Friday, January 15, 2021

ଫକିର ମୋହନ ସେନାପତି

*ବାସନ୍ତୀ ଲତା ଜେନା* 

ଅଠର ତେୟାଲିଶି ଜାନୁଆରୀ ତେର 
      ଫକିରଙ୍କ ଜନ୍ମ ଦିନ 
ପିତା ଯେ  ଲକ୍ଷ୍ମଣ ମାତା ତୁଳସୀଙ୍କ 
      ଜନ୍ମିଲେ କୁଳ ନନ୍ଦନ      l 1l 
 ଜନ୍ମ ଏକ ବର୍ଷେ  ପିତାଙ୍କର ହେଲା 
      ସ୍ବର୍ଗାଲୋକ ଆରୋହଣ 
ଜନନୀ  ତୁଳସୀ ଚଉଦ ମାସ ରହି 
      ଛାଡି ଚାଲିଗଲେ ଜାଣ      l 2l 
ଅନାଥ ହୋଇଲେ ଫକିର ମୋହନ 
      ପିତୃ ମାତୃ ହରା ହୋଇ 
 ବୁଢୀମା କୁଚିଲା ପାଳିଲେ  ତାହାକୁ 
        ମାତା ପିତା ସ୍ନେହ ଦେଇ    l3l 
ଫକିର ମୋହନ ପିଲା ଦିନ ନାମ 
      ବ୍ରଜ ମୋହନ ଯେ  ରହି 
ଅସୁସ୍ଥତା ଯୋଗୁଁ ମାତା ପିତା ତାଙ୍କୁ 
     ଫକୀରଙ୍କୁ ଥିଲେ ଦେଇ     l 4l 
 ବ୍ରଜ ମୋହନ ଯେ  ଫକିର ମୋହନ 
        ମଲ୍ଲୀକାଶ ପୁରେ ଜାଣ 
 ବାଲେଶ୍ୱର ଜିଲ୍ଲା ତାଙ୍କ ନାମେ ଧନ୍ୟ 
       ତାଙ୍କ ଲେଖନୀର ମୁନ     l 5l 
 ଗରୀବ ଘରରେ  ଜନ୍ମ ହୋଇଥିଲେ 
       ବହୁ କଷ୍ଟେ ପଢା ପାଠ 
 ନଅ ବର୍ଷରେ ଚାଟଶାଳୀ ଯାଇ 
        ହୋଇଥିଲେ ଭଲ ଚାଟ  l 6l 
 ପଚିଶି ପଇସା ପାଠ ପଢା ଫିସ 
       ଦେଇ ପାରିତ ନ ଥିଲେ 
ସେଥିପାଇଁ ସେଯେ  ପାଠ ପଢା ଛାଡି 
       ଚାକିରୀ କରିଣ ଥିଲେ    l 7l 
ନିଯୁକ୍ତି ଦେଲେ ତ ଶିବ ଚନ୍ଦ୍ର ସୋମ 
      କରିବାକୁ ଶିକ୍ଷକତା 
ସେତେବେଳେସେଯେ ଚିନ୍ତା କରିଥିଲେ 
       ଓଡ଼ିଆ ଭାଷାର କଥା     l 8l 
ତାଙ୍କ ସମୟରେ ବହି ଲେଖା ଥିଲା 
       ବଙ୍ଗାଳି ସଂସ୍କୃତ ଭାଷା 
ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ 
        ଲେଖିଲେ ଓଡ଼ିଆ ଭାଷା   l 9l 
ଓଡ଼ିଆ ଭାଷାର ଉନ୍ନତି ପାଇଁ ସେ 
        ଗଳ୍ପ କବିତା ଲେଖିଲେ 
ଗାଉଁଲି ଭାଷାରେ ଓଡ଼ିଆ ଭାଷାକୁ 
       ପ୍ରଗତି ପଥରେ ନେଲେ   l10l 
ମାମୁଁ ଓ ଲଛମା ପ୍ରାୟଶ୍ଚିତ ସଙ୍ଗେ 
       ଛଅ ମାଣ ଆଠ ଗୁଣ୍ଠ 
ଏ ଭଳି ବହି ଓଡ଼ିଆ ଭାଷାକୁ 
         କରି ଥିଲା ପରା ଶ୍ରେଷ୍ଠ   l11l 
ଓଡ଼ିଆ ଭାଷାର ଅଗ୍ରଗତି ପାଇଁ 
       ଓଡ଼ିଆ ଚାଲି ଚଳଣି 
ସମାଜର ଛବି ତାଙ୍କ ଲେଖନୀରେ 
      ଫୁଟି ଉଠୁ ଥିଲା ପୁଣି       l12l 
ଇତିହାସ ଭୋଗଳ ଅଙ୍କ ବହି ସଙ୍ଗେ 
      ବ୍ୟାକରଣ ଲେଖି ଥିଲେ 
ନାରୀର  ଶିକ୍ଷାକୁ ମାନ୍ୟତା ଦେଇଣ 
      ବହି କେତେ ଲେଖି ଗଲେ  l13l 
ବିଭିନ୍ନ ସ୍ଥାନରେ ଦେୱାନୀ ଭାବରେ 
        ବହୁ କାମ କରି ଥିଲେ 
 ନୀଳଗିରିଠାରେ ରାଣୀଙ୍କ ନାମରେ 
       ନିର୍ମଳା ହାଟ କରିଲେ    l14l 
ସମାଜ ସଂସ୍କାର ସୁଲେଖକ ଥିଲେ 
      ଦକ୍ଷ ପ୍ରଶାସକ  ଜଣେ 
ପ୍ରଜା ଆନ୍ଦୋଳନ ସମାଧାନ କଲେ 
     ତୀକ୍ଷ୍ଣ ବୁଦ୍ଧି ଟାଣ ପଣେ    l 15l 
ଯୁଗ ଦ୍ରଷ୍ଟାଥିଲେ  ଫକିର ମୋହନ 
    କର୍ମ କଲେ ପୂଜା ଭଳି 
ଶହେ ଅଠସ୍ତରୀ  ଜନମ  ଦିବସେ 
      ଆରପୁଛୁ ଶ୍ରଦ୍ଧାଞ୍ଜଳି     l 16l 
              ------- * ------
    ବାସନ୍ତୀ ଲତା ଜେନା 
   ଗାନ୍ଧିନଗର, ପୋଷ୍ଟ  / ଜିଲ୍ଲା  : 
           ନବରଙ୍ଗପୁର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy