Sunday, January 10, 2021

ମନର କଥା ବଖାଣୀ

ତାପ୍ତିମୟୀ ପଣ୍ଡାମିଶ୍ର, 
ମେଲଛାମୁଣ୍ଡା ବରଗଡ ।।


ଲେଖୁଛି ପତର ଆହେ ପ୍ରିୟବର 
ମନର କଥା ବଖାଣୀ 
ଆଖିର ଅଞ୍ଜନ କରୁଛି ଲେପନ 
କାଳି କରି ଗୁଣମଣୀ ।।

ହୃଦୟ ସ୍ପନ୍ଦନ ପ୍ରତି ଅନୁକୋଣ 
ସ୍ପନ୍ଦିତ ତୁମରି ନାମେ 
ସର୍ବାଙ୍ଗ ଶରୀର ମାଖି ତୋ' ଅବିର 
ରଙ୍ଗିୟିତ ତୋରି ପ୍ରେମେ ।।

ସିମନ୍ତେ ସିନ୍ଦୁର ଆଖିରେ କଜ୍ବଳ 
ପାଦରେ ଅଳତା ନାଇ 
ତୋ' ନାଳି ଅଧର ଓଠରୁ ନାଳିମା 
ଆଣିଛି ଦେଖ ଚୋରାଇ ।।

ହାତ ଶଙ୍ଖା ମୋର ରୁଣୁଝୁଣୁ ବାଜେ 
ବଇଁଶୀର ସୁର ନେଇ 
ପାଦର ପାଉଁଜି କଥା କହୁଅଛି 
ଗୁଣୁଗୁଣୁ ଗୀତ ଗାଇ ।।

ରଙ୍ଗହୀନ ପ୍ରାଣ ଥିଲା ସତେ ଧନ 
ପ୍ରୀତି ରଙ୍ଗ ବୋଲି ଦେଲୁ 
ତୋରି ପ୍ରେମେ ପଡି ସର୍ବସ୍ବ ପାଇଲି 
ପ୍ରେମସୁଧା ପରଶିଲୁ ।।

ଅଛୁ ବୋଲି ସାଥେ ଜୀବନ ମୋ ରଥେ 
ଚାଲିଛି ହୃଦ ସ୍ପନ୍ଦନ 
ବିଦାୟ ବେଳାରେ ଆସିବୁ ସମୀପେ 
କରିବୁ ଜୀବନ ଧନ୍ୟ ।।
*************************

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy