Tuesday, October 5, 2021

ସ୍ମୃତି

 କବି *ଶ୍ରୀନିବାସ ପଣ୍ଡା*
**********************
ସ୍ମୃତି ତୁମେ କେବେ ମନ ଅଗଣାରେ
      ମେଘୁଆ ରାତିର ଜହ୍ନ
ସ୍ମୃତି ତୁମେ କେବେ ଯମୁନା ନଇରେ
        ଶୁଭୁଥିବା ବଂଶୀ ସ୍ଵନ ।

ସ୍ମୃତି ତୁମେ କେବେ ମନ ରାଇଜରେ
       ଅଚିହ୍ନା ପରୀର ଘର
ସ୍ମୃତି ତୁମେ କେବେ ଆଖି ପଲକର
         ଅକୁହା ବେଦନା ଗାର ।

ସ୍ମୃତି ତୁମେ କେବେ ଗାଧୁଆ ତୁଠର
        ହଜିଥିବା ପିଲା ଦିନ
ସ୍ମୃତି ତୁମେ କେବେ ଉଜୁଡା କ୍ଷେତର
         କଣ୍ଟକିତ ଫୁଲ ବନ ।

ସ୍ମୃତି ତୁମେ କେବେ ଶୀତ ସକାଳର
            କଅଁଳା ଖରାର ତାତି
ସ୍ମୃତି ତୁମେ କେବେ ଆଖି ଆଇନାର
         ହଜିଲା ପ୍ରିୟାର ପ୍ରୀତି ।

କବିସୂର୍ଯ୍ୟ ନଗର, ଗଞ୍ଜାମ ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy