Friday, January 15, 2021

କଣ୍ଟକିତ ପଥ

କଳ୍ପନା ରାୟ

ଜୀବନ ଜୀବିକା କଣ୍ଟକିତ ହୁଏ
ସବୁ ବିପରୀତ ହେଲେ
ବେଳେବେଳେ ଏହା ହଠାତ୍ ବି ଆସେ
ସମୟ କଷ୍ଟ ଆସିଲେ
ବିପଦ ଭିତରେ ଗଲେ
ଅସମ୍ଭବ କାର୍ଯ୍ୟ ହୁଏ ସମ୍ଭବ ବି
ଗର୍ଜନ ତର୍ଜନ କଲେ

ସମୟ କେବେ ବି ଏକା ଯାଏ ନାହିଁ
କଣ୍ଟା ଫୁଲ ମିଶିଥାଏ
କା' ସମୟ ଭରା କଣ୍ଟାରେ ତ ଭର୍ତ୍ତି
କଣ୍ଟକିତ ପଥ ସିଏ
ମଣିଷ ସଜେଇ ଦିଏ
ଭାଗ୍ୟର ପଥକୁ ସାଉଁଟି ସାଉଁଟି
ମଣିଷ ତ ସିଝିଯାଏ

କଣ୍ଟକିତ ପଥେ ସାଥି ଯଦି ଥାନ୍ତି
ପରିବାର ସାଙ୍ଗସାଥି
କଣ୍ଟା ସବୁ ଫୁଲ ପରି ଲାଗୁଥାନ୍ତି
ନ ଥାଏ କାହାରି ଭୀତି
କଷ୍ଟ ହେଲେ ବି ତରନ୍ତି
ଖରା ବର୍ଷା ଶୀତ ଡରେଇ ପାରନ୍ତି
ନା ପରିଶ୍ରମରେ ଶାସ୍ତି

କଷ୍ଟଭରା ଦିନ କଣ୍ଟକିତ ହୁଏ
କେହି ସାଥିରେ ନ ଥିଲେ
ନିଜ ଅଶ୍ରୁଜଳ ନିଜେ ଗଣୁଥାଏ
ଦୁଃଖ ଝରଣା ବି ସହେ
କ୍ଷତଭରା ଦିନ ସିଏ
ଯାତନା ଭରା ଜୀବନ ଜଞ୍ଜାଳରେ
ଦିନ ଫେରି ଫେରି ଯାଏ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy