ବାଘ ମାତିଛି ଗାଆଁରେ (ଗପ)
################
ତୁଳସୀପୁର ନାମରେ ଛୋଟିଆ ଗାଆଁଟିଏ ଥିଲା ।ସେହି ଗାଁର ଲୋକ ସଂଖ୍ୟା ଦୁଇଶହରୁ କମ୍ ହେବ । ଗାଁ ଟି ପାହାଡ଼ ନିକଟରେ ଅବସ୍ଥିତ ।ସେହି ଗାଁ କୁ ଲାଗି ଘଞ୍ଚ ଜଙ୍ଗଲ ରହିଛି ।ସେହି ଗାଁ ରୁ ଅନ୍ୟ ଗାଁ କୁ କିମ୍ବା ଅନ୍ୟ ସହରକୁ ଯିବାକୁ ଯାତାୟତ ପଥ ସୁଗମ ନୁହେଁ । ଲୋକମାନେ ଚାଲି ଚାଲି ସାତ କିଲୋମିଟର ଗଲେ ଗାଡିର ସୁବିଧା ଅଛି ।ସହି ଗାଁ ନିକଟର ଜଙ୍ଗଲଟି ଶାଳ , ପିଆଶାଳ, ଶାଗୁଆନ, ବାଉଁଶ ଗଛରେ ପରିପୂର୍ଣ୍ଣ ।ସେହି ଗାଁ ର ଲୋକମାନଙ୍କ ର ମୁଖ୍ୟ ଜିବିକା ହେଲା କାଠ,ଝୁଣା,ମହୁ, ଖଲିପତ୍ର , ଫୁଲ ଝାଡୁ ସଂଗ୍ରହ କରି ବଜାରେ ବିକିବା।ସେହି ଗାଁ ରେ ସବୁବେଳେ ବାଘ ମାତିଥାଏ । ସଂନ୍ଧ୍ୟା ପୂର୍ବରୁ ସମସ୍ତଙ୍କର ତାଟି କବାଟ ପଡ଼ିଯାଏ ।ବାଘ ଭୟରେ କେହି ମଧ୍ୟ ଘରୁ ବାହାରକୁ ବାହାରନ୍ତି ନାହିଁ ।ବାଘ ମାନଙ୍କ ମଧ୍ୟରେ ଚିତା, କଲରାପତରିଆ,ମହାବଳ ଙ୍କ ଉତ୍ପାତ ଦିନକୁ ଦିନ ଅତିଷ୍ଟ ହେଉଥାଏ ।କାଲି କାହାର ବାଛୁରୀକୁ ନେଇଯାଏ ତ କେବେ କାହାର ଛେଳିକୁ ମାରି ଖାଇଦିଏ । ମନୁଷ୍ୟ ମଧ୍ୟ ତା'ର ଶିକାରରୁ ବଂଚିପାରେ ନାହିଁ । ବୈଶାଖ ମାସର ଘଟଣା ।ସୋନମ୍ ନାମକ ଯୁବକଟି ରାତ୍ର ସମୟରେ ବାରଣ୍ଡାରେ ଖଟ ପକାଇ ନିଦରେ ଶୋଇ ଥାଏ ।ସେହି ସମୟରେ ଏକ କଲରାପତରିଆ ବାଘ ଆସି ସୋନମର କାନ୍ଧକୁ ଦାନ୍ତରେ ଧରି ଘୋଷାଡି ଘୋଷାଡି ପାହଡକୁ ନେଇଗଲା ।ସେହି ସମୟରେ ସୋନମ୍ ଚିତ୍କାର କରି କହୁଥାଏ ମୋତେ ବାଘ କବଳରୁ ମୋତେ ବଞ୍ଚାଅ । ଲୋକମାନେ ନିଘୋଡ଼ ନିଦରେ ଶୋଇଥିବା ହେତୁ କେହି ହେଲେ ସୋନମ୍ ର ଚିତ୍କାର ଶୁଣି ପାରିଲେ ନାହିଁ ।ବିରାଡ଼ି ମଚଷାକୁ ଖାଇବା ପାଇଁ ଯେପରି ଖୁସିରେ ଲାଙ୍ଗୁଡି ଫୁଲାଇ ଡିଆଁ ଡେଇଁ କରୁଥାଏ, ଠିକ୍ ସେହିପରି ବାଘ ମନୁଷ୍ୟକୁ ଖାଇବା ପାଇଁ ଦେହରେ ଲାଙ୍ଗୁଡ ପିଟି ଡିଆଁ ଡେଇଁ କରୁଥାଏ ।ଏହି ସମୟରେ ସୋନମ୍ ନିଜ ଜୀବନ କୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ପଥର ମଧ୍ୟରେ ଥିବା କୋରଡକୁ ପଳାଇଗଲା ।ବାଘ ମନୁଷ୍ୟ କୁ ନ ଦେଖି ନିରାଶ ହୋଇ ଜଙ୍ଗଲ କୁ ପଳାଇଗଲା ।
ଘର ଲୋକ ସହ ପଡୋଶୀମାନେ ସକାଳୁ ଉଠି ଦେଖିଲେ ଖଟରେ ସୋନମ୍ ନାହିଁ ।ଖଟ ପାଖରେ ରକ୍ତଟୋପା ପଡ଼ିଛି ।ବାଘର ପାଦ ଚିହ୍ନ ଭୂମି ରେ ଦେଖାଯାଉଛି । ସେମାନେ ବାଘର ପାଦ ଚିହ୍ନ କୁ ଠଉରାଇ ପାହାଡ଼ ରେ ପହଞ୍ଚିଲେ ।କେତେ ଜଣ ସାହସୀ ବାଡି ,ଠେଙ୍ଗା,ବଳ ଧରି ସୋନମ୍ କୁ ଖୋଜିବା ପାଇଁ ପାହାଡ଼ ନିକଟକୁ ଗଲେ ।ଏମାନଙ୍କ ପାଟିତୁଣ୍ଡ ଶୁଣି ସୋନମ୍ ଚିତ୍କାର କରୁଥାଏ ।ଭାଇ ମତେ ବଞ୍ଚାଅ ମୁଁ ଏହି ପଥର କୋରଡରେ ରହିଛି ।ଲୋକମାନେ ପଥରକୁ ଟାଳି ସୋନମକୁ ଗାତରୁ ଉଦ୍ଧାର କଲେ। ସେତେବେଳେ ସୋନମରଙ୍କ ଦେହ ସାରା ରକ୍ତ।କ୍ତ ହୋଇଥାଏ ।କାନ୍ଧ ପିଠି ,ଗୋଡ଼, ହାତ ରୁ ମାଂସ ବାହାରି ରକ୍ତ ସ୍ରାବ ହେଉଥାଏ ।ସଙ୍ଗେ ସଙ୍ଗେ ବିଳମ୍ବ ନକରି ସୋନମଙ୍କୁ ଡାକ୍ତରଖାନା ନେଇଗଲେ। ସେଠାରେ ଉପଯୁକ୍ତ ଚିକିତ୍ସା କରାଗଲେ। ଡାକ୍ତର ଖାନାରେ ପାଞ୍ଚ ଦିନ ରହିଲା ପରେ ଟିକିଏ ଆରୋଗ୍ୟ ହେବାରୁ ଗ୍ରାମକୁ ଧରି ଆସିଲେ । ସୋନମ୍ ର ସାହସ ଓ ବୁଦ୍ଧିଯୋଗୁ ଁ ବାଘ କବଳରୁ ରକ୍ଷା ପାଇଲା ।
ଏଣୁ ପିଲାମାନେ ସର୍ବଦା ମନେ ରଖିବା ଉଚିତ ବିପଦ ସମୟରେ ଅଧୈର୍ଯ ନହୋଇ ଆମେ ନିଜର ସାହସ ବୁଦ୍ଧି ଖଟାଇ ଜୀବନକୁ ବଞ୍ଚାଇ ପାରିବା ।
ଶ୍ରୀନିବାସ ପଣ୍ଡା, ଶିକ୍ଷକ, ଗଞ୍ଜାମ ।
No comments:
Post a Comment