Saturday, October 16, 2021

ଖାଦ୍ୟର ସୁରକ୍ଷା,ହେଉ ଆମ ଦୀକ୍ଷା

କେତେ ପରିଶ୍ରମ କଷ୍ଟ କଲେ ଯାଇ 
ମିଳେ ଆମକୁ ଆହାର, 
ଖାଦ୍ଯର ସୁରକ୍ଷା ଜୀବ ହେବ ରକ୍ଷା
ମୂଲ୍ଯ ବୁଝିବା ଖାଦ୍ଯର ।୧
ଆଜି ବି ଭୋକିଲା ଅନେକ ରହନ୍ତି
ଦେଶୁ ଗରିବ ହଟିନି,
ଥିଲାବାଲା କିନ୍ତୁ ବେଖାତିର କରେ
ଗରିବ ପେଟ ପୁରେନି ।୨
ଭୋଜିଭାତ ହେଉ ରେଷ୍ଟୁରାଣ୍ଟ ହେଉ
ଖାଦ୍ଯକୁ ଫୋଫାଡି ଦେଉ,
ସେହି ଖାଦ୍ଯ ଯଦି ଗରିବକୁ ମିଳେ
ଆନନ୍ଦ ନ କୁହ ଆଉ ।୩
ଛୋଟିଆ ପିମ୍ପୁଡି ବରଷକ ପାଇଁ
ଖାଦ୍ଯ ସୁରକ୍ଷିତ ରଖେ,
ମହୁମାଛି ନିଜ ପରିଶ୍ରମ ବଳେ
ଅନ୍ଯ ପାଇଁ ଖାଦ୍ଯ ସଞ୍ଚେ ।୪
ପରମେଶ୍ଵରଙ୍କ କୃପାବଳେ ଆମେ
ପ୍ରକୃତିରୁ ଖାଦ୍ଯ ପାଉ,
ମଣିଷ ଜୀବନ ସାର୍ଥକ କି ହେବ 
ଅବହେଳା କଲେ ଆଉ ।୫
ଖାଦ୍ଯ ଉତ୍ପାଦନ ଖାଦ୍ଯ ସଂରକ୍ଷଣ 
ନିଶ୍ଚିତ କରିବା ଜାଣ,
ଶୀତଳ ଭଣ୍ଡାର ସୁରକ୍ଷା ଖାଦ୍ଯର 
ଲକ୍ଷ୍ଯ ହୋଇବ ପୂରଣ ।୬
ଖାଦ୍ଯର ସୁରକ୍ଷା ହେଉ ଆମ ଦୀକ୍ଷା
ଖାଦ୍ଯ ମିଳୁ ସମସ୍ତଙ୍କୁ,
ବର୍ଷ ବର୍ଷ ପାଇଁ ଅଭାବ ନ ରହୁ
ଗଢିବା ଏ ଭାରତକୁ ।୭
*କିଶୋର ଚନ୍ଦ୍ର ତ୍ରିପାଠୀ*
     

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy