ମାସର  ସାତ ରଙ୍ଗ ଛିଟା
ଦେଇଥିଲି ତୁମ  ଦେହରେ ମାଖୀ
ସମୟ ସ୍ରୋତରେ ସବୁ ନିରୁଦ୍ଧିଷ୍ଟ
ଖୋଜେ ଲୁହ ଭରା ମୋ ଦୁଇ ଆଖି     ।।

ଦୀପ୍ତି ଦେବଦର୍ଶିନୀ ସୁତାର 
ଓରାଳି ,ହାଟଡିହୀ, କେନ୍ଦୁଝର --758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy