ମୁଁ ନୁହେ ଭରତ ଭାଇ ର ଭାଇ ଭାରତୀୟ ଅଟେ
ବଞ୍ଚିଛି ମୋ ଛାତି ତଳେ ସେ ଦିନର ଭାତ୍ରୁ ଭକ୍ତି ଦରଦୀ ଭରତ ହୃଦୟ ।
ମୋ ମନ ବିସ୍ତାପିତ ହୁଏ ଭିନ୍ନେ ହବା ଭାଇ ଓ ବଡ଼ ମା’
ଲାଗି ରୋଗ ହେଇଛି ଆସିଲା ଗାଁ ଘର ସମ୍ବାଦ ।
ଯାଇ ପାରୁନାହିଁ ବିଦେଶୀ ଟୀଏ ହେଇ ବିଦେଶରୁ
ବିଦେଶୀ କରୋନା ବାଧକ ସାଜିଛି ମହାମାରୀ ରୂପ ଧରି
ଜଞ୍ଜାଳ କରୁଛି ମତେ ଦେଖିବାକୁ ବଡ଼ ମା’ ଭାଇ ପାଖେ
ଜାଣି ପାରୁନାହିଁ ଭାରତରେ ତାଲା ପଡ଼ିଛି ବୋଲି ।
ମୁଁ କାନ୍ଦିଲେ ମୋ ଭାଇଙ୍କର ମଙ୍ଗଳ କାନ୍ଦି ବି ଏଇଠୁ ଆହୁରି
ମୋ ଲୁହ କରିଛି ଜଗା ଗାଁ ଆକାଶର ମେଘର ବାରି ।
ବଡ଼ ମା’ ଆରୋଗ୍ୟ କାମନା କରି କାଂଦିଛି କେତେ
ସବୁତକ ଲୁହ ସାଇତି ଉଡେଇ ଦେଇଛି ଦୂର ଆକାଶର କଳା ବାଦଲ ରେ ।
ବଡ଼ ଠାରୁଙ୍କ ବେଢ଼ାରେ ମେଘକୁ କହିଛି କାକୁସ୍ତ ହେଇ
ସକାଳ ଧୂପର ସକାଳେ ବରସିବୁ ପଦ୍ମ ପାଦରେ ।
ଭୁଲ୍ ହେଇଗଲା ବୋଧେ ମୋର ଲୁହ ଭିଜା ଭକ୍ତି ଆରାଧନା
ମଗୁସରେ ବଡ଼ ମା’ ହେଲା ପରିତ୍ୟକ୍ତା ମଶାଣି ଭୂତ ।
ଭଲ ହେଲା ନାହିଁ ମୋ ସାଥେ କହୁଛି ମୁଁ କାଳିଆ ଫଟୋ ଦେଖି କାନ୍ଦୁଛି ଯେତେ ଆଜି ଝରୁ ନାହିଁ ଆଖିରୁ ଟୋପାଏ ଲୁହ ।
ମୁଁ କାନ୍ଦିଲେ ମୋ ଭାଇଙ୍କର ମଙ୍ଗଳ କାନ୍ଦିବି ଶୁଭ ମନାସି
ମୋ କାନ୍ଦରେ ଲୁହ ଝରୁ ଅବା ନଝରୁ ତଥାପି ମୋ ପାଖେ ମୋ ବଡ଼ ମା’ ବଞ୍ଚିଛି ।
ଆସିଲା ବେଳେ ଆସିଥିଲି ମୁଁ ମୋ ବଡ଼ ମା’ର ପାଦ ଛୁଇଁ
ଆଶିଷ ଦେଉ ଥିଲା ଭୂରି ଭୂରି ତାର ମମତା ଲୁହ ଝରାଇ
ଆସିବୁ ଭଲରେ ଭଲରେ କହୁଥିଲା ତାର ମାତୃତ୍ଵ ଚୁମନ ଦେଇଆସିଛି ଭଲରେ ଭଲରେ ଗାଁ ଘରକୁ ମୋ ବଡ଼ ମା’ ଆଉ ନାହିଁ ।
କବି/ସାୟାର/ନାଟ୍ୟକାର - ପ୍ରକାଶ ଚନ୍ଦ୍ର ନାହାକ (ବାବୁଲା)
ଠିକଣା - *ଗଞ୍ଜାମ,ଛତ୍ରପୁର,ଗାଙ୍ଗପୁର
No comments:
Post a Comment