ଡ, ପ୍ରିୟମ୍ବଦା ସାମଲ
ବନ୍ଧୁ ବୋଲି ଯେଉଁ ଶବ୍ଦ ଟି
କିଏ ଗଢିଲା ସତେ
ଦୁଃଖ ବେଳେ ପୋଛେ ଆଖିରୁ
ତୋର ଲୁହ ସେ କେତେ।
ବିପଦେ ଆପଦେ ସର୍ବଦା
ଛିଡା ହୁଏ ପାଖରେ
ସୁଖରେ ଥାଉ କି ନ ଥାଉ
ଦୁଃଖ ରେ ଛିଡା ହୁଏ ତତ୍ପରେ
ଭଲ କିମ୍ବା ମନ୍ଦ ହୁଅ କି
ନିଏ କୋଳେଇ ତୋତେ
ଭଲ ରାସ୍ତା ସିଏ ଦେଖାଏ
ଭେଲକୁ ସୁଧାରେ କେତେ।
ତୋ ଆଖିରୁ ଲୁହ ବୋହିଲେ
ତାର ଛାତି ଥରଇ
ତୋର ସୋରିଷ ପ୍ରମାଣ ଦୁଃଖରେ
ସେ ପାହାଡ ଦେଖଇ।
ପାଖରେ ବସାଇ ମନକୁ ହସାଇ
ନ ଛାଡଇ ତୋତେ କେବେ
ଶ୍ରୀରାମ ସୁଗ୍ରୀବ ବନ୍ଧୁତ୍ବର
ଭାବ ରହିଅଛି ଆଜି ଭବେ।
ଏମିତି ବନ୍ଧୁଟି ମିଳିଯାଏ ଯଦି
ଜୀବନ ତୋ ଧନ୍ଯ ହେବ
ନିଜ ସ୍ବାର୍ଥ ପାଇଁ ତୋତେ ବଳୀ ଦେଇ
କେବେ ଭସାଇ ନ ଦେବ।
ଶ୍ରୀକୃଷ୍ଣ ଅଜ୍ଜୁନ ବନ୍ଧୁ ଥିଲେ
ବୋଲି ଜାଣିଛନ୍ତି ସବୁ ଲୋକ
ଦ୍ବାରୀକାଧୀଶ ହୋଇଣ ସେ
ବନ୍ଧୁ ର ହେଲେ ରଥ ବାହକ।
ଏପରି ବନ୍ଧୁର ବହୁ ଉଦାହରଣ
ରହିଅଛି ଇତିହାସେ
ଭଲ ବନ୍ଧୁଟିଏ ଅଛି ଯାର
ଭାଗ୍ଯବାନ୍ କେତେ ସେ।
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।
No comments:
Post a Comment