Tuesday, October 5, 2021

ମଉଳେ ମନର ଆଶା


          ******************
                  କୈଳାସ ଚ଼ନ୍ଦ୍ର ପାଢ଼ୀ।
ସାହିତ୍ୟ ଜଗତେ
ଆତଙ୍କର ଛାୟା
        ଖେଳିତ ଗଲାଣି ଆଜି,
ଜଳ ଜଳ ହୋଇ
ଦିଶି ଯାଉ ଅଛି
        ଅଶୁଭ ଶକୁନ ରାଜି ।
ଅପ୍ରମାଦେ ଏଠି
ଗୋଟି ଚ଼ଳାଅନ୍ତି
        ସାହିତ୍ୟ ବେପାରୀ ଯେତେ,
ଜାଣି ନହୁଅଇ
ବୁଝି ନହୁଅଇ
        କିଏ ଅଛି କେଉଁ ମତେ।
ଜଗତର ହିତ
ସାଧଇ ସାହିତ୍ୟ
        ସେତ ଆଜି ବାଟବଣା,
ଆତ୍ମ ବିଜ୍ଞାପନେ
ସାହିତ୍ୟର-ରଥ
        ଟାଣୁଛନ୍ତି ଦିନକଣା।
ସ୍ବଇଚ୍ଛା ସାକାର
କରିବା ଫିକର
        ସାହିତ୍ୟରେ ପରିଦୃଶ୍ୟ,
ଅସାହିତ୍ୟିକର
ଅନୁଚ଼ିନ୍ତା ଆଜି
        ଜାତିମୁଖେ ଢାଳେ ବିଷ।
ସମାଜ ରକ୍ଷକ
ଅଟେ ସାହିତ୍ୟିକ
        ଅନ୍ତରେ ନାହିଁ ଏ ଭାବ,
ଦୁଃଶାସନ ଯେବେ
ସାହିତ୍ୟ ରଚ଼ିବ
         ସୃଷ୍ଟି ତେବେ ଧ୍ବଂସହେବ।
କହିବା ବାହୁଲ୍ୟ
ସୃଷ୍ଟିର-ସାରଲ୍ୟ
         ବେଳୁଁବେଳ ହୁଏ ହତ,
ସାହିତ୍ୟ ସାଧକ
ହୋଇ ହତବାକ
          ବସିଲେଣି ଯୋଡ଼ି ହାତ।
ଭବିଷ୍ୟତ କଥା
ଭାବିଲାଗେ ବ୍ୟଥା
          ବୁଡି଼ବକି ଜାତି ଭାଷା,
କ୍ରମଶଃ କ୍ରମଶଃ
ବଢ଼େ ଅବଶୋଷ
         ମଉଳେ ମନର ଆଶା।
         ****************
କୁମାର ପୁର। ଅନନ୍ତପୁର।
ବାସୁଦେବପୁର। ଭଦ୍ରକ।
---------------------------

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy