Tuesday, January 19, 2021

ଆହୁତି।

ଜଗଦୀଶ ଶତପଥୀ।

ସେ ଦିନ ସେ ଫେରିଲା, ଠିକ୍ ମୁହଁ ସଂଜ ବେଳେ।ଉଦାସ ଉଦାସ ଆଖି। ଲାଗୁଥିଲା ସତେ ଯେମିତି ଲକ୍ଷେ ମହଣ ଘିଅଢାଳି, କାହାକୁ ତିଳତର୍ପଣ କରି, କାହାକୁ ସମାଧି ଦେଇ ସେ ଫେରିଛି।ଆଖିଗୁଡାକ ସୁଖି ଯାଇଥିଲା,ସୁଖି ଯାଇଥିଲା ମନ। ପଚାରିଲେ, କିଛି ବି ନକହି ନଥ କରି ବେଡ଼ ଉପରେ ଶୋଇ ପଡିଲା ଅମରେଶ।

    କିରେ, କ'ଣ ହୋଇଛି। କିଛି କହୁନୁ କାହିଁକି।ମାଆ ପଚାରିଲେ। ମତେ କିଛି ପଚାରନା। ମୁଁ କିଛି ବି କହି ପାରିବି ନାହିଁ। ମତେ ଟିକିଏ ଶୋଇବାକୁ ଦେ।ମା ଗୋଡ଼ରୁ ଚପଲ କୁ କାଢି ଦେଲେ।ବେଡସିଟ ଟିକୁ ଘୋଡ଼ାଇ ଦେଲେ। ମହେଶ୍ବର ମହାନ୍ତି ଙ୍କ ପୁଅ ଏଇ ଅମରେଶ। କଟକ ରେ ରୁହେ। ଏମ୍ ଏ ସି ପାଶ୍ କଲାପରେ ଗୋଟିଏ ଘରୋଇ କଲେଜ ରେ ଶିକ୍ଷା ଦାନ କରେ ଓ ନିଜକୁ କମ୍ପିଟେଟିଭ ପାଇଁ ପ୍ରସ୍ତୁତ କରେ। ସେଇଠି ଦେଖା ହୁଏ ଆହୁତି ସହିତ। ଆହୁତି ଦେଖିବାକୁ ଖୁବ୍ ସୁନ୍ଦର, ଖାଲି ଦେଖିବାକୁ କାହିଁକି ଗୁଣରେ ମଧ୍ୟ।ଵହୁକଷ୍ଟରେ ଏମ୍ ଏ ସି ପାସ ପରେ ଅମରେଶ ଶିକ୍ଷା ଦାନ କରୁଥିବା କଲେଜ ରେ ଶିକ୍ଷା ଦାନ କରେ। ଉଭୟ ଙ୍କ ମଧ୍ୟରେ ବଂଧୁତା,ବଂଧୁତା ରୁ ପ୍ରେମ। ଆହୁତି ର ଘର କଟକ ରୁ ଦଶ କିଲୋମିଟର ଦୂର, ତେଣୁ ସବୁଦିନ ଯିବା ଆସିବା କରେ।ଘରେ ବାପା,ମାଆ ଓ ତିନି ଭଉଣୀ। ବାପା କିଛି ଦିନ ବେପାର ବଣିଜ କରୁଥିଲେ, ବେପାର ରେ ଖୁବ ଲସ୍ କଲେ, ଏବେ ଆହୁତି ବେକରେ ବଂଧା। ଆହୁରି ସାଂଘାତିକ ହେଉଛି ତାଙ୍କର ପୁରୁଣା ଅଭ୍ୟାସ।ମଦ ନ ପିଇଲେ ଦୁନିଆଁ ଦେଖି ପାରନ୍ତି ନାହିଁ। ତାଙ୍କ ପାଇଁ ନିହାତି ଦିନକୁ ଦୁଇ ଶହ ଦରକାର।ଏ ପଟରେ ଭଉଣୀ ମାନଙ୍କ ପାଠପଢ଼ା ପାଇଁ ପଇସା ଦରକାର। ତେଣୁ, ଏହି ଚାକିରି ହିଁ ସର୍ବସ୍ବ ଆହୁତି ପାଇଁ।ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ କୁ ସାହା ଭରଷା ଏହି ଚାକିରି ଖଣ୍ଡକ। ଯେଉଁ ବାର ହଜାର ଟଙ୍କା ଦରମା ପାଏ,ବାଟେ ବାଟେ ସଫା।ଆଜି ଏଟା ନାହିଁ, କାଲି ସେଟା ନାହିଁ, ଏଭଳି ଆହୁତି ର ସଂସାର। ଆହୁତି ତଳେ ଅହଲ୍ୟା।ଵିଏ ପଢେ ପାଖ କଲେଜ ରେ,ଆଉ ଏହାରି ଭିତରେ ସଂପଦ ସହିତ ସଂପର୍କ ହୁଏ ଓ ହୁଏ ପୁଣି ଅନ୍ତଃସତ୍ତ୍ୱ।ସଂପଦ ଏସବୁ ମାନିବାକୁ ନାରାଜ। ଉଭୟ ଙ୍କ ମଧ୍ୟରେ ବିବାହ କରିବାକୁ ଚେଷ୍ଟା କରନ୍ତି ଆହୁତି ଓ ଅମରେଶ। ହେଲେ ନିରାଶ ହୁଅନ୍ତି। ପୋଲିସ ର ଆଶ୍ରୟ ନିଅନ୍ତି, ହେଲେ ବିଫଳ ହୁଅନ୍ତି ସେମାନେ, ବରଂ ଅପବାଦ ର ବୋଉକୁ ମୁଣ୍ଡାଇବାକୁ ହୁଏ ଉଭୟ ଙ୍କୁ। ବିଚିତ୍ର ଏ ବିଶ୍ବ। ନାଁ ଖାଲି ଭଲ ପାଇବା। ବିଡମ୍ବନା ଏହାହିଁ ଆମ ସଂସ୍କୃତି। ଏହାରି ମଧ୍ୟରେ ଆତ୍ମହତ୍ୟା କରିଦିଏ ଅହଲ୍ୟା। ନାରୀ କେବଳ ଏ ସମାଜ ରେ ଏକ ପଣ୍ୟ।ନରମାଂଶଲୋଭୀ ଏ ପୁରୁଷ ସମାଜ। ସତରେ କି ସାଂଘାତିକ ଏମାନେ।

    କ'ଣ କରିବ ଆହୁତି,ଯିଏ ଯାହା ହୋଇଥାନ୍ତା,ସେ ବି ଗଲା। ବହୁତ ଆଶା ଥିଲା, ଆହୁତି ର ଏହି ଅହଲ୍ୟା ଉପରେ। ହେଲେ କ'ଣ ସବୁ ଘଟିଗଲା। ଏହାରି ଭିତରେ ଆହୁତି, କେବଳ ଆହୁତି ଦେଇ ଚାଲିଥିଲା।ଶଵ ପୋଷ୍ଟମର୍ଟମ ହୋଇ ଆସିଲା ପରେ, ଅମରେଶ ଓ ଆହୁତି ସଂସ୍କାର କରି ଫେରିଥିଲେ ଘରକୁ, ମୁହଁ ସଂଜ ବେଳେ। ମୁହଁ ରେ ନଥିଲା ହରଷ। ସେହିଦିନଠାରୁ ଆହୁତି ନିଜର ଆହୁତି ଢ଼ାଳି ଚାଲିଛି।

ଧର୍ମଶାଳା। ଯାଜପୁର।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy