Friday, January 15, 2021

ଦିବ୍ୟ ଦ୍ରଷ୍ଟା କବି

ନିର୍ମଳ ନାୟକ

ଭାଷା ସାଗର ର ଅତଳ ଶେଜ ରୁ.. 
ହୀରା, ନୀଳା, ମୋତି, ମାଣିକ ରୁ.. 
ଚୟନ କରେ  ମାତ୍ର  କବି  ଗୁରୁ.. 
ସାଧାରଣ ମାନବ ଚିନ୍ତନ ପୂର୍ବରୁ !! 

ସୁନ୍ଦର ଶବ୍ଦ ର ମାଳା ଗୁନ୍ଥିକରି... 
ଭାବ ର ନିରରାଶି ସିଞ୍ଚନ କରି... 
ହୃଦୟ ଛୁଇଁବାର ଅତର ମାରି... 
ସୁନ୍ଦର,ସାବଲୀଳ ବିନ୍ୟାସ କରି !! 

ପାଠକ ଙ୍କ କର କମଳେ ସମର୍ପି... 
ଆଶାୟୀ ତାଙ୍କ ହୃଦୟସ୍ପର୍ଶ ଲିପି .. 
ମନ ମୁଗ୍ଧକର ଖୋରାକ ସାଇତି .. 
ପ୍ରଫୁଲ୍ଲ ଚିତ୍ତ ର ଶୁଣାଏ  ଗୀତି !! 

ମା ଶାରଦା ଙ୍କ ଅଶେଷ ଅନୁକମ୍ପା.. 
ଦିବ୍ୟ ଦୃଷ୍ଟି ର ଅମୋଘ ଅସ୍ତ୍ର ଦାତା.. 
ଭାଷାବିନ୍ୟାସ ର  ମିନାର ପ୍ରଣେତା. 
ଭାବ ରାଇଜରେ ସେ ଜଗତଜିତା !! 

ଦିବ୍ୟଦୃଷ୍ଟି କବିଙ୍କ ଅକ୍ଷୟ ତୁଣୀରେ.. 
ଶବ୍ଦର ଅମୋଘ ଅସ୍ତ୍ରରାଜି ସମ୍ଭାରେ.. 
ସମୟ,ସମାଜର ବାର୍ତ୍ତାବହ ରୂପରେ.. 
ଶାରଦାଙ୍କ ଆଶିଷ ଲଭେ ସଂସାରେ!! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy