କଳ୍ପନା ରାୟ
ଦୁଃଖିକୁ ଆହୁରି ଦୁଃଖ ସାଗରକୁ ଠେଲିଦେଇ
ତୁ ଖୁସିରେ ମହୋଦଧି ଦର୍ଶନ କରୁ ନା !!
ଭୋକିଲାକୁ ଖାଦ୍ୟ ମୁଠେ ନ ଦେଇ
ତୁ ମହା ଆରାମରେ ଷାଠିଏ ପୋଉଟି ଖାଉ ନା !!
ହଁ, ତୋର ବା କି ଅଭାବ କହିଲୁ ??
ବଡ଼ଦାଣ୍ଡ, ତା ପାଖରେ ମେଘନାଦ ପାଚେରୀ
ଛତିଶା ନିଯୋଗର ସେବା, ସେଥିରେ ଭକ୍ତ ତୋତେ ଥିବେ ଘେରି
କି ମୁଚୁକୁନ୍ଦିଆ ନାଲି ହସ !! ଆ..ହା..
ମଣିଷଟିଏ ପିନ୍ଧିବାକୁ ନ ପାଇ କେତେ ବିକଳ ହୁଏ୬
ତୋ କିନ୍ତୁ ପାଟ ପିତାମ୍ଵରୀ ପିନ୍ଧି ବେଶ ପରେ ବେଶ ଥାଏ
ଟିକିଏ ଆଶ୍ରୟ ପାଇଁ ମଣିଷ ବାର ଦୁଆର ଶୁଣ୍ଢୀପିଣ୍ଢା ହୁଏ
ତୋର କିନ୍ତୁ ମାଉସୀ ଘରକୁ ଯିବାକୁ ରଥଯାତ୍ରା ହୁଏ
ଏତେ ଲୋକ ଗହଣରେ କି ରାସ ନ ଦେଖାଉ ତୁ !!!
ଭକ୍ତ ବିନା ରଥଯାତ୍ରା କରି ପାରୁ ମନ୍ଦିର ବନ୍ଦ କରୁ
କିନ୍ତୁ ଗହଳ ଲଗାଇ ରଥକୁ ଝୁଲି ଝୂଲି ଆସୁ
କି ଅସମ୍ଭବ ସମ୍ମୋହନୀ ଶକ୍ତି ତୋର !!!
ସୁଖିକୁ ସୁଖ ଦେବାରେ ବେଶୀ ଆଗ୍ରହ
କାହିଁକି ତୋ ନାମକୁ ତାଙ୍କଠୁ ଦୂରରେ ରଖିବା ଇଛା ନା କ'ଣ ??
ମଲ୍ଲୀଫୁଲ ବାସ୍ନାରେ ମୁଁ ବିଭୋର
ମାତ୍ର ଗରୀବର ଭାକୁନିଆ ଗନ୍ଧଟି
ଦେଖିଛୁ
ତୁ ତ ଭାଇ ଭଉଣୀ ଧରି ବସିଛୁ
ତୋ ଭକ୍ତ ର ଭାଇଭଉଣୀ ରହୁ କି ନ ରହୁ ଚିନ୍ତା କ'ଣ ??
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
No comments:
Post a Comment