Saturday, October 16, 2021

ଖାଦ୍ୟ ଦିବସ ଅବସରରେ

_______**_______


କ'ଣ ଆଉ ପାଳିବା ଏ "ଖାଦ୍ୟ ଦିବସ" !
କ'ଣ ରହିଲା ତା' ମର୍ମ ?
ସେ ମର୍ମ ପରିବେଷିତ ହୁଏ ଲକ୍ଷେ ଆୟୋଜନେ
ଛୁଇଁ କି ପାରିଛି ତନୁ ମନେ ?
ବୁଭୂକ୍ଷିତ ଏଠି ଚାତକ ପ୍ରାୟ
    ବାସ୍ ମୁଠେ ଆହାର ପାଇଁ
ହେଲେ ମିଳିବାର ସମ୍ଭାବନା କାହିଁ ??
ଶତ ଆକର୍ଷଣୀୟ ବ୍ୟଞ୍ଜନ ଏଠି ପରଷା ହୁଏ
ଆବଶ୍ୟକ,ଅନାବଶ୍ୟକ ଉଭୟ ପକ୍ଷରେ...!
କିଏ ସାଦରେ କରେ ଗ୍ରହଣ
ଅବା ଫିଙ୍ଗିଦିଏ ବର୍ଜ୍ଜ୍ୟର ସ୍ଥାନ...
ଏ କାଳେ 'ଲକ୍ଷ୍ମୀ'ଙ୍କ ଆଖ୍ୟାୟନ...!
କେଉଁ ମାନ୍ଧାତା ଅମଳୁ ପାଉଥିଲା ସମ୍ମାନ
ଏବେ କାହିଁ ସେ ଚିନ୍ତନ ?
ପୌଷ୍ଟିକ-ସୁଷମ ଆଧାର ସାଥେ
ଯୁଦ୍ଧ ଲଗାଏ 'ଫାଷ୍ଟଫୁଡ୍' ପଥେ ପଥେ...
ହଜି,ହାରିଯାଉଛି 'ସୁଷମ' ତା'ର ପ୍ରାକୃତିକ ସୁଷମାରେ
ମାଡ଼ିବସୁଛି ଏସବୁ ଚର୍ବ୍ୟ-ଚୋଷ୍ୟ
ପଣ ତା'ର କରିଦେବ ବୋଧେ ନିଃଶେଷ
ୟାକୁ ହିଁ କୁହନ୍ତି ଖାଦ୍ୟର ଦୁର୍ବିନିଯୋଗ...
ଖାଦ୍ୟ ସତେ ପାଲଟିଯାଏ ଖାଦକ
ପ୍ରଥମେ ଅକ୍ତିଆର କରିବାକୁ ଯୁବାଯାକ...!!


ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy