Sunday, October 3, 2021

ସ୍ୱଚ୍ଛ ବେଲଗୁଣ୍ଠା

ପିତ୍ତଳ ମାଛର ସହର ଏହି,
        ଚଳେ ବେଲଗୁଣ୍ଠା ନାମକୁ ବହି।
ସ୍ୱଚ୍ଛ- ସୁନ୍ଦର ଏ ଆମ ସହର,
       ଆଶିଷ ଢାଳନ୍ତି ବାଲୁଙ୍କେଶ୍ଵର।
ପ୍ରଭୁ ନରସିଂହ ଜଗତ ସାଇଁ,
        ବିରାଜନ୍ତି ଚାରିଭୁଜ ମେଲାଇ।
ଜଗତର ନାଥ ସେ ଜଗନ୍ନାଥ,
        ସିଂହାସନେ ଥାଇ ବଢାନ୍ତି ହାତ।
ମା' ବ୍ରାହ୍ମଣୀଦେବୀ କୃପାଭଣ୍ଡାର,
        ସନ୍ତାନେ ସ୍ନେହ ତା ଭାରି ଅପାର।
ଡାକିଦେଲେ ମା' ସାହା ହୁଅଇ,
        ଦୁଃଖ, ଶୋକ, ତାପ ନାଶ କରଇ।
ମନ୍ଦିର ମାଳିନୀ ସହର ଆମ,
        ସ୍ୱଚ୍ଛ ବେଲଗୁଣ୍ଠା ଏହାରି ନାମ।
ଭଞ୍ଜ ମାଟିର ଏ ଅଟେ ବିଭବ,
           ଇତିହାସ ଯାର ଅତି ସ୍ବର୍ଣ୍ଣାଭ।
ପରିବେଶ ଆହା କି ମନୋହର,
          ସବୁଜ, ସୁନ୍ଦର, ସ୍ୱଚ୍ଛ ସହର।
ବଡ଼ଦାଣ୍ଡେ ଗାଡି ଧଡ଼ିକି ଧାଡ଼ି,
          ସୁସ୍ୱାଦୁ ବ୍ୟଞ୍ଜନ ଦିଅନ୍ତି ବାଢ଼ି।
ସ୍ୱଚ୍ଛ ରାସ୍ତାଘାଟ, ବିଶ୍ରାମାଗାର ,
         ଶ୍ମଶାନ ହୋଇବ ସୌନ୍ଦର୍ଯ୍ୟଘର।
ରାଜ୍ୟରେ ବଢିବ ଏହାରି ଖ୍ୟାତି,
         ବେଲଗୁଣ୍ଠା ଜନ ସ୍ଵଚ୍ଛତାସାଥି।
ବାଣିଜ୍ୟର କେନ୍ଦ୍ର ଆମ ସହର,
         ଦିବସ- ରଜନୀ ଜନସମ୍ଭାର।
ପ୍ରଶାସନ ଆମ ଭାରି ସୁଦକ୍ଷ,
        ସ୍ୱଚ୍ଛ ବେଲଗୁଣ୍ଠା ଚରମ ଲକ୍ଷ୍ୟ।
ଆବର୍ଜନାରୁ ଏ କରନ୍ତି ଖତ,
          ହୁଏ ପରିବେଶ ଜୀବାଣୁ ମୁକ୍ତ।
ସହର ଆମର ଶୋଭାସମ୍ଭାର,
          ଦର୍ଶନେ ହୃଦୟ ଆତ୍ମବିଭୋର।
ସ୍ଵଚ୍ଛତା ଅଭ୍ୟାସ ରଖିଲେ ଜାରି,
           ରୋଗବ୍ୟାଧି ଆଦି ଯିବ ତ ସରି।
କରିବା ଆଜି ଏ ବଜ୍ର ଶପଥ,
            ସ୍ଵଚ୍ଛତା ଆମରି ମାନମହତ।
ପ୍ରଶାସନ ସଙ୍ଗେ ହସ୍ତ ମିଳାଇ,
            ସ୍ୱଚ୍ଛ ବେଲଗୁଣ୍ଠା ଗଢ଼ିବା ଭାଇ।

By....
Bhabani shankar Mohanty

Gopinath Street

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy