ନଳିନୀ ପ୍ରଭା ମିଶ୍ର
ନିସ୍ତବ୍ଧ,ନିଥର, ଶଙ୍କିତ ପ୍ରତୀକ
ଆମ ଏ ଗ୍ରାମ ଶ୍ମଶାନ
କାଳ କାଳ ଧରି ବିଜେତା ବହି
ରହିଛି ଦଣ୍ଡାୟମାନ।
ପାଶେ ବର, ଆମ୍ର,ଅଶ୍ବସ୍ତ,ଶିମିଳି
ନାନା ବୃକ୍ଷ ଛନ୍ତି ରହି
କେତେ ବିଦାୟର ଅଶ୍ରୁଳ ମୂହୁର୍ତ୍ତ
ସାକ୍ଷ୍ୟ ବାର୍ତ୍ତା ବୁକେ ବହି।
ବୃକ୍ଷର ଶାଖାରେ ପକ୍ଷୀ କରେ ବସା
କୋରଡେ ରହେ ପେଚକ
ଗଭୀର ନିଶୀଥେ ଗୃଧ୍ର ଦିଏ ରାବ
ଶୃଗାଳ ଦିଅଇ ଡାକ।
କୁଲା,ଭଙ୍ଗାହାଣ୍ଡି, ଭସ୍ମ ରାଶି ଅଛି
ଆମ ଏ ଗ୍ରାମ ଶ୍ମଶାନେ
ସମାଧି କୁ ଦେଖି ପୂର୍ବ ପୁରୁଷ ଙ୍କ
ଐତିହ୍ୟ ପଡ ଇ ମନେ।
ନୀରବେ ଗୁଞ୍ଜରି ଶ୍ମଶାନ ଯେପରି
କହୁଅଛି ଏହି କଥା
ଜନ୍ମ ଲଭିଲେ ମରଣ ନିଶ୍ଚିତ
ନୋହିବ ଏହା ଅନ୍ୟଥା।
ଶ୍ମଶାନ ହିଁ ଦିଏ ଏ ଶିକ୍ଷା ଜଗତେ
ହେଲେ ହେଁ ସବୁ ଅସତ୍ୟ
ଜନ୍ମ ହେଲେ ଜୀବ ଲଭେ ଦିନେ
ମୃତ୍ୟୁ ଏହାହିଁ ଅଟ ଇ ସତ୍ୟ।
ଶ୍ମଶାନ ସମୀପେ ସଭିଏଁ ସମାନ
କି ଅବା! ଦରିଦ୍ର ,ଧନୀ
ଏକ ପଥ ଯାତ୍ରୀ ହୋଇଥାନ୍ତି ସର୍ବେ
ଜ୍ଞାନୀ,ମାନୀ,କିବା ଗୁଣୀ।
କେହି ମଧ୍ୟ କେବେ କଳି ନ ପାର ଇ
ଶ୍ମଶାନ ର ଇତିହାସ
ଆସିଛେ ସଭିଏଁ ଚାଲିଯିବା ଦିନେ
ସମୟର ହୋଇ ଦାସ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
No comments:
Post a Comment