Friday, January 15, 2021

ମକର ସଂକ୍ରାନ୍ତି

କବୟିତ୍ରୀ ସୁଷମା ତ୍ରିପାଠୀ

ଶୀତୁଆ ସକାଳ ମକର ସଂକ୍ରାନ୍ତି
ଆସିଛି ଆନନ୍ଦ ମନେ,
ଶୀତ ଚାଲିଯିବ ଗ୍ରୀଷମ ଆସିବ
ସୂର୍ଯ୍ୟ ର ଉତ୍ତରାୟଣେ ।

ଧନୁ ରାଶି ଛାଡ଼ି ମକର ରାଶିରେ
ଧିରେଧିରେ ଯିବେ ଚାଲି,
ଶୀତ ଋତୁ ଯିବ ବସନ୍ତ ଆସିବ
ପ୍ରକୃତି ହସିବ ବୋଲି ।

ଚାଷୀର ଫସଲ ହୋଇଲା ଅମଳ
ପାଳିବ ଏପରି ପର୍ବ,
ନୂଆଁ ଚାଉଳକୁ ବତୁରାଇ ବାଟି
ଆଖୁ ଗୁଡ଼ ମିଶାଇବ ।

ଖିର ଛେନା ଘିଅ ନଡ଼ିଆ କଦଳୀ
ଲବଙ୍ଗ ଯେ ଅଳାଇଚ,
ଆମ୍ବ ବଉଳର ବାସ୍ନା ବାସୁଥିବ
ମକର ଦିଶିବ ସ୍ବଚ୍ଛ ।

ଠାକୁରଙ୍କ ପାଶେ ଭୋଗ ଲଗାଇଣ
ମିଳିମିଶି ଯେ ଖାଇବେ,
ସାହି ପଡିଶାଙ୍କୁ ଆନନ୍ଦରେ ଦେଇ
ମକର ସାଙ୍ଗ ହୋଇବେ ।

ସ୍ନେହ ପ୍ରେମ ଶ୍ରଦ୍ଧା ଭାବନା ଆସିବ
ବନ୍ଧୁ ଭାବ ଏଠି ଆସେ,
କିଏ କେଉଁ ନାମେ ପାଳନ କରନ୍ତି
ମକର ସଂକ୍ରାନ୍ତି ବଶେ ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ଏହି ପର୍ବ ପାଲିଥାନ୍ତି,
ମକର ଚାଉଳ ଖୁଆଇ ସଭିଙ୍କୁ
ବନ୍ଧୁତ୍ବ ଭାବ ରଖନ୍ତି ।

ଖାଣ୍ଟି ଓଡିଆ ହୋଟେଲ ସାମ୍ନା
ଟାଟା ବେଞ୍ଜ ପରିସର
ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy