Friday, January 15, 2021

ନିରବତା

ଅରୁଣ କୁମାର ମହାପାତ୍ର

ନିରବତା ସମାଧାନ
କିଛି ସମସ୍ୟାର
ନିରବତା ବୋହି ଆଣେ
ଶାନ୍ତି ଏ ମନର।
କିଛିଦିନ ନିରବତା
ବଢାଏ ସ୍ମରଣ
ନିରବତା ଭଙ୍ଗ କେବେ
ଅନିଷ୍ଟ କାରଣ।
ଝଡ ଆଣେ ନିରବତା
ଭାଙ୍ଗି ମହା ଦ୍ରୁମ
ସମୟରେ ନିରବତା
ବଢାଏ ସଞ୍ଜମ।
ନିରବତା କହନ୍ତି ଯେ
ସମ୍ମତି ଲକ୍ଷଣ
ଏ ଭଳି ସମ୍ମତି କେବେ
ଦୁଃଖର କାରଣ।
କଦାଚିତ୍ ନିରବତା
ଭଙ୍ଗ ଅଟେ ଭଲ
ହୋଇପାରେ ଏକ ବାକ୍ୟେ
ଜୀବନ ସଫଳ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy