Sunday, January 10, 2021

ଅପର ଜନର ଉନ୍ନତି ଦେଖି ମନ ସଦା ମୋର ହସୁ

★★★★★★★★★★★★★★★★
ପ୍ରସଂଗ--ଅପର ଜନର ଉନ୍ନତି 
ଦେଖି ମନ ସଦା ମୋର ହସୁ
★★★★★★★★★★★★★★★★
ଜୀବନ କ୍ଷଣସ୍ଥାୟୀ, ନୁହଁଇ ଦୀର୍ଘ, 
ହସ କାନ୍ଦ ଭରା ଦୁନିଆରେ 
ମଣିଷେ ଖୁସି ଜଣାପଡେ ତାର 
ମୁଖ ମଣ୍ଡଳର ପ୍ରତିଫଳନରେ

ନିଶ୍ଚିତ ମନୁ ଆମ ରୂପ ଧନ ପାଇଁ 
ଯେତେ ଗର୍ବ ତୁଟି ଯିବ ଦିନେରେ
ଖୁସି ମିଳେ ସମୟକୁ ସଯତ୍ନେ 
କଟାଇଲେ ମାନବିକତା ଭାବନାରେ

ଲାଳସା ରହିଛି ରହିବ, ଲୁଟୁଛି ଶାନ୍ତି
ମରିଚିକା ସପନରେ ଭାସିଲେ
ବଡ ବିଚିତ୍ର ଏ ଭାବନା, କାହାକୁ କହିବି
ଦୁଃଖ ଜାତନା ମନରେ ଆସିଲେ

ତେଣୁ ମଣିଷର ସତ କର୍ମ ହିଁସ ପ୍ରଥମ କର୍ତ୍ତବ୍ୟ
ନ ହେବା ଅତି ପ୍ରଫୁଲ୍ଲିତ ସୁଖ ପାଇବାରେ
ନହୋଇ ନୈରାଶ୍ୟ ଦୁଃଖେ ସୁକର୍ମ କରିଲେ 
କର୍ମର ସଫଳତା ପାଇବା ଜୀବନରେ 

ମଣିଷତ୍ବ କରି ନାଶ ହିଂସା ଦ୍ବେଷ ପର ନିନ୍ଦା
କେବେ ମୋର ମନରେ ନ ଆସୁ
ମୋର ପରଶ୍ରୀକାତରତା ନହେଉ, ଅପର ଜନର
ଉନ୍ନତି ଦେଖି ମନ ସଦା ମୋର ହସୁ
★★★★★★★★★★★★★★★★★
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy