Monday, January 11, 2021

ସକାଳର ଆଶା

କବିତା - ସକାଳର ଆଶା
                   କଳ୍ପନା ରାୟ

ସବୁରି ମଙ୍ଗଳ କରନ୍ତ ପ୍ରଭୁହେ
ସକାଳର ଏହି ଆଶା
ଶାନ୍ତି ସୌହାର୍ଦ୍ଦ୍ୟରେ ରୁହନ୍ତୁ ସମସ୍ତେ
ପୂର୍ଣ୍ଣ ହେଉ ମନବାଞ୍ଛା
ମାନବ ଭେଟୁ ଅଭିପ୍ସା
ଦୁଃଖ ରୋଗ ଶୋକ ନ ଆସୁ କେବେହେଁ
ଦୃଢ଼ ହେଉ ତ ଭରସା

ନିଜ ପର ଭାଵ ନ ରହୁ ମନରେ
ମଳିନ ନ ରହୁ ମନ
ସମାଜର ଚିତ୍ର ସୁଖ ଦର୍ଶନରେ
ଵିତିଯାଉ ଭଗବାନ
ଅକର୍ମେ ନ କରୁ ଧ୍ୟାନ
ଭାରତୀୟ ବୋଲି କହୁଛୁ ଗର୍ଵରେ
ଚିନ୍ତା ସଂସ୍କୃତି ସମ୍ପନ୍ନ

ସମୟ ବିଶ୍ଵାସ ଆଉ ସନମାନ
କେବେ ବି କ୍ଷୟ ନ ହେଉ
ପରମ୍ପରା, ସଂସ୍କୃତି ଆଉ ସଂସ୍କାର
ସମ୍ମାନ ଆମର ଥାଉ
କେହି ନ ଦେଖାଉ ଭାଉ
ଦିନଦୁ଼ଃଖି ଦେଖି ରହୁ ଲାଖି ମନ
ମାତୃଭୂମି ପୂଜୁଥାଉ

ସୂର୍ଯ୍ୟୋଦୟ ହେଉ ଯଥାର୍ଥ ସମୟେ
ନ ଭୋଗୁ ପ୍ରାଣୀ ରୋଗକୁ
ଚନ୍ଦ୍ରକିରଣ ହେଉ ବୃନ୍ଦାବନ ପ୍ରାୟେ
ଶୁଭ୍ରତା ଦେଉ ମନକୁ
ଏଡାଉ ଦୁର୍ଘଟଣା କୁ
ମାନବ ବି ଦିନେ ମହାପ୍ରଭୁ ହୁଏ
ସ୍ବଛ କରି ତା ମନକୁ

କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy