Tuesday, October 5, 2021

ଆଗୋ ମୋର କାଶତଣ୍ଡୀ

ଆଗୋ ମୋର କାଶତଣ୍ଡୀ
ସତେ ତୁମେ କେତେ ଯେ ଉଦଣ୍ଡୀ
ଶରତର ଅଗଣାରେ କରି ଉଣ୍ଡା ଉଣ୍ଡି
ଧରିତ୍ରୀର କବରୀରେ ସରାଗରେ,ଶରଧାରେ ହୋଇଯାଅ ମଣ୍ଡି ।।
ଆଗୋ ମୋର କାଶତଣ୍ଡୀ
କରୁଛି ମୁଁ ଦରଣ୍ଡା ଦରଣ୍ଡୀ ସବୁତକ ଖଣ୍ଡି
ପାଉନାହିଁ ଖରା ବର୍ଷା ଶୀତରେ ଦରାଣ୍ଡି
କେଉଁଠାରେ ଲୁଚୁଅଛ ପକାଇକି ଏଣ୍ଡି,
ନା ବୁଲୁଛ ଖଣ୍ଡୀ ପରି ସାଜି ବନେ ଦଣ୍ଡୀ
ନା ସାଜୁଛ ଏ ମରତେ ଅପଭୃତା କୁଣ୍ଡି ।
ମୁଁ ଦେଖୁଛି ଡେଇଁପଡି ଶରତ ଇରୁଣ୍ଡି
ଶୁଭ୍ର ଅବଗୁଣ୍ଠନରେ ନିଜେ ହୋଇ ମଣ୍ଡି
ଉତ୍ସବ ମୁଖର କରାଇ ଶରତରେ ଖଣ୍ଡି
ପାର୍ବଣରେ ପବନକୁ କରି କୁଣ୍ଢାକୁଣ୍ଢି
ସରଜୁଛ ଏ ମରତେ ଶୁଭ୍ରତାର ଭଣ୍ଡୀ ।
ଆଗୋ ଶୁଭ୍ରମୁଣ୍ଡୀ
ଶରତ ରଜନୀ କୋଳେ କରି ଉଣ୍ଡାଉଣ୍ଡି
ସଜେଇ ହେଉଛ ପିନ୍ଧି ତାରାଫୁଲ ଦଣ୍ଡି
ପବନର ସାଥେ ଗାଇ ସ୍ବାଗତିକା ଦିଣ୍ଡି
ପକାଇକି ଶୁଭ୍ର ପିଣ୍ଡୀ ସାଥେ ନେଇ ଶୁଣ୍ଡି
ସ୍ବାଗତ କରୁଛ ମାତା ଦଶଭୂଜା ଚଣ୍ଡୀ
ଆଗୋ ମୋର କାଶତଣ୍ଡୀ 
ଆଗୋ ମୋର କାଶତଣ୍ଡୀ ।।
*********************
ରାଜେନ୍ଦ୍ର କୁମାର ବିଷୋୟୀ
ପଳାସପଲ୍ଲୀ, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy