Tuesday, October 5, 2021

ମୃତ୍ୟୁ

ମୃତ୍ୟୁ
*****

ମୃତ୍ୟୁ.....!
ତୁମେ ଆସ ପ୍ରତି ମୁହୂର୍ତ୍ତରେ
ସଂଘର୍ଷ ର ପରେ ପରେ
ଶାନ୍ତିର ପୂର୍ବରୁ ।

ମୃତ୍ୟୁ.....!
ତୁମେ ଆସ ପ୍ରତିଦିନ
ଛପି ଛପି
କୋମଳ ବିଛଣାରେ
ଶୋଇବା ପୂର୍ବରୁ ।

ମୃତ୍ୟୁ.......!
ତୁମେ ଆସ ରୋଗାଗ୍ରସ୍ତ
ଝୁପୁଡି ବସ୍ତିରେ
ବିଧବାର ଆର୍ତ୍ତଚିତ୍କାର
ଶୁଭିବା ପୂର୍ବରୁ ।

ମୃତ୍ୟୁ.......!
ତୁମେ ଆସ
ବୁଭୁକ୍ଷୁ ର ସଂସାର ଭିତରେ
ମରୁ ମରୁ
ବଞ୍ଚିବାର ଚେଷ୍ଟା କରୁ କରୁ ।

ମୃତ୍ୟୁ.......!
ତୁମେ ଆସ
ହାରିଯାଇଥିବା ଜୀବନ ଯୁଦ୍ଧର
ନାୟକ ପାଖରେ
ଯୁଦ୍ଧର ସମାପ୍ତି ପୂର୍ବରୁ ।।


ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର-୧୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy