Wednesday, October 27, 2021

ସକାଳ ଜଣାଣ

ସକାଳ ଜଣାଣ
***********************
          ଗୋଦାବରୀଶ ଦାସ
ଜଗନ୍ନାଥ ଜଗନ୍ନାଥ ନାମକୁ ଧରି
ଏଭବ ସଂସାରୁ କେବେ ହୋଇବି ପାରି
ଆରେ କଳା ନାଉରି,
ହାତଧରି ନେବୁ ମୋତେ ଆର ସେପାରି।
ତୁମେମୋର ପାଖେଥିଲେ ଯିବିନି ଡରି
ତୁମେ ମୋର ସ୍ପନ୍ଦନରେ ରହିଛ ଭରି
ଆରେ କଳା ନାଉରି
ଆଗରେ ରହିଛି ମୋର କଳା ଭଉଁରୀ।
ଜଗନ୍ନାଥ ଜଗନ୍ନାଥ ନାମକୁ ଧରି,,,
ତୁମପାଦ ତଳେ ମଥା କରୁଛି ନତ
ବଢାଇ ଦିଅହେ ପ୍ରଭୁ କରୁଣା ହାତ
ଆହେ ଜଗତ ତାତ
ତୁମେପରା ବୋଲାଉଛ ଜଗତ ନାଥ।
ତୁମନାମ ଜପି କେତେ ଗଲେଣି ତରି
ଜଗନ୍ନାଥ ନାମ ଗୋଟି ପାଥେୟ କରି
ଆରେ କଳା ନାଉରି
ଆଶା ବାନ୍ଧି ଅଛି କେବେ,କରିବୁ ପାରି।
ଜଗନ୍ନାଥ ଜଗନ୍ନାଥ ନାମକୁ ଧରି,,,,,
*************************
ଶଙ୍ଖମୂଳ ,ରଣପୁର
ନୟାଗଡ

ନ୍ୟାୟ କାହିଁ

ଶୀର୍ଷକ:- *ନ୍ୟାୟ କାହିଁ*
~~•~•~•~•~•~•~•~•~•~•~•~
ନାମ:- *ରାଜେନ୍ଦ୍ର କୁମାର ବିଷୋୟୀ*
~~•~•~•~•~•~•~•~•~•~•~•~
ନ୍ୟାୟ କାହିଁ , 
କେଉଁଠି ଲୁଚିଛି
କେଉଁଠି ବନ୍ଧା ପଡିଛି ସେ , 
କାହାର ହାତରେ
କେଉଁଠି ହଜିଛି କାହା 
ଛତ୍ରଛାୟା ତଳେ
ନା....
ମିଳିବନି ଉତ୍ତର କା' ପାଖୁ
କାହିଁକି ନା', 
ସଭିଏଁ ତ ଅଭିଭାଷଣବାଦୀ
ସଭିଏଁ ତ ନାରାବାଜୀ
"ନାରୀ ସୁରକ୍ଷା ଆମର ଦୀକ୍ଷା"
ନାରାରେ କମ୍ପୁଛି ସଡକ
ତଥାପି ନିଲାମ ହୁଏ
ନାରୀର ଅର୍ଦ୍ଧ ନଗ୍ନ ଦେହ
ସ୍ପଷ୍ଟ ଦିବାଲୋକେ ସେହି
ବିଚ ରାସ୍ତା ପରେ
ଦେଖିଶୁଣି ଚୁପ୍ ରୁହନ୍ତି 
ସମସ୍ତେ ଭୟରେ 
କାଳେ ଯଦି 
ଖୋଲି ଦେବେ ପାଟି
ମାଫିଆ ଗୁଣ୍ଡା ହାତରେ 
ଫାଟିଯିବ ପିଠି
ତଥାପି ସ୍ବର ଉଠାଇ 
ମରିଛି ଇତିଶ୍ରୀ
ବେବିନା ତ ହଜିଅଛି 
ପିପିଲି ଛକରେ
ମରିଛି ନିର୍ଭୟା କୁନ୍ଦୁଲି 
ମରିଛି ତ ପରି
ମରିଛି ମମତା ମେହେର 
ପ୍ରତିବାଦ କରି
ଏବେ ବି ଅତୃପ୍ତ ଆତ୍ମା 
ଘୁରି ବୁଲେ ଏଠି
କିଏ ଦେବ 
ସେ ଆତ୍ମାକୁ ଶାନ୍ତି
ତାହା ଏଠି ବଡ ପ୍ରଶ୍ନବାଚୀ
କିନ୍ତୁ 
ମନେରଖ ସବୁ
ଏମିତି ବି 
ଆସିପାରେ ଦିନ
ଆମ ପରେ 
ହେଲେ ଅତ୍ୟାଚାର
ଉତ୍ତର ଦାୟାଦ ଆମର
ଚିତ୍କାର କରିବେ 
ନ୍ୟାୟ କାହିଁ ନ୍ୟାୟ କାହିଁ ବୋଲି......
ସେ ବେଳରେ 
ହୋଇବ ତ ଖୁସୀ
ଏହା ତୁମ ଅନ୍ତର କହୁଛି 
ଛି ଛି ଏ ନ୍ୟାୟକୁ ଛି ।।
~~•~•~•~•~•~•~•~•~•~•~•~
ପଳାସପଲ୍ଲୀ,ଗଞ୍ଜାମ

Sunday, October 17, 2021

ବିଶ୍ବ ଖାଦ୍ୟ ଦିବସ

  ଡ. ପ୍ରିୟମ୍ୱଦା ସାମଲ
ଖାଦ୍ୟ ଯୋଗୁଁ ହିଁ ଜୀବନ
ତା ବିନା ଜୀବନ୍ତ ମରଣ। 
ଉଣେଇଶ ଅଶୀ ମସିହା
ଅକ୍ଟୋବର ଷୋହଳ ଠାରୁ
ବିଶ୍ବ ଖାଦ୍ୟ ଦିବସ ରୂପେ
ବିଶ୍ବର ଦେଢଶ ଦେଶ ପାଳୁ। 
ଖାଦ୍ୟ ଏବଂ କୃଷି ସଂଗଠନ
ସଦସ୍ଯ ମାନଙ୍କ ସହଯୋଗେ
କୋଡିଏ ତମ ସମ୍ମିଳନୀରେ
ଏହି ଦିନଟିକୁ ସ୍ଥିର ହୁଏ। 
ପ୍ରାକ୍ତନ ହଙ୍ଗେରୀଆନ୍ କୃଷି
ତଥା ଖାଦ୍ୟ ମନ୍ତ୍ରୀ ଡକ୍ଟର
ପାଲରମାନୀଙ୍କ ନେତୃତ୍ବରେ
ଖାଦ୍ଯାନ୍ନ ଇଂଜିନିୟର୍ସ ରୂପରେ। 
ଏତେ ଉନ୍ନତିରେ ଲକ୍ଷଲକ୍ଷ
ଲୋକ ମରନ୍ତି ବିନା ଖାଦ୍ଯରେ
କୁଢ କୁଢ ଖାଦ୍ୟ ଫିଙ୍ଗି ଦେଉ
ଭୋଜି ମଉଜ ମଜଲିସରେ। 
ସତର୍କ ହେଲେ ଖାଦ୍ୟ ସୁରକ୍ଷା
 ହେବ ନାହିଁ କେବେହେଲେ ନଷ୍ଟ
ଗରିବୀ ହଟିବ ଲୋକମାନେ
ନ ଭୋଗିବେ ଅନ୍ନଜଳ କଷ୍ଟ। 

ପଟିଆ ,ଭୁବନେଶ୍ୱର

Saturday, October 16, 2021

ଖାଦ୍ୟ ଦିବସ ଅବସରରେ

_______**_______


କ'ଣ ଆଉ ପାଳିବା ଏ "ଖାଦ୍ୟ ଦିବସ" !
କ'ଣ ରହିଲା ତା' ମର୍ମ ?
ସେ ମର୍ମ ପରିବେଷିତ ହୁଏ ଲକ୍ଷେ ଆୟୋଜନେ
ଛୁଇଁ କି ପାରିଛି ତନୁ ମନେ ?
ବୁଭୂକ୍ଷିତ ଏଠି ଚାତକ ପ୍ରାୟ
    ବାସ୍ ମୁଠେ ଆହାର ପାଇଁ
ହେଲେ ମିଳିବାର ସମ୍ଭାବନା କାହିଁ ??
ଶତ ଆକର୍ଷଣୀୟ ବ୍ୟଞ୍ଜନ ଏଠି ପରଷା ହୁଏ
ଆବଶ୍ୟକ,ଅନାବଶ୍ୟକ ଉଭୟ ପକ୍ଷରେ...!
କିଏ ସାଦରେ କରେ ଗ୍ରହଣ
ଅବା ଫିଙ୍ଗିଦିଏ ବର୍ଜ୍ଜ୍ୟର ସ୍ଥାନ...
ଏ କାଳେ 'ଲକ୍ଷ୍ମୀ'ଙ୍କ ଆଖ୍ୟାୟନ...!
କେଉଁ ମାନ୍ଧାତା ଅମଳୁ ପାଉଥିଲା ସମ୍ମାନ
ଏବେ କାହିଁ ସେ ଚିନ୍ତନ ?
ପୌଷ୍ଟିକ-ସୁଷମ ଆଧାର ସାଥେ
ଯୁଦ୍ଧ ଲଗାଏ 'ଫାଷ୍ଟଫୁଡ୍' ପଥେ ପଥେ...
ହଜି,ହାରିଯାଉଛି 'ସୁଷମ' ତା'ର ପ୍ରାକୃତିକ ସୁଷମାରେ
ମାଡ଼ିବସୁଛି ଏସବୁ ଚର୍ବ୍ୟ-ଚୋଷ୍ୟ
ପଣ ତା'ର କରିଦେବ ବୋଧେ ନିଃଶେଷ
ୟାକୁ ହିଁ କୁହନ୍ତି ଖାଦ୍ୟର ଦୁର୍ବିନିଯୋଗ...
ଖାଦ୍ୟ ସତେ ପାଲଟିଯାଏ ଖାଦକ
ପ୍ରଥମେ ଅକ୍ତିଆର କରିବାକୁ ଯୁବାଯାକ...!!


ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

ଖାଦ୍ଯ ସୁରକ୍ଷା

              ସୁକାନ୍ତ ଖଣ୍ଡା

ଖାଦ୍ଯ ସୁରକ୍ଷାକୁ ସଭିଏଁ ଗୁରୁତ୍ବ 
ଆସନ୍ତୁ ଦେବାରେ ଭାଇ
ଖାଦ୍ଯ ହିଁ ଜୀବନ ସଂସାର ହାଟରେ
ଯାହା ପାଇଁ ନାଟ ହୋଇ।୧
ଖାଦ୍ଯ ପାଇଁ ନିତି ସଂଗ୍ରାମ କରୁଛେ
ଏ ପେଟ ଚାଖଣ୍ଡ ପାଇଁ
ଆୟକୁ ଦେଖିକି ବ୍ଯୟ କରିବାକୁ
ହାତ କିନ୍ତୁ ଯାଏ ନାହିଁ।୨
ଆୟ ଯେତେ ହେଲା ଖର୍ଚ୍ଚ ତାହା ଠାରୁ
ଢେର ବି ଅଧିକା କରୁ
ଫଳତଃ ଦୁଃଖରେ ଚଳିବା ହେଉଛି
ନ ଖାଇ ନିଇତି ମରୁ।୩
ସଞ୍ଚୟ କରିବା ସବୁଦିନ ଯଦି
ଅଭାବ ଘୁଞ୍ଚିବ ଆମ
ନିଜକୁ ସର୍ବଦା ଭଲ ହିଁ ରଖିବା
ସୁଖରେ କାଟିବା ପ୍ରାଣ?୪
ପିମ୍ପୁଡି଼ଙ୍କ ଠାରୁ ସଞ୍ଚୟ ଶିଖିବା
ରହିବା ଏକତା ହୋଇ
ସୁଖ ଆଉ ଶାନ୍ତି ହୃଦୟେ ଥୋଇବା
ନ ରହି ଅଭୁକ୍ତ କେହି।୫
ମହୁମାଛି ଠାରୁ ସଞ୍ଚୟ ଏକତା
ଦେବାରେ ଶିକ୍ଷାକୁ ଲାଭ 
ଯଦି ଆମେ ସବୁ ଗ୍ରହଣ କରିବା
ଜଗତଟା ହେବ ଶୁଭ।୬
କେତେ ଭଲ ଦେଖ କୀଟ ହୋଇ ମଧ୍ଯ
ଈଶ୍ବର ଲକ୍ଷ୍ଯ ଉଦ୍ଦେଶ୍ଯ
ବୁଝି ବିଚାରି କି କର୍ମ କରୁଛନ୍ତି
ଆସ ତାଙ୍କ ହେବା ଶିଷ୍ଯ।୭
ସାରା ଜଗତଟା ଖାଦ୍ଯ ଖାଦ୍ଯ ବୋଲି
ନ କରୁ ଚିତ୍କାର ଜୀବ
ସଚେତନ ହେଲେ ସୁଫଳ ପାଇବା
ଘୂଞ୍ଚିବ ଖାଦ୍ଯ ଅଭାବ।୮
ଗୁରୁରୂପେ ଆଜି ସଂସାର ମଧ୍ଯରେ
କରୁଛନ୍ତି ବିଚରଣ
ଶିଷ୍ଯ ହୋଇ ଆସ ସୁକର୍ମ କରିବା
ହୋଇବା ଆଗକୁ ଧନ୍ଯ।୯
ହେ ମାନବ ଭାଇ ଜଗଲ କଲ୍ଯାଣ
ଆସ ନିତ୍ଯ କରିଯିବା
ଖାଦ୍ଯ ଦିବସର ନ ରହୁ ସଙ୍କଟ
ଶପଥ ଆଜି କରିବା।୧୦
                   ***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

ସର୍ବନାଶ

ଜଗଦୀଶ ଶତପଥୀ

ସଭିଙ୍କୁ ଆହାର ପାଇଁ କାହିଁ
 କେତେ ପଣ କରିଛନ୍ତି ସରକାର।
ଟଙ୍କିକିଆ ଖାଇ, ମୋବାଇଲ ନେଇ,
ହେଲୁ ହୋ ଆମେ ବେକାର।
ଚାଷୀ ଏଠି ଆଉ ଚାଷ କରୁନାହିଁ
ଧରି ଯେ ହଳ ଲଙ୍ଗଳ।
ସଵୁ ଖାଇଯାଏ ଵଡ ବଡିଆ ଲୋ,
ଚାଷୀ ଖାଏ ଖାଲି ମୂଷଳ।
ସମସ୍ତଙ୍କୁ ଖାଦ୍ୟ ଦେବାପାଇଁ ଚାଷୀ
କରୁଥିଲା କେତେ ଚାଷ।
ଫୁଲ ଫଳ ବିନା ପୃଷ୍ଟି କି ମିଳିବ
ହେଵ ଯାହା ସର୍ବନାଶ।

ଧର୍ମଶାଳା। ଯାଜପୁର।

ବିଶ୍ଵ ଖାଦ୍ୟ ଦିବସ

ଅରୁଣ କୁମାର ମହାପାତ୍ର

ଖାଦ୍ୟର ଅଭାବ ରହିଛି ନିଶ୍ଚିତ
ଭୋକେ କଟେ କିଛି ଦିନ
ଦାନାଟିଏ ପାଇଁ ଚାହିଁ ରହିଥାନ୍ତି
ମାସ ବର୍ଷ କିଛି ଜନ
ଖାଦ୍ୟ ସମତୁଲ ଅଭାବେ ହୁଅଇ
ଅନେକ ଖାଦ୍ୟର ନଷ୍ଟ
ନିଜ ବଡ ପଣେ ବୁଝନ୍ତିନି ପରା
ଖାଦ୍ୟାଭାବେ ଭୋକ କଷ୍ଟ
ଖାଦ୍ୟକୁ ନଷ୍ଟ ନକରି ବଞ୍ଚାଇବା
ଖାଦ୍ୟର କରି ସୁରକ୍ଷା
ସେହି ଖାଦ୍ୟେ ହେବ ଭରଣ ପୋଷଣ
ଭୋକିଲାଙ୍କ ପ୍ରାଣ ରକ୍ଷା।
ବିଶ୍ଵ ଖାଦ୍ୟ ଦିବସର ଲକ୍ଷ୍ୟ ନିଶ୍ଚେ
ହୋଇବ ପୁରଣ ଦିନେ
ଖାଦ୍ୟ ଉତ୍ପାଦନ ତଥା ସଂରକ୍ଷଣ
ରହିଥିବ ସଦା ଧ୍ୟାନେ।
ସାରା ବିଶ୍ବ ଆଜି କହେ ଏକ ସ୍ୱରେ
ସୁରକ୍ଷା କର ଖାଦ୍ୟର
ଅବହେଳା ଅବା ଅଜ୍ଞତାରେ ଆମ 
ଶେଷ ନ ହେଉ ଭଣ୍ଡାର।

ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ, ତେଲେଙ୍ଗାନା

ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ

  କବିତା
_________
॥ ଭୋକ ॥
       *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଭୋକ ର ଦାଢ଼ ରେ
    ଜୀବନ ଧାଉଁଛି
   ଏତେ ବାଗ ରେ
  କେତେ କୁଆଡ଼େ !
ଏତେ ଭୋକିଲା
  ଅଥଚ ଏତେ 
  ଖାଦ୍ୟ ନଷ୍ଟ !
 ଭୋକିଲା ପ୍ରାଣ ରେ
  ମୁଠେ ଦେବା ପାଇଁ
 ସେତେକ ହେବ ଯଥେଷ୍ଟ ॥
 ପରମ ସତ୍ତାଂକ ଆଶିଷ ରେ
   ଆମେ ପାଉଛେ ଖାଦ୍ୟ _
ଉତ୍ତମ ଚିନ୍ତନ,ଉତ୍ତମ ପ୍ରେମ
       ଉତ୍ତମ ବୁଝାମଣା
    ଖାଦ୍ୟ ରୁ ପରା !
ଏତେ ଫିଂଗା ଫୋଫଡ଼ା କାହିଁକି
 ଖାଦ୍ୟ ର ମୂଲ୍ୟ 
     ବୁଝି ହୁଏନି
ଯେଉଁ ପର୍ଯ୍ୟନ୍ତ
   ଭୋକିଲା ରହିନ ॥
        ___________
 କୋଲନରା,ରାୟଗଡ଼ା ଜିଲ୍ଲା 

ଖାଦ୍ୟର ସୁରକ୍ଷା,ହେଉ ଆମ ଦୀକ୍ଷା

କେତେ ପରିଶ୍ରମ କଷ୍ଟ କଲେ ଯାଇ 
ମିଳେ ଆମକୁ ଆହାର, 
ଖାଦ୍ଯର ସୁରକ୍ଷା ଜୀବ ହେବ ରକ୍ଷା
ମୂଲ୍ଯ ବୁଝିବା ଖାଦ୍ଯର ।୧
ଆଜି ବି ଭୋକିଲା ଅନେକ ରହନ୍ତି
ଦେଶୁ ଗରିବ ହଟିନି,
ଥିଲାବାଲା କିନ୍ତୁ ବେଖାତିର କରେ
ଗରିବ ପେଟ ପୁରେନି ।୨
ଭୋଜିଭାତ ହେଉ ରେଷ୍ଟୁରାଣ୍ଟ ହେଉ
ଖାଦ୍ଯକୁ ଫୋଫାଡି ଦେଉ,
ସେହି ଖାଦ୍ଯ ଯଦି ଗରିବକୁ ମିଳେ
ଆନନ୍ଦ ନ କୁହ ଆଉ ।୩
ଛୋଟିଆ ପିମ୍ପୁଡି ବରଷକ ପାଇଁ
ଖାଦ୍ଯ ସୁରକ୍ଷିତ ରଖେ,
ମହୁମାଛି ନିଜ ପରିଶ୍ରମ ବଳେ
ଅନ୍ଯ ପାଇଁ ଖାଦ୍ଯ ସଞ୍ଚେ ।୪
ପରମେଶ୍ଵରଙ୍କ କୃପାବଳେ ଆମେ
ପ୍ରକୃତିରୁ ଖାଦ୍ଯ ପାଉ,
ମଣିଷ ଜୀବନ ସାର୍ଥକ କି ହେବ 
ଅବହେଳା କଲେ ଆଉ ।୫
ଖାଦ୍ଯ ଉତ୍ପାଦନ ଖାଦ୍ଯ ସଂରକ୍ଷଣ 
ନିଶ୍ଚିତ କରିବା ଜାଣ,
ଶୀତଳ ଭଣ୍ଡାର ସୁରକ୍ଷା ଖାଦ୍ଯର 
ଲକ୍ଷ୍ଯ ହୋଇବ ପୂରଣ ।୬
ଖାଦ୍ଯର ସୁରକ୍ଷା ହେଉ ଆମ ଦୀକ୍ଷା
ଖାଦ୍ଯ ମିଳୁ ସମସ୍ତଙ୍କୁ,
ବର୍ଷ ବର୍ଷ ପାଇଁ ଅଭାବ ନ ରହୁ
ଗଢିବା ଏ ଭାରତକୁ ।୭
*କିଶୋର ଚନ୍ଦ୍ର ତ୍ରିପାଠୀ*
     

ଖାଦ୍ୟ ସୁରକ୍ଷା

ଆଜି ଯା ର ପାଶେ ଖାଦ୍ୟ ଅମାପ
ଭୁଲି ଭୁତ ଭବିଷ୍ୟତ
ଖାଏ କମ୍ ଫିଙ୍ଗି ଅଧିକ କରଇ
ବଡ଼ ପଣକୁ ସାବ୍ୟସ୍ତ
ସାଙ୍ଗସାଥି ମେଳେ ବସିଲେ ଦେଖାଇ
ଆଧିକ୍ୟ ପଣ ନିଜର
ଦରକାର ଠାରୁ ଅଧିକ ବରାଦ
ଖାଦ୍ୟ ହୁଏ ତିରସ୍କାର
ଦେଖି ହୁଏ ନାହିଁ ସେ ଚକ୍ଷୁରେ ଥରେ
ଭୋକିଲା ପେଟର ଦାଉ
ବିଶ୍ଵ ଖାଦ୍ୟ ଦିବସରେ ଆମେ ଖାଦ୍ୟ
ସୁରକ୍ଷା ଶପଥ ନେଉ।

ଅରୁଣ କୁମାର ମହାପାତ୍ର

ବିଶ୍ୱ ଖାଦ୍ୟ ଦିବସ


ଶରତ ଚନ୍ଦ୍ର ପଣ୍ଡା

ପ୍ରତିବର୍ଷ ଅକ୍ଟୋବର ଲୋ.....
ମୋର ପ୍ରାଣ ମିତଣୀ
ମଧ୍ୟ ଭାଗେ* ହୁଏ ପାଳିତ ବିଶ୍ୱରେ
ପୃଥିବୀ ଖାଦ୍ୟ ଦିବସ ଲୋ... ମୋର ପ୍ରାଣ ମିତଣୀ  ll 1  ll

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋ.....
ମୋର ସହି ସଙ୍ଗାତ
ଆକଳନ କରି କୁହଇ ସଙ୍ଗାତ
ଅଧା* ଖାଦ୍ୟ ହୁଏ ନଷ୍ଟ ଲୋ....ଶୁଣ ଆଶ୍ଚର୍ଯ୍ୟ ସତ ll 2  ll

ଉଣେଇଶ ଶହ ଅଶି ଲୋ
କହ ବଉଳ ବେଣୀ
ସେଇଦିନ ଠାରୁ ପାଳିତ ହେଉଛି
ସାରା ବିଶ୍ୱେ ପୁଣି ପୁଣି ଲୋ.... ଆଜି ଆସିଛି ପୁଣି ll 3 ll

ହଙ୍ଗେରିର କୃଷି ମନ୍ତ୍ରୀ ଲୋ
ଶୁଣ ସହି ସଙ୍ଗାତ
ନାମ ପଲ ରୋମାନାଙ୍କର ଏ ପ୍ରସ୍ତାବ
ପାଳନ୍ତି ଶହେ ପଚାଶ* ଲୋ....
ଏହା ବିଶ୍ୱେ ବିଦିତ ll 5ll

ଉପଯୁକ୍ତ ସଂରକ୍ଷଣ ଲୋ
ଫୁଲ ବଉଳ ବେଣୀ
ଅଭାବ ହେତୁରୁ ଚରଣା* ସରିକି
ଖାଦ୍ୟ ଶସ୍ୟ ହୁଏ ବଣା ଲୋ....
ମୋର ପ୍ରାଣ ମିତଣୀ  ll6  ll

ପୃଥ୍ଵୀର  ଭୋକିଲା ଦେଶ ଲୋ
କହ ବଉଳ ବେଣୀ
ଏକନାବେ କ୍ରମ* ଟପି ମୋ ଭାରତ
ଶହେ ଏକତମ ହେଲା ଲୋ... ମୁହିଁ କହୁଛି ଜାଣି ll 7 ll

ଏକ ସର୍ବେକ୍ଷଣ କୁହେଲୋ
ଶୁଣ ତୁଳସୀ ମୋର
ବିଶ୍ୱେ ପ୍ରତି ନିତି ଅନାସ୍ତୋରୀ କୋଟି*
ଭୋକେ ଜଳାନ୍ତି ଉଦର ଲୋ
ଶୁଣ ସଙ୍ଗାତ ମୋର ll 8 ll

ଏହିସ୍ଥିତିରେ'ତ ଆମେ ଗୋ
ଫୁଲ ବଉଳ ବେଣୀ
ବେଳଥାଉଁ ବନ୍ଧ ବାନ୍ଧ ବିଶ୍ୱଜନ
ଅଚିରେ ପାତାଳ ଧାମେ ଲୋ..... ଫୁଲ ବଉଳ ବେଣୀ ll 9 ll

ନଗୁଆଁ, ଦରକୁଣ୍ଡି, ଯାଜପୁର l

FOOD FOR HEALTH

FOOD FOR HEALTH 
""""""""""""'"""'"""""""""""""""""""""""""""""""
              - Saraswati Nayak 

Fruits vegetables and also 
                                  Peas 
           All are good for us 
Meat fish and tasty cheese 
    Which make our muscles .

Bread.  cereal   and  rice 
               All are starchy
Yogurt and milk good for 
                               bones 
         Really very nice .

Chocolate cola and also 
                             Pizza 
               Contain  too  fat
If want a good healthy body
        Follow a balanced diet.
""""""""""""""""""""""""""""""""""'"''""""""""""'''
                     PURI 
              

Friday, October 15, 2021

ଖାଦ୍ୟ ସୁରକ୍ଷା

ସନାତନ ମହାକୁଡ଼

ମଣିଷ ପାଇଁକି ଖାଦ୍ୟ ଵସ୍ତ୍ର ବାସ
ଅଟେ ଅତି ଆବଶ୍ୟକ
ପଶୁ ପକ୍ଷୀଙ୍କର ଖାଦ୍ୟ ଖାଲି ଲୋଡ଼ା
ଅଦରକାର ପୋଷାକ  ।

ପକ୍ଷୀ ଖୋଜେ ନୀଡ଼ ପଶୁର ଗୁହାଳ
ଖାଦ୍ୟ ହେଲେ ଯାଇଁ ଭୋକ 
ପିମ୍ପୁଡି ସଞ୍ଚଇ ବର୍ଷା ଦିନ ଲାଗି
ମଣିଷ ଵରଷ ଯାକ   ।

ବନ୍ୟା ବାତ୍ୟା ଆଉ ଦୁର୍ଵିପାକ ବେଳେ
ଖାଦ୍ୟ ଅତି ଆବଶ୍ୟକ
ରୋଗୀ ଭୋଗୀ ଆଉ ଯୋଗୀ ସଭିଙ୍କର
ଖାଦ୍ୟ ଯୋଗାଏ ପୋଷକ  ।

ଅତି ଆବଶ୍ୟକ ଖାଦ୍ୟର ସୁରକ୍ଷା
ନ ମରୁ କେହି ଭୋକରେ
ମଣିଷ ସହିତ ପଶୁ ପକ୍ଷୀ ବୃକ୍ଷ
ଅଛନ୍ତି ଯେତେ ମହୀରେ  ।

କୃଷକ ଶ୍ରମିକ ଖାଦ୍ୟ ଉତ୍ପାଦକ
ଅନ୍ନ ଦାତା ଆମ ପାଇଁ
ସମ୍ମାନ ଦେଵା ହେ ଆମେ ସେମାନଙ୍କୁ
ଦାନାଟେ ଫିଙ୍ଗିବା ନାହିଁ   ।

ଵେରୁଆଁବାରୀ ୭୫୨୦୮୨
ଜିଲ୍ଲା:ନୟାଗଡ଼, ଓଡିଶା।  
ଇମେଲ୍: sanmahakud@gmail.com
www.sanatanmahakud.in

Tuesday, October 5, 2021

ମଉଳେ ମନର ଆଶା


          ******************
                  କୈଳାସ ଚ଼ନ୍ଦ୍ର ପାଢ଼ୀ।
ସାହିତ୍ୟ ଜଗତେ
ଆତଙ୍କର ଛାୟା
        ଖେଳିତ ଗଲାଣି ଆଜି,
ଜଳ ଜଳ ହୋଇ
ଦିଶି ଯାଉ ଅଛି
        ଅଶୁଭ ଶକୁନ ରାଜି ।
ଅପ୍ରମାଦେ ଏଠି
ଗୋଟି ଚ଼ଳାଅନ୍ତି
        ସାହିତ୍ୟ ବେପାରୀ ଯେତେ,
ଜାଣି ନହୁଅଇ
ବୁଝି ନହୁଅଇ
        କିଏ ଅଛି କେଉଁ ମତେ।
ଜଗତର ହିତ
ସାଧଇ ସାହିତ୍ୟ
        ସେତ ଆଜି ବାଟବଣା,
ଆତ୍ମ ବିଜ୍ଞାପନେ
ସାହିତ୍ୟର-ରଥ
        ଟାଣୁଛନ୍ତି ଦିନକଣା।
ସ୍ବଇଚ୍ଛା ସାକାର
କରିବା ଫିକର
        ସାହିତ୍ୟରେ ପରିଦୃଶ୍ୟ,
ଅସାହିତ୍ୟିକର
ଅନୁଚ଼ିନ୍ତା ଆଜି
        ଜାତିମୁଖେ ଢାଳେ ବିଷ।
ସମାଜ ରକ୍ଷକ
ଅଟେ ସାହିତ୍ୟିକ
        ଅନ୍ତରେ ନାହିଁ ଏ ଭାବ,
ଦୁଃଶାସନ ଯେବେ
ସାହିତ୍ୟ ରଚ଼ିବ
         ସୃଷ୍ଟି ତେବେ ଧ୍ବଂସହେବ।
କହିବା ବାହୁଲ୍ୟ
ସୃଷ୍ଟିର-ସାରଲ୍ୟ
         ବେଳୁଁବେଳ ହୁଏ ହତ,
ସାହିତ୍ୟ ସାଧକ
ହୋଇ ହତବାକ
          ବସିଲେଣି ଯୋଡ଼ି ହାତ।
ଭବିଷ୍ୟତ କଥା
ଭାବିଲାଗେ ବ୍ୟଥା
          ବୁଡି଼ବକି ଜାତି ଭାଷା,
କ୍ରମଶଃ କ୍ରମଶଃ
ବଢ଼େ ଅବଶୋଷ
         ମଉଳେ ମନର ଆଶା।
         ****************
କୁମାର ପୁର। ଅନନ୍ତପୁର।
ବାସୁଦେବପୁର। ଭଦ୍ରକ।
---------------------------

ଆଗୋ ମୋର କାଶତଣ୍ଡୀ

ଆଗୋ ମୋର କାଶତଣ୍ଡୀ
ସତେ ତୁମେ କେତେ ଯେ ଉଦଣ୍ଡୀ
ଶରତର ଅଗଣାରେ କରି ଉଣ୍ଡା ଉଣ୍ଡି
ଧରିତ୍ରୀର କବରୀରେ ସରାଗରେ,ଶରଧାରେ ହୋଇଯାଅ ମଣ୍ଡି ।।
ଆଗୋ ମୋର କାଶତଣ୍ଡୀ
କରୁଛି ମୁଁ ଦରଣ୍ଡା ଦରଣ୍ଡୀ ସବୁତକ ଖଣ୍ଡି
ପାଉନାହିଁ ଖରା ବର୍ଷା ଶୀତରେ ଦରାଣ୍ଡି
କେଉଁଠାରେ ଲୁଚୁଅଛ ପକାଇକି ଏଣ୍ଡି,
ନା ବୁଲୁଛ ଖଣ୍ଡୀ ପରି ସାଜି ବନେ ଦଣ୍ଡୀ
ନା ସାଜୁଛ ଏ ମରତେ ଅପଭୃତା କୁଣ୍ଡି ।
ମୁଁ ଦେଖୁଛି ଡେଇଁପଡି ଶରତ ଇରୁଣ୍ଡି
ଶୁଭ୍ର ଅବଗୁଣ୍ଠନରେ ନିଜେ ହୋଇ ମଣ୍ଡି
ଉତ୍ସବ ମୁଖର କରାଇ ଶରତରେ ଖଣ୍ଡି
ପାର୍ବଣରେ ପବନକୁ କରି କୁଣ୍ଢାକୁଣ୍ଢି
ସରଜୁଛ ଏ ମରତେ ଶୁଭ୍ରତାର ଭଣ୍ଡୀ ।
ଆଗୋ ଶୁଭ୍ରମୁଣ୍ଡୀ
ଶରତ ରଜନୀ କୋଳେ କରି ଉଣ୍ଡାଉଣ୍ଡି
ସଜେଇ ହେଉଛ ପିନ୍ଧି ତାରାଫୁଲ ଦଣ୍ଡି
ପବନର ସାଥେ ଗାଇ ସ୍ବାଗତିକା ଦିଣ୍ଡି
ପକାଇକି ଶୁଭ୍ର ପିଣ୍ଡୀ ସାଥେ ନେଇ ଶୁଣ୍ଡି
ସ୍ବାଗତ କରୁଛ ମାତା ଦଶଭୂଜା ଚଣ୍ଡୀ
ଆଗୋ ମୋର କାଶତଣ୍ଡୀ 
ଆଗୋ ମୋର କାଶତଣ୍ଡୀ ।।
*********************
ରାଜେନ୍ଦ୍ର କୁମାର ବିଷୋୟୀ
ପଳାସପଲ୍ଲୀ, ଗଞ୍ଜାମ

ବିଶ୍ବ ଶିକ୍ଷକ ଦିବସ

ନଳିନୀ ପ୍ରଭା ମିଶ୍ର
ଶିକ୍ଷକତା ଦିଏ ତା'ର ପରିଚୟ
  ଆଦର୍ଶ ବୃତ୍ତି ରୂପରେ
ଶିକ୍ଷାର୍ଥୀର ଶିକ୍ଷା ହୋଇଥାଏ
  ଲବ୍ଧ ଶିକ୍ଷା ଦାନ ବିଶେଷରେ।
ଶିକ୍ଷାର ମଶାଲ ଦେଇଥାନ୍ତି
   ଜାଳି ଶିକ୍ଷକ ଶିକ୍ଷାକୁ ଦେଇ
ବିଦ୍ୟାର୍ଥୀ ଜୀବନ ବିଦ୍ୟାଳୟ ମଧ୍ୟେ
  ପରିପୂର୍ଣ୍ଣତା ଆଣ ଇ।
ଶିକ୍ଷକ ଆଣନ୍ତି ଶିକ୍ଷାର କ୍ଷେତ୍ରରେ
  ଚୁମ୍ବକୀୟ ଆକର୍ଷଣ
ଗୋଟିଏ ରେଖାରେ ଶିକ୍ଷକ
  ଶିକ୍ଷାର୍ଥୀ ,ଆବର ଶିକ୍ଷାୟତନ।
ଯୁଗେ ଯୁଗେ ଗୁରୁ ଅଟନ୍ତି ନମସ୍ୟ
   ସମଗ୍ର ସମାଜ ପାଇଁ।
ଜୀବନ ଗଠନେ ତାଙ୍କ ଅବଦାନ
   ତୁଳନା ଯାହା ର ନାହିଁ।
ଵିଦ୍ୟାଳୟ ଟିଏ ଶିକ୍ଷକ ଙ୍କ ପାଇଁ
   ନିର୍ମାଣ ରୂପକ କଳ
ଶିକ୍ଷକ ଭୂମିକା ସେଠାରେ
  ବଢାନ୍ତି ଛାତ୍ର ମାନସିକ ବଳ।
ତଥାପି ଶିକ୍ଷକ ପାଏ ନାହିଁ
  ତା'ର ଉପଯୁକ୍ତ ସନମାନ
ସରକାର ଙ୍କର ମନୋମୁଖୀ କାର୍ଯ୍ୟ
  କରେ ତା ଆଶା ମଳିନ।
ଆଜି ସାରା ବିଶ୍ବ ପାଳନ କରୁଛି
    ଶିକ୍ଷକ ଦିବସ ନାମେ
ଶିକ୍ଷକର ଦାବୀ ହୋଇଲେ
   ସଫଳତା ହେବ କାମେ।
ଶିକ୍ଷକ ମାନ୍ୟତା ବିଶ୍ବର ପ୍ରଗତି
  ଶିକ୍ଷା ସଂସ୍କାରର ସିଦ୍ଧି
କାମନା ଏତିକି ଏହି ଅବସରେ
   ଶିକ୍ଷକ ଗୋୖରବ ବୃଦ୍ଧି।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ବାଘ ମାତିଛି ଗାଆଁରେ (ଗପ)

ବାଘ ମାତିଛି ଗାଆଁରେ (ଗପ)
################
ତୁଳସୀପୁର ନାମରେ ଛୋଟିଆ ଗାଆଁଟିଏ ଥିଲା ।ସେହି ଗାଁର ଲୋକ ସଂଖ୍ୟା ଦୁଇଶହରୁ କମ୍ ହେବ । ଗାଁ ଟି ପାହାଡ଼ ନିକଟରେ ଅବସ୍ଥିତ ।ସେହି ଗାଁ କୁ ଲାଗି ଘଞ୍ଚ ଜଙ୍ଗଲ ରହିଛି ।ସେହି ଗାଁ ରୁ ଅନ୍ୟ ଗାଁ କୁ କିମ୍ବା ଅନ୍ୟ ସହରକୁ ଯିବାକୁ ଯାତାୟତ ପଥ ସୁଗମ ନୁହେଁ । ଲୋକମାନେ ଚାଲି ଚାଲି ସାତ କିଲୋମିଟର ଗଲେ ଗାଡିର ସୁବିଧା ଅଛି ।ସହି ଗାଁ ନିକଟର ଜଙ୍ଗଲଟି ଶାଳ , ପିଆଶାଳ, ଶାଗୁଆନ, ବାଉଁଶ ଗଛରେ ପରିପୂର୍ଣ୍ଣ ।ସେହି ଗାଁ ର ଲୋକମାନଙ୍କ ର ମୁଖ୍ୟ ଜିବିକା ହେଲା କାଠ,ଝୁଣା,ମହୁ, ଖଲିପତ୍ର , ଫୁଲ ଝାଡୁ ସଂଗ୍ରହ କରି ବଜାରେ ବିକିବା।ସେହି ଗାଁ ରେ ସବୁବେଳେ ବାଘ ମାତିଥାଏ । ସଂନ୍ଧ୍ୟା ପୂର୍ବରୁ ସମସ୍ତଙ୍କର ତାଟି କବାଟ ପଡ଼ିଯାଏ ।ବାଘ ଭୟରେ କେହି ମଧ୍ୟ ଘରୁ ବାହାରକୁ ବାହାରନ୍ତି ନାହିଁ ।ବାଘ ମାନଙ୍କ ମଧ୍ୟରେ ଚିତା, କଲରାପତରିଆ,ମହାବଳ ଙ୍କ ଉତ୍ପାତ ଦିନକୁ ଦିନ ଅତିଷ୍ଟ ହେଉଥାଏ ।କାଲି କାହାର ବାଛୁରୀକୁ ନେଇଯାଏ ତ କେବେ କାହାର ଛେଳିକୁ ମାରି ଖାଇଦିଏ । ମନୁଷ୍ୟ ମଧ୍ୟ ତା'ର ଶିକାରରୁ ବଂଚିପାରେ ନାହିଁ । ବୈଶାଖ ମାସର ଘଟଣା ।ସୋନମ୍ ନାମକ ଯୁବକଟି ରାତ୍ର ସମୟରେ ବାରଣ୍ଡାରେ ଖଟ ପକାଇ ନିଦରେ ଶୋଇ ଥାଏ ।ସେହି ସମୟରେ ଏକ କଲରାପତରିଆ ବାଘ ଆସି ସୋନମର କାନ୍ଧକୁ ଦାନ୍ତରେ ଧରି ଘୋଷାଡି ଘୋଷାଡି ପାହଡକୁ ନେଇଗଲା ।ସେହି ସମୟରେ ସୋନମ୍ ଚିତ୍କାର କରି କହୁଥାଏ ମୋତେ ବାଘ କବଳରୁ ମୋତେ ବଞ୍ଚାଅ । ଲୋକମାନେ ନିଘୋଡ଼ ନିଦରେ ଶୋଇଥିବା ହେତୁ କେହି ହେଲେ ସୋନମ୍ ର ଚିତ୍କାର ଶୁଣି ପାରିଲେ ନାହିଁ ।ବିରାଡ଼ି ମଚଷାକୁ ଖାଇବା ପାଇଁ ଯେପରି ଖୁସିରେ ଲାଙ୍ଗୁଡି ଫୁଲାଇ  ଡିଆଁ ଡେଇଁ କରୁଥାଏ, ଠିକ୍ ସେହିପରି ବାଘ ମନୁଷ୍ୟକୁ ଖାଇବା ପାଇଁ ଦେହରେ ଲାଙ୍ଗୁଡ ପିଟି ଡିଆଁ ଡେଇଁ କରୁଥାଏ ।ଏହି ସମୟରେ ସୋନମ୍ ନିଜ ଜୀବନ କୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ପଥର ମଧ୍ୟରେ ଥିବା କୋରଡକୁ ପଳାଇଗଲା ।ବାଘ ମନୁଷ୍ୟ କୁ ନ ଦେଖି ନିରାଶ ହୋଇ ଜଙ୍ଗଲ କୁ ପଳାଇଗଲା ।

ଘର ଲୋକ ସହ ପଡୋଶୀମାନେ ସକାଳୁ ଉଠି ଦେଖିଲେ ଖଟରେ ସୋନମ୍ ନାହିଁ ।ଖଟ ପାଖରେ ରକ୍ତଟୋପା ପଡ଼ିଛି ।ବାଘର ପାଦ ଚିହ୍ନ ଭୂମି ରେ ଦେଖାଯାଉଛି । ସେମାନେ ବାଘର ପାଦ ଚିହ୍ନ କୁ ଠଉରାଇ ପାହାଡ଼ ରେ ପହଞ୍ଚିଲେ ।କେତେ ଜଣ ସାହସୀ ବାଡି ,ଠେଙ୍ଗା,ବଳ ଧରି ସୋନମ୍ କୁ ଖୋଜିବା ପାଇଁ ପାହାଡ଼ ନିକଟକୁ ଗଲେ ।ଏମାନଙ୍କ ପାଟିତୁଣ୍ଡ ଶୁଣି ସୋନମ୍ ଚିତ୍କାର କରୁଥାଏ ।ଭାଇ ମତେ ବଞ୍ଚାଅ ମୁଁ ଏହି ପଥର କୋରଡରେ ରହିଛି ‌।ଲୋକମାନେ ପଥରକୁ ଟାଳି ସୋନମକୁ ଗାତରୁ ଉଦ୍ଧାର କଲେ। ସେତେବେଳେ ସୋନମରଙ୍କ ଦେହ ସାରା ରକ୍ତ।କ୍ତ ହୋଇଥାଏ ।କାନ୍ଧ ପିଠି ,ଗୋଡ଼, ହାତ ରୁ ମାଂସ ବାହାରି ରକ୍ତ ସ୍ରାବ ହେଉଥାଏ ।ସଙ୍ଗେ ସଙ୍ଗେ ବିଳମ୍ବ ନକରି ସୋନମଙ୍କୁ ଡାକ୍ତରଖାନା ନେଇଗଲେ। ସେଠାରେ ଉପଯୁକ୍ତ ଚିକିତ୍ସା କରାଗଲେ। ଡାକ୍ତର ଖାନାରେ ପାଞ୍ଚ ଦିନ ରହିଲା ପରେ ଟିକିଏ ଆରୋଗ୍ୟ ହେବାରୁ ଗ୍ରାମକୁ ଧରି ଆସିଲେ । ସୋନମ୍ ର ସାହସ ଓ ବୁଦ୍ଧିଯୋଗୁ ଁ ବାଘ କବଳରୁ ରକ୍ଷା ପାଇଲା ।

           ଏଣୁ ପିଲାମାନେ  ସର୍ବଦା ମନେ ରଖିବା ଉଚିତ ବିପଦ ସମୟରେ ଅଧୈର୍ଯ  ନହୋଇ ଆମେ ନିଜର ସାହସ ବୁଦ୍ଧି ଖଟାଇ ଜୀବନକୁ ବଞ୍ଚାଇ ପାରିବା ।

ଶ୍ରୀନିବାସ ପଣ୍ଡା, ଶିକ୍ଷକ, ଗଞ୍ଜାମ ।

ସ୍ମୃତି

 କବି *ଶ୍ରୀନିବାସ ପଣ୍ଡା*
**********************
ସ୍ମୃତି ତୁମେ କେବେ ମନ ଅଗଣାରେ
      ମେଘୁଆ ରାତିର ଜହ୍ନ
ସ୍ମୃତି ତୁମେ କେବେ ଯମୁନା ନଇରେ
        ଶୁଭୁଥିବା ବଂଶୀ ସ୍ଵନ ।

ସ୍ମୃତି ତୁମେ କେବେ ମନ ରାଇଜରେ
       ଅଚିହ୍ନା ପରୀର ଘର
ସ୍ମୃତି ତୁମେ କେବେ ଆଖି ପଲକର
         ଅକୁହା ବେଦନା ଗାର ।

ସ୍ମୃତି ତୁମେ କେବେ ଗାଧୁଆ ତୁଠର
        ହଜିଥିବା ପିଲା ଦିନ
ସ୍ମୃତି ତୁମେ କେବେ ଉଜୁଡା କ୍ଷେତର
         କଣ୍ଟକିତ ଫୁଲ ବନ ।

ସ୍ମୃତି ତୁମେ କେବେ ଶୀତ ସକାଳର
            କଅଁଳା ଖରାର ତାତି
ସ୍ମୃତି ତୁମେ କେବେ ଆଖି ଆଇନାର
         ହଜିଲା ପ୍ରିୟାର ପ୍ରୀତି ।

କବିସୂର୍ଯ୍ୟ ନଗର, ଗଞ୍ଜାମ ।

ମୃତ୍ୟୁ

ମୃତ୍ୟୁ
*****

ମୃତ୍ୟୁ.....!
ତୁମେ ଆସ ପ୍ରତି ମୁହୂର୍ତ୍ତରେ
ସଂଘର୍ଷ ର ପରେ ପରେ
ଶାନ୍ତିର ପୂର୍ବରୁ ।

ମୃତ୍ୟୁ.....!
ତୁମେ ଆସ ପ୍ରତିଦିନ
ଛପି ଛପି
କୋମଳ ବିଛଣାରେ
ଶୋଇବା ପୂର୍ବରୁ ।

ମୃତ୍ୟୁ.......!
ତୁମେ ଆସ ରୋଗାଗ୍ରସ୍ତ
ଝୁପୁଡି ବସ୍ତିରେ
ବିଧବାର ଆର୍ତ୍ତଚିତ୍କାର
ଶୁଭିବା ପୂର୍ବରୁ ।

ମୃତ୍ୟୁ.......!
ତୁମେ ଆସ
ବୁଭୁକ୍ଷୁ ର ସଂସାର ଭିତରେ
ମରୁ ମରୁ
ବଞ୍ଚିବାର ଚେଷ୍ଟା କରୁ କରୁ ।

ମୃତ୍ୟୁ.......!
ତୁମେ ଆସ
ହାରିଯାଇଥିବା ଜୀବନ ଯୁଦ୍ଧର
ନାୟକ ପାଖରେ
ଯୁଦ୍ଧର ସମାପ୍ତି ପୂର୍ବରୁ ।।


ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର-୧୮

Sunday, October 3, 2021

ସ୍ୱଚ୍ଛ ବେଲଗୁଣ୍ଠା

ପିତ୍ତଳ ମାଛର ସହର ଏହି,
        ଚଳେ ବେଲଗୁଣ୍ଠା ନାମକୁ ବହି।
ସ୍ୱଚ୍ଛ- ସୁନ୍ଦର ଏ ଆମ ସହର,
       ଆଶିଷ ଢାଳନ୍ତି ବାଲୁଙ୍କେଶ୍ଵର।
ପ୍ରଭୁ ନରସିଂହ ଜଗତ ସାଇଁ,
        ବିରାଜନ୍ତି ଚାରିଭୁଜ ମେଲାଇ।
ଜଗତର ନାଥ ସେ ଜଗନ୍ନାଥ,
        ସିଂହାସନେ ଥାଇ ବଢାନ୍ତି ହାତ।
ମା' ବ୍ରାହ୍ମଣୀଦେବୀ କୃପାଭଣ୍ଡାର,
        ସନ୍ତାନେ ସ୍ନେହ ତା ଭାରି ଅପାର।
ଡାକିଦେଲେ ମା' ସାହା ହୁଅଇ,
        ଦୁଃଖ, ଶୋକ, ତାପ ନାଶ କରଇ।
ମନ୍ଦିର ମାଳିନୀ ସହର ଆମ,
        ସ୍ୱଚ୍ଛ ବେଲଗୁଣ୍ଠା ଏହାରି ନାମ।
ଭଞ୍ଜ ମାଟିର ଏ ଅଟେ ବିଭବ,
           ଇତିହାସ ଯାର ଅତି ସ୍ବର୍ଣ୍ଣାଭ।
ପରିବେଶ ଆହା କି ମନୋହର,
          ସବୁଜ, ସୁନ୍ଦର, ସ୍ୱଚ୍ଛ ସହର।
ବଡ଼ଦାଣ୍ଡେ ଗାଡି ଧଡ଼ିକି ଧାଡ଼ି,
          ସୁସ୍ୱାଦୁ ବ୍ୟଞ୍ଜନ ଦିଅନ୍ତି ବାଢ଼ି।
ସ୍ୱଚ୍ଛ ରାସ୍ତାଘାଟ, ବିଶ୍ରାମାଗାର ,
         ଶ୍ମଶାନ ହୋଇବ ସୌନ୍ଦର୍ଯ୍ୟଘର।
ରାଜ୍ୟରେ ବଢିବ ଏହାରି ଖ୍ୟାତି,
         ବେଲଗୁଣ୍ଠା ଜନ ସ୍ଵଚ୍ଛତାସାଥି।
ବାଣିଜ୍ୟର କେନ୍ଦ୍ର ଆମ ସହର,
         ଦିବସ- ରଜନୀ ଜନସମ୍ଭାର।
ପ୍ରଶାସନ ଆମ ଭାରି ସୁଦକ୍ଷ,
        ସ୍ୱଚ୍ଛ ବେଲଗୁଣ୍ଠା ଚରମ ଲକ୍ଷ୍ୟ।
ଆବର୍ଜନାରୁ ଏ କରନ୍ତି ଖତ,
          ହୁଏ ପରିବେଶ ଜୀବାଣୁ ମୁକ୍ତ।
ସହର ଆମର ଶୋଭାସମ୍ଭାର,
          ଦର୍ଶନେ ହୃଦୟ ଆତ୍ମବିଭୋର।
ସ୍ଵଚ୍ଛତା ଅଭ୍ୟାସ ରଖିଲେ ଜାରି,
           ରୋଗବ୍ୟାଧି ଆଦି ଯିବ ତ ସରି।
କରିବା ଆଜି ଏ ବଜ୍ର ଶପଥ,
            ସ୍ଵଚ୍ଛତା ଆମରି ମାନମହତ।
ପ୍ରଶାସନ ସଙ୍ଗେ ହସ୍ତ ମିଳାଇ,
            ସ୍ୱଚ୍ଛ ବେଲଗୁଣ୍ଠା ଗଢ଼ିବା ଭାଇ।

By....
Bhabani shankar Mohanty

Gopinath Street

Saturday, October 2, 2021

बापू तेरे देश में यह कैसी आजादी है

प्रेरणा: यह एक हास्य-व्यंग कविता है। इस कविता के माध्यम से कुछ सामाजिक समस्या और बुराइयों पर ध्यानाकर्षण करने का प्रयास किया गया है। किसी भी जाति, धर्म, राजनितिक पार्टी, या सामाजिक व्यवस्था पर टीका टिप्पणी करने का उद्देश्य नहीं है।

बापू तेरे देश में यह कैसी आजादी है
गरीबों का जीना है दुश्वार, नेता थानेदार है

अच्छे ही थे दिन वो तब, 
राजा निर्णय लेते थे
गुनाहगार को डर होता था, 
हाथ पॉंव कट जाते थे
प्रजा की चिंता वह करता था
दुःख दर्द का हिस्सा बनता था
सही सलाहकार भी वही चुनता था
जनता के लिए वह लडता था

बरतानीयोने जुर्म तो किये, 
पर फिर भी शासन करते थे
चाहे कुछ भी हो इरादे, 
जनमत से वह डरते थे
'फूट डालो और राज करो'
अंग्रेजो ने निती अपनायी
आपस में करवाई लडाई
बदमाशों में खौफ था उनका, 
क्योंकि बरतानी खुद ही मंजे थे

बापू तूने तंत्र बताया
आजादी का स्वप्न दिखाया
लोकतंत्र का मंत्र सिखाया
खुब सारे सपने संजोए, 
मरमिटकर आजाद भी हुए
भ्रम सारा था दूर हुआ अब, 
जब से हम आजाद हुए

वेशभूषा तो पुरी बदल गई
वर्दी की जगह अब खादी चढ़ गई
पर कुर्सी थी जो, वहीं पर रह गई
बीमारी तो कुर्सी में थी,
जो उसपर बैठा, उसके सर चढ गई
जन नेता थे तब वो बाहूबली बन गए
बाहुबली जो थे, अब नेता बन गए

अंग्रेजो ने बापू दिया था, 
अन्ना को दिया आजादी ने
दोनो के थे नेक इरादे, 
राम राज को फिर लाने
दोनो ने सपना देखा था, 
मेरा देश महान हो
छुत-अछुत, ना जात-पात, 
ना धर्म की लड़ाई हो
बापू का तो खून बहा, पर
अन्ना का था बहा पसीना
दोनो के जनआंदोलन से, 
कई नेताओं का जन्म हुआ
पर सत्ता का ऐसा नशा चढ़ा,
सिर्फ गरीब ही हरपल सूली चढा
'फुट डालो और राज करो'
नेताओं ने 'वही' निती अपनायी
जात-पात और धर्म के बल पर
पूरे देश में आग लगाई
पूरा मुल्क तो बटा पड़ा है
हर गरीब मजबूर खड़ा है
हर किसान उलझन में फंसा है
फसल की किमत राख बराबर
और मत लाखों में बिक रहा है
संविधान के मंदिर में तो
धनवान और बलवान दिखता है
गरीब, किसान जहां खड़ा था
आजभी बेबस वही खड़ा है
अत्याचार तो वैसा ही है, 
बस अत्याचारी बदल गये है
बरतानी तो पराये थे, 
अब तो अपने ही खून चूस रहे है
बापू तूने देश को, किनसे दी आजादी है?
गरीबों का जीना है दुश्वार, 
नेता थानेदार हुए है।

***
तीर
कर्नल डॉ वसंत बल्लेवार 

गणेश विसर्जन पर कहीं से कोई अनाम लेखक का फारवर्ड किया गया मेसेज आया था

गणेश विसर्जन पर कहीं से कोई अनाम लेखक का फारवर्ड किया गया मेसेज आया था

विसर्जन कीजिये गुस्से का,
विसर्जन कीजिये द्वेष का,
विसर्जन कीजिये लोभ का,
विसर्जन कीजिये मोह का,
विसर्जन कीजिये आलस का,
विसर्जन कीजिये चिंता का,
विसर्जन कीजिये निराशा का,
विसर्जन कीजिये किसी भी परिणाम की अत्यन्त जल्दी का,
विसर्जन कीजिये नकारात्मक विचारों का,
विसर्जन कीजिये बुरी आदतों का,
सभी विघ्न दूर होंगे......

गणपति बप्पा मोरिया।।।।।


मेरे मन से यह पंक्तियां निकलीं

मैं मेरे गणेश को शुद्ध जल में 
विसर्जित करना‌ चाहता हूं।

बिल्कुल खाली हुआं हूं 
अब मैं इन दुर्गुणों से । 
अभी पिछली होली में ही
इन सभी को मैंने जलाया था।
फिर दशहरे में रावण के साथ भी
इनका दहण कराया  था।

रक्षाबंधन में बहन को पूछा, 
थाली में क्या डालूं?
उसने भी यहीं सूची थमाई थीं।
हर साल की आख़िरी रात भी, 
इसी सूची को फ़ाड़ता हूं।
फिर पूर्णत: निर्मल शुद्ध मन से
नया साल शुरू करता हूं।

पर बस साल में एक बार, 
मेरे गणेश को सिर्फ़ शुद्ध जल में 
विसर्जित करना‌ चाहता हूं। 
बहुत मैला कर दिया है हम ने 
पवित्र गंगा जल को।
मेरी बुराई को विसर्जित कर, 
और मैला नही करना चाहता हूं।
पूरा साल पड़ा है मेरे पास 
बूराईयो का सफाया करने।
पर मेरे गणेश को मैं शुद्ध जल में ही
विसर्जित करना‌ चाहता हूं।

गणपति बाप्पा मोरया!!!

तीर के तीर

आवाहन: नदियों को स्वच्छ रखने में सहयोग दे। 
विसर्जन अपने घर के प्रांगण में शुद्ध जल में करे।

My Daughter

My poem for daughters composed on daughters day. Share if you like.


*My Daughter*

My Daughter is my pride
My teacher and my guide
A reason for my tears 
A cause for my smile.

At times she reminds me
My mother with her charm
Sporting anger in eyes, yet 
filled with her cosy warmth

No one has courage
To set my esteem right
But she has the finger
To raise or edit my might

Daughters are angels
Blessings of Almighty
Charming, darling jewels
Makes home merry and mighty

                         Father, Dad, Paa.

A poem by TEER
Col Vasant Ballewar

#teerketeer 
#poembyteer 
#तीरकीकविताए 
#girlseducation

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy