Sunday, January 10, 2021

କୃଷ୍ଣ ନାମ ଧରି ଧରି

କଳ୍ପନା ରାୟ

କି ପାପ କରିଛି କେଉଁ ଜନ୍ମରେ ମୁଁ
ଏ ଜନ୍ମଟା ଵଡ‌ ଦୁଃଖ
ଖାଇବାକୁ ଦେଇ ତୋଷ କରୁ କରୁ
ହୋଇଲି ଏତେ ନିରେଖ
ସମୟର ଖେଳ ଦେଖ
ଜାଣିଥିଲା କିଏ ଦେଖି ପାଷାଣୀକୁ
ପାଇଥିଲା ସିଏ ଶାପ

ଭାବିଥିଲି ଜଗା ପୂଜା ମୁଁ କରୁଛି
ଦଣ୍ଡିବନି ସିଏ କେବେ
ଦର୍ଶନ ନ କରିପାରି ଗାଳି ଦେଲି
ଭାବି ପାରିଲାନି ଭାବେ
ତ'ଵୋଲି ଦୁଃଖକୁ ଦେବେ
ନିଜର ବୋଲି ତ ଗାଳି ମୁଁ କରିଛି
ଶାପ ମୁକ୍ତ କର ଏବେ

ଶାମୁକା ଭିତରେ ମୁକ୍ତା ଅଛି ବୋଲି
ଶାମୁକା ଜାଣିନି କେବେ
ଶାମୁକାରୁ ମୁକ୍ତା ସଂଗ୍ରହ କରିବି
ରାବଣ ଜନ୍ମ ମୋ ଭବେ
ସୀତାଙ୍କୁ ଚୋରି ସଗର୍ଵେ
କରିଥିଲି ବୋଲି ମୁକ୍ତି ମୁଁ ଲଭିଲି
ରାମ ହତ୍ୟା କଲେ ଦମ୍ଭେ

କଂସ ଜନ୍ମ ପରା ସାର୍ଥକ ହୋଇଲା
କୃଷ୍ଣ ନାମ ଧରି ଧରି
ମୁଁ କେଡେ ପାପୀ ଯେ  ଦୁସ୍ଥ ସମୟଟା
ଯାଉନାହିଁ କେବେ ପୂରି
କଷ୍ଟରେ ହେଉଛି ଘାରି
ହାତଟେକି ମୁହିଁ ଗୁହାରି କରିବା
ଦେଖୁନାହୁଁ କି ମୁରାରୀ

କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy