Saturday, October 16, 2021

ଖାଦ୍ଯ ସୁରକ୍ଷା

              ସୁକାନ୍ତ ଖଣ୍ଡା

ଖାଦ୍ଯ ସୁରକ୍ଷାକୁ ସଭିଏଁ ଗୁରୁତ୍ବ 
ଆସନ୍ତୁ ଦେବାରେ ଭାଇ
ଖାଦ୍ଯ ହିଁ ଜୀବନ ସଂସାର ହାଟରେ
ଯାହା ପାଇଁ ନାଟ ହୋଇ।୧
ଖାଦ୍ଯ ପାଇଁ ନିତି ସଂଗ୍ରାମ କରୁଛେ
ଏ ପେଟ ଚାଖଣ୍ଡ ପାଇଁ
ଆୟକୁ ଦେଖିକି ବ୍ଯୟ କରିବାକୁ
ହାତ କିନ୍ତୁ ଯାଏ ନାହିଁ।୨
ଆୟ ଯେତେ ହେଲା ଖର୍ଚ୍ଚ ତାହା ଠାରୁ
ଢେର ବି ଅଧିକା କରୁ
ଫଳତଃ ଦୁଃଖରେ ଚଳିବା ହେଉଛି
ନ ଖାଇ ନିଇତି ମରୁ।୩
ସଞ୍ଚୟ କରିବା ସବୁଦିନ ଯଦି
ଅଭାବ ଘୁଞ୍ଚିବ ଆମ
ନିଜକୁ ସର୍ବଦା ଭଲ ହିଁ ରଖିବା
ସୁଖରେ କାଟିବା ପ୍ରାଣ?୪
ପିମ୍ପୁଡି଼ଙ୍କ ଠାରୁ ସଞ୍ଚୟ ଶିଖିବା
ରହିବା ଏକତା ହୋଇ
ସୁଖ ଆଉ ଶାନ୍ତି ହୃଦୟେ ଥୋଇବା
ନ ରହି ଅଭୁକ୍ତ କେହି।୫
ମହୁମାଛି ଠାରୁ ସଞ୍ଚୟ ଏକତା
ଦେବାରେ ଶିକ୍ଷାକୁ ଲାଭ 
ଯଦି ଆମେ ସବୁ ଗ୍ରହଣ କରିବା
ଜଗତଟା ହେବ ଶୁଭ।୬
କେତେ ଭଲ ଦେଖ କୀଟ ହୋଇ ମଧ୍ଯ
ଈଶ୍ବର ଲକ୍ଷ୍ଯ ଉଦ୍ଦେଶ୍ଯ
ବୁଝି ବିଚାରି କି କର୍ମ କରୁଛନ୍ତି
ଆସ ତାଙ୍କ ହେବା ଶିଷ୍ଯ।୭
ସାରା ଜଗତଟା ଖାଦ୍ଯ ଖାଦ୍ଯ ବୋଲି
ନ କରୁ ଚିତ୍କାର ଜୀବ
ସଚେତନ ହେଲେ ସୁଫଳ ପାଇବା
ଘୂଞ୍ଚିବ ଖାଦ୍ଯ ଅଭାବ।୮
ଗୁରୁରୂପେ ଆଜି ସଂସାର ମଧ୍ଯରେ
କରୁଛନ୍ତି ବିଚରଣ
ଶିଷ୍ଯ ହୋଇ ଆସ ସୁକର୍ମ କରିବା
ହୋଇବା ଆଗକୁ ଧନ୍ଯ।୯
ହେ ମାନବ ଭାଇ ଜଗଲ କଲ୍ଯାଣ
ଆସ ନିତ୍ଯ କରିଯିବା
ଖାଦ୍ଯ ଦିବସର ନ ରହୁ ସଙ୍କଟ
ଶପଥ ଆଜି କରିବା।୧୦
                   ***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy